ନୂଆଦିଲ୍ଲୀ: ବିହାରରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆରଏଲଏସପି ମୁଖ୍ୟ ଉପେନ୍ଦ୍ର କୁଶୱାହା (RLSP Chief Upendra Kushwaha) ଙ୍କୁ ଜୋରଦାର ଝଟକା ଲାଗିଛି । ଶନିବାର ତାଙ୍କ ଦଳର ଜାତୀୟ କୋଷାଧ୍ୟକ୍ଷ ରାଜେଶ ଯାଦବ (Rajesh Yadav) ଓ ରାଷ୍ଟ୍ରୀୟ ମୁଖପାତ୍ର ସୁବୋଧ ମେହେଟା (Subodh Mehta) ଆରଜେଡି (RJD) ରେ ଯୋଗ ଦେଇଛନ୍ତି । ବିରୋଧୀ ଦଳର ନେତା ତଥା ଆରଜେଡି ନେତା ତେଜସ୍ୱୀ ଯାଦବ (RJD Leader Tejashwi Yadav) ଙ୍କ ଉପସ୍ଥିତିରେ ଉଭୟ ନେତା ଦଳରେ ସାମିଲ ହୋଇଛନ୍ତି । ଉଭୟ ପୂର୍ବରୁ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆରଏଲଏସପି) ରୁ ଇସ୍ତଫା ଦେଇଥିଲେ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ମୋଦି ଓ ତାଙ୍କ ମନ୍ତ୍ରୀ କେବେ ଲଗାଇବେ କୋରୋନା ଟିକା, ଜବାବ ରଖିଲେ ରାଜନାଥ ସିଂ


ଉପେନ୍ଦ୍ର କୁଶୱାହାଙ୍କୁ 'ଡବଲ୍ ଝଟକା' ଏପରି ସମୟରେ ଲାଗିଛି, ଯେତେବେଳେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ଯେ ସେ ଖୁବ୍ ଶୀଘ୍ର ନିଜ ଦଳକୁ ଜେଡିୟୁ (JDU) ରେ ବିଲୟ କରିପାରନ୍ତି । ତେବେ କୁଶୱାହା ଓ ଜେଡିୟୁ ଏହାର ପୃଷ୍ଟି କରିନାହାଁନ୍ତି । କିନ୍ତୁ ନିକଟ ଅତୀତରେ ଆରଏଲଏସପି ମୁଖ୍ୟ ସିଏମ ନୀତିଶ କୁମାର (Nitish Kumar) ଙ୍କୁ ଭେଟିଥିଲେ । ବିହାରରେ ହୋଲି ପରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏପ୍ରିଲ-ମେ ସୁଦ୍ଧା ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି ।


ଅଧିକ ପଢ଼ନ୍ତୁ:-ଶାହ ଦିଲ୍ଲୀରେ ୩ ଘଣ୍ଟା କଲେ ମନ୍ଥନ, ମମତାଙ୍କୁ ମାତ୍ ଦେବା ପାଇଁ ହେଲା ଚିନ୍ତନ


ସୂଚନାଯୋଗ୍ୟ, ଉପେନ୍ଦ୍ର କୁଶୱାହା ୨୦୧୩ରେ ଆରଏଲଏସପି ଗଠନ କରିଥିଲେ । ପରବର୍ତ୍ତୀ ବର୍ଷ ଲୋକସଭା ନିର୍ବାଚନରେ ​​ଦଳ ବିଜେପି ନେତୃତ୍ୱାଧୀନ ଏନଡିଏରେ ଯୋଗ ଦେଇ ୩ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା । ଦଳର ପ୍ରାର୍ଥୀମାନେ ୩ଟି ଆସନରେ ଜିତିଥିଲେ । ୨୦୧୯ରେ ଦଳ ମହାମେଣ୍ଟର ଏକ ଅଂଶ ହୋଇ ୫ଟି ଆସନରେ ନିର୍ବାଚନ ଲଢ଼ିଥିଲା । ତେବେ ଏଥର ଆରଏଲଏସପି ପ୍ରାର୍ଥୀ ଗୋଟିଏ ଆସନ ମଧ୍ୟ ଜିତିପାରିନଥିଲେ । ଗତ ବର୍ଷ ବିହାର ବିଧାନସଭା ନିର୍ବାଚନରେ ​​ଦଳ ମହାମେଣ୍ଟରୁ ଦୂରେଇ ଯାଇଥିଲା । ପରେ କୁଶୱାହା ଏକ ପୃଥକ ଫ୍ରଣ୍ଟରେ ସାମିଲ ହୋଇ ୧୦୪ଟି ଆସନରେ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ଗୋଟିଏ ମଧ୍ୟ ଆସନ ଜିତିବାରେ ସଫଳ ହୋଇ ନଥିଲେ ।