ନୀତିଶ-ସୁଶୀଲ ମୋଦିଙ୍କୁ କଣ୍ଟ୍ରୋଲ କରିବା ପାଇଁ ଶାହନାୱାଜଙ୍କୁ ବିହାର ପଠାଇଲା ବିଜେପି!
ନୀତିଶ କ୍ୟାବିନେଟ (Nitish Cabinet) ରେ ବିଜେପି (BJP) ର କମ୍ ଅଭିଜ୍ଞତା ଥିବା ମନ୍ତ୍ରୀଙ୍କ ତାଲିକା ଲମ୍ବା ରହିଛି । ଏହି ବ୍ୟବଧାନକୁ ଦୂର କରିବା ପାଇଁ ଓ ନୀତିଶଙ୍କ ମହତ୍ତ୍ୱାକାଂକ୍ଷା ଉପରେ ରୋକ୍ ଲଗାଇବାକୁ ଦଳ ଜଣେ ଅଭିଜ୍ଞ ବରିଷ୍ଠ ନେତା ଶାହନାୱାଜ୍ ହୁସେନ (Shahnawaz Hussain) ଙ୍କୁ କ୍ୟାବିନେଟରେ ସାମିଲ କରିବାକୁ ଚାହୁଁଛି ।
ପାଟନା: ବିଗତ କିଛି ଦିନ ହେବ ବିହାର ରାଜନୀତି (Bihar Politics) ର ପରିଦୃଶ୍ୟ କ୍ରମାଗତ ପରିବର୍ତ୍ତନ ହେବାରେ ଲାଗିଛି । ଗୋଟିଏ ପଟେ ନୀତିଶ କୁମାର (Nitish Kumar) ଙ୍କ ଜେଡିୟୁ (JDU) ଓ ବିଜେପି (BJP) ମଧ୍ୟରେ ସବୁକିଛି ଠିକ୍ ନଥିବାର ନଜରକୁ ଆସୁଛି । ଅନ୍ୟପଟେ ସରକାରରେ ନିଜର ଦଖଲକୁ ବୃଦ୍ଧି କରିବା ପାଇଁ ବିଜେପି ଯୋଜନା କରୁଛି । ଏହା ଅନ୍ତର୍ଗତ ଦଳର ବରିଷ୍ଠ ନେତା ଶାହନାୱାଜ ହୁସେନ୍ (Shahnawaz Hussain) ଙ୍କୁ ଆଗକୁ ବଢ଼ାଉଛି । ତେବେ ପ୍ରଶ୍ନ ଉଠୁଛି ଯେ ବିଜେପି ଶାହନାୱାଜ ହୁସେନ୍ଙ୍କ ସାହାଯ୍ୟରେ ଗୋଟିଏ ତୀରରେ ଦୁଇଟି ଶିକାର କରିବାକୁ ଚାହୁଁଛି କି? ଆଜ୍ଞା ହଁ, ଯଦି ଆପଣ ରାଜନୈତିକ ମହଲରୁ ଆସୁଥିବା ଖବରକୁ ବିଶ୍ୱାସ କରନ୍ତି, ତେବେ ନୀତିଶ କୁମାର ଓ ସୁଶୀଲ ମୋଦି (Sushil Modi)ଙ୍କୁ ନିୟନ୍ତ୍ରଣ କରିବା ପାଇଁ ବିଜେପି ହାଇକମାଣ୍ଡ ଶାହନାୱାଜ ହୁସେନଙ୍କୁ ବିହାରକୁ ପଠାଉଛନ୍ତି । ସୂତ୍ରରୁ ଖବର ମଧ୍ୟ ଆସିଛି ଯେ ଶାହନାୱାଜ ହୁସେନ୍ଙ୍କୁ ବିହାରରେ ମନ୍ତ୍ରୀ ମଧ୍ୟ କରାଯାଇପାରେ ।
ଅଧିକ ପଢ଼ନ୍ତୁ:-ନୀତିଶ କୁମାରଙ୍କ ଦୁଃଖ, ବଦଳିଲା ମାଞ୍ଝୀଙ୍କ ମୁଡ୍, ଏନଡିଏରେ ନାହିଁ ସବୁକିଛି ଠିକ୍!
