Tejashwi Yadav Targets Nitisgh Kumar: ନୀତିଶ କୁମାରଙ୍କୁ ନେଇ ଏବେ ସରଗରମ ହୋଇଉଠିଛି ବିହାର ରାଜନୀତି। ରାଜ୍ୟରେ କ୍ଷମତାସୀନ ମହାଗଠବନ୍ଧନ ସରକାର ଗାଦିଚ୍ୟୁତ ହେବା ପରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ନିଜର କାର୍ଯ୍ୟକାଳରେ ମିଳିଥିବା ସଫଳତାକୁ ଗଣନା କରି ତେଜସ୍ୱୀ ଯାଦବ କହିଛନ୍ତି, ଆମେ ରାଜ୍ୟର ଯୁବପିଢିଙ୍କୁ ଚାକିରି ଯୋଗାଇବା କାର୍ଯ୍ୟ କରିଛୁ। ବିଗତ ୧୭ ମାସର କାର୍ଯ୍ୟକାଳରେ ସମଗ୍ର ଦେଶରେ ଏପରି କାର୍ଯ୍ୟ ହୋଇନଥିଲା। ଗୋଟିଏ ବିଭାଗ ବିଶ୍ୱ ରେକର୍ଡ ସୃଷ୍ଟି କରିବା ଭଳି କାର୍ଯ୍ୟ କରିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ଶାସନ ଗାଦିରେ ବସିଥିବା ସରକାର ଯୁବପିଢିଙ୍କୁ ଚାକିରି ଦେଇନାହାଁନ୍ତି। ଯାହା ଆମ ସରାକାରଙ୍କ କାର୍ଯ୍ୟକାଳ ମଧ୍ୟରେ ହୋଇଥିଲା​।


COMMERCIAL BREAK
SCROLL TO CONTINUE READING

ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି ଯେ ନୀତୀଶ କୁମାର ହେଉଛନ୍ତି ଜଣେ ଥକି ଯାଇଥିବା ମୁଖ୍ୟମନ୍ତ୍ରୀ। ବିଗତ ୧୭ ବର୍ଷ ଧରି ରାଜ୍ୟରେ ଯାହା ହୋଇନଥିଲା, ତାହାକୁ ଆମେ ୧୭ ମାସରେ କରି ଦେଖାଇଛୁ। ଆମେ କାହା ଉପରେ ବ୍ୟକ୍ତିଗତ ମନ୍ତବ୍ୟ ଦେବାକୁ ଚାହୁଁନାହୁଁ। ଆମର କାହା ପ୍ରତି ଅସନ୍ତୋଷ ନାହିଁ। ନୀତିଶ କୁମାରଙ୍କ ଦଳ ଚଳିତ ବର୍ଷ ହିଁ ଶେଷ ହୋଇଯିବ। ଖେଳ ବର୍ତ୍ତମାନ ଆରମ୍ଭ ହୋଇଯାଇଛି। ନୀତୀଶ କୁମାରଙ୍କୁ ସାଙ୍ଗରେ ନେଇଥିବାରୁ ଆମେ ବିଜେପି ଉଦ୍ଦେଶ୍ୟରେ ଧନ୍ୟବାଦ ଦେଉଛୁ।


ତେଜସ୍ୱୀ ଯାଦବ କହିଛନ୍ତି ଯେ, "ଆମେ କରିଥିବା କାର୍ଯ୍ୟ ପାଇଁ ଆମେ କାହିଁକି ଶ୍ରେୟ ନେବୁ ନାହିଁ? ମୁଖ୍ୟମନ୍ତ୍ରୀ କହୁଥିଲେ ଚାକିରୀ ଦେବା ଅସମ୍ଭବ, ଆମେ ଚାକିରୀ ଦେଇଥିଲୁ ଏବଂ ଏହା ସମ୍ଭବ ବୋଲି ଦର୍ଶାଇଥିଲୁ। ରାଜ୍ୟରେ ଅନେକ ବର୍ଷ ପର୍ଯ୍ୟନ୍ତ ବିଜେପି-ଜେଡିୟୁ ମେଣ୍ଟ ସରକାର ରହିଥିଲା। ବିଗତ ୧୭ ବର୍ଷ ଧରି ରାଜ୍ୟରେ ଯାହା ହୋଇନଥିଲା, ତାହାକୁ ଆମେ ୧୭ ମାସରେ କରିଛୁ। ବିଜେପି ନେତୃତ୍ୱାଧିନ ଏନଡ଼ିଏ ମେଣ୍ଟକୁ ନୀତୀଶ କୁମାରଙ୍କ ଜେଡିୟୁ ଫେରିଯିବା ପରେ ବିରୋଧି ମେଣ୍ଟ ଇଣ୍ଡିଆ ଉପରେ କ'ଣ ପ୍ରଭାବ ପଡ଼ିବ ତାହାର ଜବାବ ରଖିଛନ୍ତି ତେଜସ୍ୱୀ ଯାଦବ। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ବିରୋଧି ମେଣ୍ଟ ଇଣ୍ଡିଆ ମଜବୁତ ରହିଛି। ଯାହା ଘଟୁଛି ତାହା ଭଲ ପାଇଁ ହେଉଛି।


