Nitish Kumar took oath as Chief Minister for the ninth time: ଜାନୁଆରୀ ୨୮ ତାରିଖ ରବିବାର ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଜେଡିୟୁ ସୁପ୍ରିମୋ ନୀତିଶ କୁମାର।  ରବିବାର ବିହାର ରାଜଭବନ ଠାରେ ଅନୁଷ୍ଠିତ ହୋଇଥିଲ ନବଗଠିତ ସରକାରର ଶପଥ ଗ୍ରହଣ ସମାରୋହ। ରବିବାର ସକାଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଜେଡିୟୁ ସୁପ୍ରିମୋ। ସକାଳେ ଇସ୍ତଫା ଦେବା ପରେ ସନ୍ଧ୍ୟାରେ ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ପଦ ଏବଂ ଗୋପନୀୟତାର ଶପଥ ନେଇଲେ ନୀତିଶ କୁମାର।     


COMMERCIAL BREAK
SCROLL TO CONTINUE READING

ବିରୋଧି ମେଣ୍ଟରେ ସ୍ଥିତି ଠିକ ନଥିଲା: ଜେଡି଼ୟୁ ସୁପ୍ରିମୋ ନୀତୀଶ କୁମାର
ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଜାନୁଆରୀ ୨୮ ତାରିଖ ରବିବାର ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ କହିଛନ୍ତି ଯେ ଜାତୀୟ ସ୍ତରରେ ଇଣ୍ଡିଆ କିମ୍ବା ରାଜ୍ୟର ଶାସନ ଗାଦିରେ ବସିଥିବା ମେଣ୍ଟ ମହାଗଠବନ୍ଧନରେ ସ୍ଥିତି ଠିକ ନଥିଲା। ଏହି କାରଣରୁ ସେ ବିଜେପି ସହ ଏକ ନୂତନ ମେଣ୍ଟ କରି ନୂତନ ସରକାର ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜକୁ ପ୍ରାୟ ଦେଢ ବର୍ଷ ପୂର୍ବେ ନୀତୀଶ କୁମାର ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ଛାଡି଼ ଦେଇଥିଲେ। ଏନଡ଼ିଏ ଛାଡି଼ବା ପରେ ଆରଜେଡ଼ି-କଂଗ୍ରେସ ସାମିଲ ରହିଥିବା ମହାମେଣ୍ଟରେ ଯୋଗ ଦେଇଥିଲେ। 


ରବିବାର ସକାଳେ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କ ଇସ୍ତଫା ପତ୍ର ଦାଖଲ କରିଥିଲେ। ଏହି ଅବସରରେ ନୀତୀଶ କୁମାର କହିଥିଲେ ଯେ ମୁଁ ମୋର ଇସ୍ତଫା ରାଜ୍ୟପାଳଙ୍କ ନିକଟରେ ଦାଖଲ କରିସାରିଛି। ରାଜ୍ୟରେ କ୍ଷମତାସୀନ ରହିଥିବା ମହାଗଠବନ୍ଧନ ସରକାରର ପତ୍ତନ ହୋଇସାରିଛି। ମହାଗଠବନ୍ଧନ ପାଖରୁ ଦୂରେଇ ଯାଇ ଏନଡିଏ ମେଣ୍ଟ ସହାୟତାରେ ନୂତନ ସରକାର ଗଠନ କରିବେ। ସେ କାହିଁକି ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ପଚରାଯିବାରୁ ଜେଡିୟୁ ସୁପ୍ରିମ କହିଛନ୍ତି ଯେ ଦଳୀୟ କର୍ମକର୍ତ୍ତାଙ୍କ ମତାମତ ଅନୁଯାୟୀ ମୁଁ ମୋ ପଦରୁ ଇସ୍ତଫା ଦେଇଛି। ଆମେ ପୂର୍ବ ସହଯୋଗୀ ମହାଗଠବନ୍ଧନ ଛାଡ଼ି ଦେଇଥିଲୁ। କାରଣ ସେଠାରେ ସ୍ଥିତି ଠିକ ରହିନଥିଲା। ମହାଗଠବନ୍ଧନ ଛାଡ଼ିବା ପରେ ଜେଡିୟୁ ପୁନର୍ବାର ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟରେ ସାମିଲ ହୋଇଯାଇଥିଲା।


ରବିବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ବାସଭବନରେ ଉଭୟ ଜେଡି଼ୟୁ-ବିଜେପି ବିଧାୟକ ଦଳର ବୈଠକ କରିଥିଲେ। ବିଧାୟକ ଦଳ ବୈଠକ ଶେଷ ହେବା ପରେ ରାଜଧାନୀ ପାଟନା ସ୍ଥିତ ରାଜଭବନ ଠାରେ ପହଞ୍ଚିଥିଲେ ଜେଡିୟୁ ସୁପ୍ରିମୋ। ସେଠାରେ ରାଜେନ୍ଦ୍ର ଆର୍ଲେକରଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ନୂତନ ସରକାର ଗଠନ ଲାଗି ଦାବି ଉପସ୍ଥାପନ କରିଥିଲେ। ଏହି ଅବସରରେ ନୂତନ ସରକାର ଗଠନ କରିବା ନେଇ ନୂତନ  ସମର୍ଥନପତ୍ର ପ୍ରଦାନ କରିଥିଲେ। ଏହା ପରେ ରାଜଭବନ ପରିସରରେ ସୁରକ୍ଷା ବ୍ୟବସ୍ଥା ମଜବୁତ କରାଯିବା ଶପଥ ଗ୍ରହଣ ସମାରୋହ ଲାଗି ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଥିଲା। ସକାଳେ ଇସ୍ତଫା ଦେବା ପରେ ସନ୍ଧ୍ୟାରେ ଆୟୋଜିତ ହୋଇଥିଲା ନୀତିଶ କୁମାରଙ୍କ ନବମ ପାଳି ସରକାରର ଶପଥ ଗ୍ରହଣ ଉତ୍ସବ।