Asaduddin Owais taking dig at Tejashwi Yadav: ବିହାର ରାଜନୀତିରେ ଘଟିଥିବା ନାଟକୀୟ ଘଟଣାକ୍ରମ ଉପରେ ପଡ଼ିସାରିଛି ପୂର୍ଣ୍ଣଚ୍ଛେଦ। ରାଜ୍ୟ ରାଜନୀତିରେ ଜାରି ରହିଥିବା ହଟଚମଟ ମଧ୍ୟରେ ହୋଇଛି କ୍ଷମତା ପରିବର୍ତ୍ତନ। ଆଉ ବଦଳି ଯାଇଛି ସରକାର। ଆଉ ଏବେ ଏହି ପ୍ରସଙ୍ଗରେ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ନେତା ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କରିଛନ୍ତି ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସୀ। ଆରଜେଡ଼ି ଉଦ୍ଦେଶ୍ୟରେ କଟାକ୍ଷ କରି ଏଆଇଏମଆଇଏମ ପକ୍ଷରୁ କୁହାଯାଇଛି ଏବେ କିପରି ଅନୁଭବ ହେଉଛି? 


COMMERCIAL BREAK
SCROLL TO CONTINUE READING

କାହିଁକି ଆରଜେଡ଼ି ଉଦ୍ଦେଶ୍ୟରେ କଟାକ୍ଷ କରୁଛି ଏଆଇଏମଆଇଏମ?
ବିହାର ରାଜନୀତିରେ ଘଟିଥିବା ନାଟକୀୟ ଘଟଣାକ୍ରମ ମଧ୍ୟରେ ଏଆଇଏମଆଇଏମ କାହିଁକି ଆରଜେଡ଼ି ଉଦ୍ଦେଶ୍ୟରେ କଟାକ୍ଷ କରୁଛି ଏହା ପଛରେ ଏକ ବଡ଼ କାରଣ ରହିଛି। ଏହି କାରଣ ବୁଝିବାକୁ ହେଲେ ୨୦୨୦ ବିହାର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ନଜର ପକାଇବାକୁ ହେବ। ଏହି ନିର୍ବାଚନରେ ଏଆଇଏମଆଇଏମ ୫ ସିଟ୍ ପାଇଥିଲା। ହେଲେ ନିର୍ବାଚନ ଆରଜେଡ଼ି ଏଆଇଏମଆଇଏମ ବିଧାୟକ ଦଳରେ ଫାଟ ସୃଷ୍ଟି କରିଥିଲା। ଯାହାର ଫଳ ସ୍ୱରୂପ ୪ ଏଆଇଏମଆଇଏମ ବିଧାୟକ ଦଳ ଛାଡ଼ି ଆରଜେଡ଼ି ହାତ ଧରିଥିଲେ।


ବିହାର ରାଜନୀତି ଘଟିଥିବା ଘଟଣାକ୍ରମ ପାଇଁ ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ଏନେଇ ଅସାଦୁଦ୍ଦିନ ଓୱେସୀ କହିଛନ୍ତି ସେମାନେ ବିହାର ଲୋକଙ୍କ ନିକଟରେ କ୍ଷମା ମାଗିବା ଆବଶ୍ୟକ। ନୀତୀଶ କୁମାରଙ୍କ ପାଖରେ ଲାଜ ସରମ କିଛି ନାହିଁ। ରାଜନୈତିକ ଫଇଦା ଉଠାଇବାରେ ସେ ସୀମା ପାର କରିଗଲେଣି। କ୍ଷମତା ଯିବା ପରେ ଏବେ କିପରି ଅନୁଭବ ହେଉଛି ସେ କଥା ମୁଁ ଆରଜେଡ଼ି ନେତା ତେଜସ୍ୱୀ ଯାଦବଙ୍କ ଠାରୁ ଜାଣିବାକୁ ଚାହୁଁଛି।


୨୦୨୦ ବିହାର ବିଧାନସଭା ନିର୍ବାଚନ ଶେଷ ହେବା ପରେ ଆରଜେଡ଼ି ଏଆଇଏମଆଇଏମ ବିଧାୟକ ଦଳରେ ଫାଟ ସୃଷ୍ଟି କରିଥିଲା। ଯାହାର ଫଳ ସ୍ୱରୂପ ୪ ଏଆଇଏମଆଇଏମ ବିଧାୟକ ଦଳ ଛାଡ଼ି ଆରଜେଡ଼ି ହାତ ଧରିଥିଲେ। ବର୍ତ୍ତମାନ ଆରଜେଡ଼ି ନେତୃତ୍ୱାଧିନ ମହାଗଠବନ୍ଧନ ସରକାରର ପତ୍ତନ ହୋଇଛି। ଜେଡ଼ିୟୁ ସହ ମେଣ୍ଟ ଭାଙ୍ଗି ଯାଇଛି। ଏବେ ଆରଜେଡ଼ି କିପରି ଅନୁଭବ କରୁଛନ୍ତି। ଜେଡ଼ିୟୁ ସୁପ୍ରିମୋ ନୀତୀଶ କୁମାରଙ୍କୁ ଲାଗୁଛି ଯେ ସେ ସବୁ ବେଳେ ମୁଖ୍ୟମନ୍ତ୍ରୀ ହୋଇ ରହିବେ। ଆରଜେଡ଼ି ସୁପ୍ରିମୋ ଲାଲୁ ଯାଦବଙ୍କ ପରିବାର ଚାହୁଁଛି ଯେ ତାଙ୍କ ପରିବାରର କୌଣସି ସଦସ୍ୟ ମୁଖ୍ୟମନ୍ତ୍ରୀ ହେବା ଆବଶ୍ୟକ। 


ବିହାର ଲୋକଙ୍କ ସହ ହୋଇଛି ଧୋକ୍କା 
ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସୀ ଆହୁରି କହିଛନ୍ତି ଯେ ଯେ ମୁଁ ଲୋକଙ୍କୁ ଏକଥା ବୁଝାଇ ଆସୁଛି ଯେ ସେମାନେ ହେଉଛନ୍ତି ସୁବିଧାବାଦୀ। ଧର୍ମନିରପେକ୍ଷତା ନାମରେ ସେମାନେ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟ୍ ନିଅନ୍ତି ଏବଂ ପରେ ବିଜେପି ସହିତ ହାତ ମିଳାନ୍ତି। ଏହା ବିହାର ଲୋକଙ୍କ ପ୍ରତି ବିଶ୍ୱାସଘାତକତା ସଦୃଶ। ସେମାନେ କେବଳ ଲୋକଙ୍କ ଭାବନା ସହିତ ଖେଳିଥାନ୍ତି। ଜନସାଧାରଣ ସେମାନଙ୍କୁ କେବେ କ୍ଷମା କରିବେ ନାହିଁ।