ପାଟନା: Bihar Politics: ନୀତିଶ କୁମାର (Nitish Kumar)  ବିହାର ଏନଡିଏ (NDA) ରୁ ଅଲଗା ହୋଇସାରିଛନ୍ତି । ବିହାରରେ ପୁଣି ଥରେ ମହାମେଣ୍ଟ (Grand Alliance) ର ସରକାର ଗଠନ ହୋଇଛି । ନୀତିଶ କୁମାର ଏନଡିଏରୁ କାହିଁକି ଅଲଗା ହୋଇଛନ୍ତି, ଏହାର କାରଣ ଜେଡିଏର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂ ଓ ନୀତିଶ କୁମାର କହିସାରିଛନ୍ତି । କିନ୍ତୁ ପାଟନାରେ ଯାହା ଚର୍ଚ୍ଚା ହେଉଛି, ତାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କୁହାଯାଉଛି ଯେ ଅମିତ ଶାହ (Amit Shah) ପାଟନାକୁ ଆସିବା ପରେ ନୀତିଶ କୁମାରଙ୍କ ସହ ଫୋନରେ କଥା ହୋଇଥିଲେ । ସେହି ସମୟରେ ନୀତିଶ କୁମାର ଅମିତ ଶାହଙ୍କ ଆଗରେ କିଛି ସର୍ତ୍ତ ରଖିଥିଲେ । ଏହା ମଧ୍ୟ କୁହାଯାଉଛି ଯେ ଅମିତ ଶାହ ନୀତିଶ କୁମାରଙ୍କ ପ୍ରାୟ ସମସ୍ତ ସର୍ତ୍ତ ମାନି ନେଇଥିଲେ । ଏହା ସତ୍ତ୍ୱେ ନୀତିଶ କୁମାର ଏନଡିଏରୁ ଅଲଗା ହୋଇଥିଲେ ।


COMMERCIAL BREAK
SCROLL TO CONTINUE READING

ବାସ୍ତବରେ, ଅଗଷ୍ଟ ୯ରେ ନୀତିଶ କୁମାର ଏନଡିଏ ଠାରୁ ଅଲଗା ହୋଇଥିଲେ । ଏହାପୂର୍ବରୁ ଆରସିପି ପ୍ରକରଣକୁ ନେଇ ଜେଡିୟୁ  (JDU) ବିଜେପି (BJP) କୁ ଟାର୍ଗେଟ କରିଥିଲା । ସିଧାସଳଖ ନୁହେଁ, କିନ୍ତୁ ଆରସିପି ଓ ଚିରାଗ ପାସୱାନଙ୍କ ନାମ ନେଇ ଆକ୍ରମଣ କରୁଥିଲେ । ନୀତିଶ କୁମାର ଏନଡିଏରୁ ଅଲଗା ହେବା ଘୋଷଣା କରିବା ମାତ୍ରେ ଜେଡିୟୁ ନେତାମାନେ ବିଜେପି ଉପରେ ଆକ୍ରମଣାତ୍ମକ ହୋଇଥିଲେ । ନୀତିଶ କୁମାର ମଧ୍ୟ ଖୋଲାଖୋଲି ଭାବେ କହିଛନ୍ତି ଯେ, ବିଜେପି ଜେଡିୟୁକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି । ଜେଡିୟୁ ନେତାମାନଙ୍କୁ ଆଗକୁ କରି ଦଳ ଭାଙ୍ଗିବାକୁ ଚେଷ୍ଟା କରାଯାଉଥିଲା । ତେବେ ବିଜେପି ନୀତିଶ କୁମାରଙ୍କ ମନ୍ତବ୍ୟକୁ ଖଣ୍ଡନ କରିଛି । ବିଜେପିର ବରିଷ୍ଠ ନେତା ସୁଶୀଲ କୁମାର ମୋଦି ଏହା ମଧ୍ୟ କହିଛନ୍ତି ଯେ, ଜେଡିୟୁର ସମସ୍ତ ବିଧାୟକ ବିଜେପିରେ ଯୋଗ ଦେଇଥଲେ ମଧ୍ୟ ଆମେ ସରକାର ଗଠନ କରିପାରି ନ ଥାନ୍ତୁ, ତେଣୁ ଏଭଳି ପରିସ୍ଥିତିରେ ଯେଉଁ ଅଭିଯୋଗ କରାଯାଉଛି, ତାହା ଭିତ୍ତିହୀନ ।


