`ମହାମେଣ୍ଟକୁ ଆସିବେ ନୀତିଶ କୁମାର`
ବାସ୍ତବରେ, ପୂର୍ବରୁ ଅନେକ ଆରଜେଡି ନେତା ଏ ବାବଦରେ ବୟାନ ଦେଇସାରିଛନ୍ତି, କିନ୍ତୁ ଲାଲୁ ପରିବାର (Lalu Family) ପକ୍ଷରୁ ଏହା ହେଉଛି ପ୍ରଥମ ବୟାନ । ନୂଆ ବର୍ଷ ଆରମ୍ଭରେ ରାବ୍ରି (Rabri Devi) ରାଜନୈତିକ ବୋମା ବିସ୍ଫୋରଣ କରିଦେଇଛନ୍ତି । ଯାହା ବିହାର ରାଜନୀତି (Bihar Politics) ରେ ହଇଚଇ ସୃଷ୍ଟି ହୋଇଛି ।
ପାଟନା: ବିଗତ କିଛି ଦିନ ହେବ ବିହାର ରାଜନୀତି (Bihar Politics) ସରଗରମ ହୋଇଉଠିଛି । ଅରୁଣାଚଳ ପ୍ରଦେଶରେ ଜେଡିୟୁ (JDU) ର ୬ ବିଧାୟକ ବିଜେପି (BJP) ରେ ସାମିଲ ହୋଇଥିଲା । ଯାହା ପରେ ଏହି ଘଟଣାକୁ ନେଇ ଜେଡିୟୁ ଅସନ୍ତୋଷ ବ୍ୟକ୍ତ କରିଛି । ଅନ୍ୟପକ୍ଷେ ଆରଜେଡି (RJD) ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପୁଣିଥରେ ମହାମେଣ୍ଟରେ ଫେରାଇ ଆଣିବାକୁ ଯୋଜନା କରୁଛି । ଏହି କ୍ରମରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ (Lalu Prasad Yadav) ଙ୍କ ପତ୍ନୀ ରାବ୍ରି ଦେବୀ (Rabri Devi) ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Nitish Kumar) ଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଯାହା ପରେ ବିହାର ରାଜନୀତିରେ ପାରା ବଢ଼ିଯାଇଛି । ସେ କହିଛନ୍ତି ଯେ, ନୀତିଶଙ୍କୁ ପୁଣି ଥରେ ମହାମେଣ୍ଟ (Grand Alliance) କୁ ଏଣ୍ଟ୍ରି କରାଇବାର ବିଚାର କରାଯାଉଛି ।
ଅଧିକ ପଢ଼ନ୍ତୁ:-ନୂଆ ବର୍ଷରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ ଘୋଷଣା କଲେ ମୋଦି ସରକାର
ବାସ୍ତବରେ, ପୂର୍ବରୁ ଅନେକ ଆରଜେଡି ନେତା ଏ ବାବଦରେ ବୟାନ ଦେଇସାରିଛନ୍ତି, କିନ୍ତୁ ଲାଲୁ ପରିବାର (Lalu Family) ପକ୍ଷରୁ ଏହା ହେଉଛି ପ୍ରଥମ ବୟାନ । ନୂଆ ବର୍ଷ ଆରମ୍ଭରେ ରାବ୍ରି (Rabri Devi) ରାଜନୈତିକ ବୋମା ବିସ୍ଫୋରଣ କରିଦେଇଛନ୍ତି । ଯାହା ବିହାର ରାଜନୀତି (Bihar Politics) ରେ ହଇଚଇ ସୃଷ୍ଟି ହୋଇଛି । ସେପଟେ ଜେଡିୟୁକୁ ମହାମେଣ୍ଟରେ ସାମିଲ କରିବାକୁ ନେଇ ଆରେଜଡି ନେତାଙ୍କ ବୟାନକୁ ସ୍ୱୟଂ ନୀତିଶ କୁମାର ଖାରଜ କରିଛନ୍ତି । ଏହା ସତ୍ତ୍ୱେ ରାବ୍ରି ଦେବୀଙ୍କ ଏହି ବୟାନ ଗୁରୁତ୍ୱପୂର୍ଣ୍ଣ ଅଟେ । ଏଭଳି ପରିସ୍ଥିତିରେ ବିଜେପି-ଜେଡିୟୁ (BJP-JDU) ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଅଧିକ ପଢ଼ନ୍ତୁ:-ବାମ ଦଳ-କଂଗ୍ରେସର ମିଳନ, ପଶ୍ଚିମବଙ୍ଗରେ କାହାର ବିଗାଡ଼ିବ ଖେଳ?
ବରିଷ୍ଠ ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦି (Sushil Kumar Modi) ଏହାକୁ ନେଇ ପାଲଟା ଆକ୍ରମଣ କରି କହିଛନ୍ତି ଯେ, ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଲାଲୁ ପ୍ରସାଦଙ୍କ ଦଳ ନିଜ ଡଜନ ଡଜନ ଏମଏଲଏ-ଏମଏଲସିଙ୍କୁ ଜେଡିୟୁରେ ଯିବାକୁ ଅଟକାଇ ପାରି ନାହିଁ । ତାଙ୍କର ୧୦ ଲକ୍ଷ ଲୋକଙ୍କୁ ଗୋଟିଏ ଝଟକାରେ ସରକାରୀ ଚାକିରି ଦେବାର ଅଯଥା ପ୍ରତିଶୃତି ପ୍ରତ୍ୟାଖ୍ୟାନ କରିଯାଇଛି । ଗରିବ ଶ୍ରମିକ, ଯୁବକ ଏବଂ ମହିଳାମାନେ ଯେଉଁ ଦଳକୁ ଅନୁଭବହୀନ ବଂଶବାଦୀ ନେତୃତ୍ୱକୁ ବିରୋଧୀ ଆସନରେ ବସିବାକୁ ଜନାଦେଶ ଦେଇଛନ୍ତି, ତାଙ୍କର କୌଣସି ନା କୌଣସି ବ୍ୟକ୍ତି ଏନଡିଏର ବିଧାୟକଙ୍କୁ ଭାଙ୍ଗିବା ପାଇଁ ପ୍ରାୟ ଦିନ ବଡ଼ ବଡ଼ ଦାବି କରାଯାଇ ନିଜ ବିଶ୍ୱନୀୟତାକୁ ପ୍ରମାଣିତ କରୁଛନ୍ତି । ଏଥିରେ କୌଣସି ରାଜନୈତିକ ସତ୍ୟତା ନାହିଁ ।