ବିରୋଧି ମେଣ୍ଟରେ ସ୍ଥିତି ଠିକ ନଥିଲା: ଜେଡି଼ୟୁ ସୁପ୍ରିମୋ ନୀତୀଶ କୁମାର
ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଜାନୁଆରୀ ୨୮ ତାରିଖ ରବିବାର ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ କହିଛନ୍ତି ଯେ ଜାତୀୟ ସ୍ତରରେ ଇଣ୍ଡିଆ କିମ୍ବା ରାଜ୍ୟର ଶାସନ ଗାଦିରେ ବସିଥିବା ମେଣ୍ଟ ମହାଗଠବନ୍ଧନରେ ସ୍ଥିତି ଠିକ ନଥିଲା। ଏହି କାରଣରୁ ସେ ବିଜେପି ସହ ଏକ ନୂତନ ମେଣ୍ଟ କରି ନୂତନ ସରକାର ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜକୁ ପ୍ରାୟ ଦେଢ ବର୍ଷ ପୂର୍ବେ ନୀତୀଶ କୁମାର ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ଛାଡି଼ ଦେଇଥିଲେ। ଏନଡ଼ିଏ ଛାଡି଼ବା ପରେ ଆରଜେଡ଼ି-କଂଗ୍ରେସ ସାମିଲ ରହିଥିବା ମହାମେଣ୍ଟରେ ଯୋଗ ଦେଇଥିଲେ। 


ରବିବାର ସକାଳେ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କ ଇସ୍ତଫା ପତ୍ର ଦାଖଲ କରିଥିଲେ। ଏହି ଅବସରରେ ନୀତୀଶ କୁମାର କହିଥିଲେ ଯେ ମୁଁ ମୋର ଇସ୍ତଫା ରାଜ୍ୟପାଳଙ୍କ ନିକଟରେ ଦାଖଲ କରିସାରିଛି। ରାଜ୍ୟରେ କ୍ଷମତାସୀନ ରହିଥିବା ମହାଗଠବନ୍ଧନ ସରକାରର ପତ୍ତନ ହୋଇସାରିଛି। ମହାଗଠବନ୍ଧନ ପାଖରୁ ଦୂରେଇ ଯାଇ ଏନଡିଏ ମେଣ୍ଟ ସହାୟତାରେ ନୂତନ ସରକାର ଗଠନ କରିବେ। ସେ କାହିଁକି ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ପଚରାଯିବାରୁ ଜେଡିୟୁ ସୁପ୍ରିମ କହିଛନ୍ତି ଯେ ଦଳୀୟ କର୍ମକର୍ତ୍ତାଙ୍କ ମତାମତ ଅନୁଯାୟୀ ମୁଁ ମୋ ପଦରୁ ଇସ୍ତଫା ଦେଇଛି। ଆମେ ପୂର୍ବ ସହଯୋଗୀ ମହାଗଠବନ୍ଧନ ଛାଡ଼ି ଦେଇଥିଲୁ। କାରଣ ସେଠାରେ ସ୍ଥିତି ଠିକ ରହିନଥିଲା। ମହାଗଠବନ୍ଧନ ଛାଡ଼ିବା ପରେ ଜେଡିୟୁ ପୁନର୍ବାର ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟରେ ସାମିଲ ହୋଇଯାଇଥିଲା।