ନୀତିଶ କ୍ୟାବିନେଟ (Nitish Cabinet) ରେ ବିଜେପି (BJP) ର କମ୍ ଅଭିଜ୍ଞତା ଥିବା ମନ୍ତ୍ରୀଙ୍କ ତାଲିକା ଲମ୍ବା ରହିଛି । ଏହି ବ୍ୟବଧାନକୁ ଦୂର କରିବା ପାଇଁ ଓ ନୀତିଶଙ୍କ ମହତ୍ତ୍ୱାକାଂକ୍ଷା ଉପରେ ରୋକ୍ ଲଗାଇବାକୁ ଦଳ ଜଣେ ଅଭିଜ୍ଞ ବରିଷ୍ଠ ନେତା ଶାହନାୱାଜ୍ ହୁସେନ (Shahnawaz Hussain) ଙ୍କୁ କ୍ୟାବିନେଟରେ ସାମିଲ କରିବାକୁ ଚାହୁଁଛି ।
ଅନ୍ୟପକ୍ଷରେ, ସୁଶୀଲ ମୋଦିଙ୍କୁ ଦିଲ୍ଲୀ ପଠାଇବା ସତ୍ତ୍ୱେ ସେ ବର୍ତ୍ତମାନ ମଧ୍ୟ ବିହାରର ରାଜନୀତିରେ ଅନ୍ୟ ନେତାଙ୍କ ଅପେକ୍ଷା ସକ୍ରିୟ ଅଛନ୍ତି ଏବଂ ତାଙ୍କର ପ୍ରଭାବ ହ୍ରାସ କରିବାକୁ ବିହାରରେ ଶାହନାୱାଜ ହୁସେନ୍ଙ୍କ ପରି ଜଣେ ନେତାଙ୍କୁ ଆବଶ୍ୟକ କରୁଛି । ବିହାର ରାଜନୀତିରେ ସୁଶୀଲ ମୋଦି ଓ ଶାହନାୱାଜ ହୁସେନଙ୍କ ସମ୍ୱନ୍ଧ କେବେ ଭଲ ହୋଇନାହିଁ ।
ଅଧିକ ପଢ଼ନ୍ତୁ:-ଆସାମରେ ବିଜେପିକୁ ମାତ୍ ଦେବା ପାଇଁ କଂଗ୍ରେସର ମାଷ୍ଟର ପ୍ଲାନ୍, ନିର୍ବାଚନୀ ମୈଦାନରେ ଏପରି କରିବ ମୁକାବିଲା
ସୂତ୍ରାନୁସାରେ, ନୂତନ ବର୍ଷର ପ୍ରଥମ ସପ୍ତାହରେ ଶାହନାୱାଜ ହୁସେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ସେହି ବୈଠକ ସମୟରେ ହିଁ ତାଙ୍କୁ ସଙ୍କେତ ଦିଆଯାଇଥିଲା ଯେ ଆପଣଙ୍କୁ ବିହାର ଯିବାକୁ ପଡିବ । ତାଙ୍କୁ ଆଗାମୀ ରୋଡ୍ ମ୍ୟାପ୍ ମଧ୍ୟ ବୁଝାଇ ଦିଆଯାଇଥିଲା ।
ଶାହନାୱାଜ ହୁସେନ୍ଙ୍କ ରାଜନୈତିକ ନିର୍ବାସନ ସମାପ୍ତ କରି ଦଳ ତାଙ୍କୁ ବିହାର ବିଧାନ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀ କରିଥିଲା । ଗୋଟିଏ କଥା ସମ୍ପୂର୍ଣ୍ଣ ସ୍ପଷ୍ଟ ଯେ ଶାହନାୱାଜ ବିହାରକୁ କେବଳ ପାର୍ଷଦ ହେବାକୁ ଆସୁନାହାଁନ୍ତି । ଦୀର୍ଘ ଦିନ ଧରି ନିର୍ବାସନରେ ଥିବା ଶାହନାୱାଜ ହୁସେନ୍ ଜମ୍ମୁ କାଶ୍ମୀର ନିର୍ବାଚନରେ ଦଳ ପାଇଁ କଠିନ ପରିଶ୍ରମ କରିଥିଲେ । ଏହା ପରେ ହାଇକମାଣ୍ଡ ତାଙ୍କ ପାଇଁ ଏକ ନୂଆ ଭୂମିକା ସ୍ଥିର କରିଥିଲେ ।
ଅଧିକ ପଢ଼ନ୍ତୁ:-ରେଲୱେ ପୁଣି ଦେଲା ଗୁଡ୍ ନ୍ୟୁଜ୍! ଆରମ୍ଭ ହେବାକୁ ଯାଉଛି ଆହୁରି ଅନେକ ସ୍ୱତନ୍ତ୍ର ଟ୍ରେନ୍