ବିହାରର ଜଣେ ବରିଷ୍ଠ ସାମ୍ୱାଦିକଙ୍କ ଅନୁଯାୟୀ, ବିଜେପି ଓ ଜେଡିୟୁର ରାସ୍ତା ଅଲଗା ହୋଇଯାଇଛି । ଏସବୁ ମଧ୍ୟରେ ପାଟନାରେ ଚର୍ଚ୍ଚାର ବଜାର ଗରମ ହୋଇଛି । ଗୁଜବ ହେଉଛି ଯେ ଅମିତ ଶାହ ପାଟନାକୁ ଆସିବା ପରେ ନୀତିଶ କୁମାରଙ୍କ ସହ ଫୋନରେ କଥା ହୋଇଥିଲେ । ଅମିତ ଶାହ ନୀତିଶ କୁମାରଙ୍କ ସହ ଫୋନରେ କଥା ହୋଇଥିଲେ । ସେତେବେଳେ ନୀତିଶ କୁମାର ଅମିତ ଶାହଙ୍କ ଆଗରେ କିଛି ସର୍ତ୍ତ ରଖିଥିଲେ । ନୀତିଶ କୁମାର ଅମିତ ଶାହଙ୍କ ସାମ୍ନାରେ ଯାହା ବି ସର୍ତ୍ତ ରଖିଥିଲେ, ଏହାକୁ କେନ୍ଦ୍ର ଗୃହମନ୍ତ୍ରୀ ମାନି ନେଇଥିଲେ ।


ବରିଷ୍ଠ ସାମ୍ବାଦିକ କହ୍ନେୟା ଭେଲ୍ଲାରୀଙ୍କ କହିବାନୁସାରେ, ନୀତିଶ କୁମାର ଅମିତ ଶାହଙ୍କ ଆଗରେ ରଖିଥିବା ପ୍ରଥମ ସର୍ତ୍ତ ଥିଲା ବିହାର ବିଧାନସଭା ବାଚସ୍ପତି ବିଜୟ ସିହ୍ନାଙ୍କୁ ପଦରୁ ହଟାଇବା, ବିହାର ବିଜେପି ସଭାପତି ସଞ୍ଜୟ ଜୟସୱାଲଙ୍କୁ ହଟାଇବା, ଆରସିପି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ, ସୁଶୀଲ ମୋଦିଙ୍କୁ ବିହାର ଫେରାଇ ଆଣିବା ବ୍ୟତୀତ ନୀତିଶ କୁମାର ଅମିତ ଶାହଙ୍କ ଆଗରେ ଆହୁରି ଅନେକ ସର୍ତ୍ତ ରଖିଥିଲେ, ଯାହା ଅମିତ ଶାହ ମଧ୍ୟ ରାଜି ମାନି ନେଇଥିଲେ । ତେବେ କହ୍ନେୟା ଭେଲ୍ଲୋରୀ ମଧ୍ୟ ଏହା କହିଛନ୍ତି ଯେ ସେ ଏହାର ଦାବି କରୁ ନାହାଁନ୍ତି, ଏସବୁ ଚର୍ଚ୍ଚା ହେଉଛି ।


ଏହା ବି ପଢ଼ନ୍ତୁ:-SBI, HDFC ଏବଂ ICICI ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଜରୁରୀ ଖବର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଲେ ଏହି ବଡ଼ ଘୋଷଣା


ଏହା ବି ପଢ଼ନ୍ତୁ:-ସିନ୍ଦେ ଗୋଷ୍ଠୀରେ ଫାଟ, ଏକନାଥଙ୍କ ହାତରୁ ଯିବ ମହାରାଷ୍ଟ୍ର!


ଏହା ବି ପଢ଼ନ୍ତୁ:-ମୋଦିଙ୍କ ବୟାନ ଯୋଗୁଁ ସଙ୍କଟରେ ଏକନାଥ ସିନ୍ଦେ ଓ ମହାରାଷ୍ଟ୍ର ବିଜେପି!


 


କହ୍ନେୟା ଭେଲ୍ଲାରୀଙ୍କୁ ପଚରାଯାଇଥିଲା ଯେ ଯେତେବେଳେ ଅମିତ ଶାହ ନୀତିଶ କୁମାରଙ୍କ ସମସ୍ତ ସର୍ତ୍ତରେ ରାଜି ହୋଇଥିଲେ, ସେତେବେଳେ ଜେଡିୟୁ ଏନଡିଏରୁ କାହିଁକି ଅଲଗା ହେଲା? ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ନୀତିଶ କୁମାର ଅନୁଭବ କରିଛନ୍ତି ଯେ, ବର୍ତ୍ତମାନ ସୁଯୋଗ ଭଲ ରହିଛି । ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବି କରାଯାଇପାରିବ । ମମତା ବାନାର୍ଜୀ ଫସି ଅଛନ୍ତି । ଗାନ୍ଧୀ ପରିବାରରେ ମଧ୍ୟ ସମାନ ଅବସ୍ଥା । ଏଭଳି ପରିସ୍ଥିତିରେ ନୀତିଶ କୁମାର ଅନୁଭବ କରିଛନ୍ତି ଯେ ପୁରା ମୈଦାନ ଖାଲି ଅଛି । ଏହି ସୁଯୋଗକୁ ହାତଛଡା କରିବା ଉଚିତ୍ ନୁହେଁ । ଏହି କାରଣରୁ ନୀତିଶ କୁମାର ଏନଡିଏ ଠାରୁ ଅଲଗା ହୋଇଥିଲେ ।