ବିଶେଷଜ୍ଞମାନେ କହିଛନ୍ତି ଯେ ରାଜନୈତିକ ଓ ପ୍ରଶାସନିକ ଅଭିଜ୍ଞତା ଥିବା ଶାହନାୱାଜ ହୁସେନ୍ଙ୍କ ଭୂମିକା ନୀତିଶ କୁମାରଙ୍କୁ ସରକାରୀ ସ୍ତରରେ ପରିଚାଳନା କରିବାକୁ ପଡ଼ିବ । ଦଳ ତାଙ୍କୁ ଉପମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ କରିପାରେ । ବର୍ତ୍ତମାନ ନୀତିଶ କ୍ୟାବିନେଟରେ ମଙ୍ଗଲ ପାଣ୍ଡେଙ୍କ ବ୍ୟତୀତ ବିଜେପିର ଯେଉଁ ସମସ୍ତ ମନ୍ତ୍ରୀ ସାମିଲ ଅଛନ୍ତି, ସେମାନଙ୍କ ଅଭିଜ୍ଞତା ବହୁତ ଅଳ୍ପ ରହିଛି । ଡେପୁଟି ସିଏମ୍ ତାରକିଶୋର ପ୍ରସାଦ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିବାବେଳେ ଦ୍ୱିତୀୟ ଡେପୁଟି ସିଏମ୍ ରେନୁ ଦେବୀ ଏହା ପୂର୍ବରୁ କିଛି ଦିନ ପାଇଁ କମ୍ ଗୁରୁତ୍ୱପୂର୍ଣ୍ଣ ପୋର୍ଟଫୋଲିଓ ସହ ମନ୍ତ୍ରୀ ରହିଛନ୍ତି ।
ଏହା ସମସ୍ତଙ୍କୁ ଜଣା ଯେ ମଙ୍ଗଲ ପାଣ୍ଡେ ସୁଶୀଲ ମୋଦି କ୍ୟାମ୍ପରୁ ଆସିଛନ୍ତି ଏବଂ ନୀତିଶ କୁମାରଙ୍କ ସହ ତାଙ୍କର ଆନ୍ତରିକ ସମ୍ପର୍କ ରହିଛି । ମଙ୍ଗଲ ପାଣ୍ଡେଙ୍କ ମାଧ୍ୟମରେ ନିଜର ଏଜେଣ୍ଡା କାର୍ଯ୍ୟକାରୀ କରିପାରିବ ନାହିଁ ବୋଲି ବିଜେପି ଅନୁଭବ କରୁଛି । ସାମ୍ପ୍ରତିକ ପରିସ୍ଥିତି ଏହା ହେଉଛି ଯେ ଅଭିଜ୍ଞତା କମ୍ ଥିବା ମନ୍ତ୍ରୀମାନଙ୍କ କାରଣରୁ ସରକାରୀ ବୈଠକରେ ସେହି ଚାପ ସୃଷ୍ଟି କରିବାରେ ବିଜେପି ସକ୍ଷମ ହୋଇପାରୁ ନାହିଁ । ବିଶେଷକରି କ୍ୟାବିନେଟ୍ ବୈଠକରେ ଯେଉଁଠାରେ ନୀତିଶ ନିଜ ଇଚ୍ଛାରେ ସମସ୍ତ ଏଜେଣ୍ଡା ପାସ୍ କରାଇନେଉଛନ୍ତି ଏବଂ ବିଜେପି ମନ୍ତ୍ରୀମାନେ କେବଳ ଦେଖି ରହିଯାଉଛନ୍ତି ।
ଅଧିକ ପଢ଼ନ୍ତୁ:-କୋରୋନା ଭୂତାଣୁକୁ ନେଇ ବଡ଼ ଖୁଲାସା କଲା WHO
ଶାହନାୱାଜ ହୁସେନ୍ଙ୍କୁ ଆଗକୁ ବଢ଼ାଇ ଦଳ ନୀତିଶ କୁମାରଙ୍କ ସହ ବିହାର ବିଜେପିରେ ସୁଶୀଲ ମୋଦିଙ୍କ ଏକ ବିକଳ୍ପ ସୃଷ୍ଟି କରିବାକୁ ଚାହୁଁଛି । ଶାହନାୱାଜ ହୁସେନ୍ ସୁଶଲ ମୋଦିଙ୍କ ବିକଳ୍ପ ହେବ କି ନାହିଁ ତାହା ବର୍ତ୍ତମାନ ଦାବି କରାଯାଇ ହେବନାହିଁ । ଏହି ମୁହୂର୍ତ୍ତ ପାଇଁ ଶାହନାୱାଜ ହୁସେନ୍ ଦଳର ସର୍ବୋଚ୍ଚ ନେତୃତ୍ୱର ବ୍ଲୁ ପ୍ରିଣ୍ଟ କେତେ ପରିମାଣରେ କାର୍ଯ୍ୟକାରୀ କରୁଛନ୍ତି ତାହା ଦେଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ।