Bihar Politics ଯଦିଓ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେତୁ ଲାଲୁ ପ୍ରସାଦ ଯାଦବ ଏବେ ରାଜନୀତିରେ ସକ୍ରିୟ ନାହାନ୍ତି କିନ୍ତୁ, ଏକ ସମୟ ଥିଲା ଯେତେବେଳେ ଲାଲୁ ଯାଦବଙ୍କ ପଛରେ ଏକ ବିଶାଳ ଜନସମର୍ଥନ ଦେଖିବାକୁ ମିଳୁଥିଲା। କୁହାଯାଏ ଯେ, ଲାଲୁ ଯାଦବଙ୍କୁ ଲୋକଙ୍କୁ ଆକର୍ଷିତ କରିବାର କଳା ବେଶ ଜଣା। ଭିଡ଼କୁ ଏକତ୍ରିତ କରିବା ପାଇଁ ଲାଲୁ ମଧ୍ୟ ବିଭିନ୍ନ ଉପାୟ ଅବଲମ୍ବନ କରନ୍ତି। ୨୦୦୫ ବିହାର ନିର୍ବାଚନ ସମୟରେ ଲାଲୁ ଯାଦବଙ୍କ ଦ୍ୱାରା ଏପରି ଏକ ଉପାୟ ଗ୍ରହଣ କରାଯାଇଥିଲା। ସେତେବେଳେ ସେ ପ୍ରଚାର ପାଇଁ ଆତଙ୍କବାଦୀ ଓସାମା ବିନ୍ ଲାଡେନଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ସାଥିରେ ରଖିଥିଲେ।


COMMERCIAL BREAK
SCROLL TO CONTINUE READING

ବାସ୍ତବରେ, ମିରାଜ ଖାଲିଦ ନୂର ନାମକ ଜଣେ ବ୍ୟକ୍ତିଙ୍କ ଚେହେରା କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଦେନ(Osama bin Laden)ଙ୍କ ସହିତ ମିଶିଯାଉଥିଲା। ଏଭଳି ସ୍ଥିଳେ ଲାଲୁ ଯାଦବ(Lalu Prasad Yadav) ୨୦୦୫ ବିହାର ନିର୍ବାଚନ ସମୟରେ ପ୍ରଚାର ପାଇଁ ତାଙ୍କୁ ବ୍ୟବହାର କରିଥିଲେ। ଏହା ପରେ ବିରୋଧୀ ଦଳ ଅଭିଯୋଗ କରିଥିଲେ ଯେ, ମୁସଲମାନ ମାନଙ୍କୁ ଆକର୍ଷିତ କରିବା ପାଇଁ ଖାଲିଦ ନୂରଙ୍କ ବ୍ୟବହାର କରାଯାଇଥିଲା।



ଲାଲୁ ଯାଦବଙ୍କ ପୂର୍ବରୁ ୨୦୦୪ରେ ଲୋକ ଜନଶକ୍ତି ପାର୍ଟି (LJP)ର ରାମ ବିଳାଶ ପଶଓ୍ବାନ ମଧ୍ୟ ପ୍ରଚାର ପାଇଁ ନୂରଙ୍କୁ ବ୍ୟବହାର କରିଥିଲେ। ନୂର ଡେଙ୍ଗା ମଣିଷଟେ ହୋଇଥିବା ବେଳେ ଲମ୍ବା ଦାଢି ସେ ରଖିଛନ୍ତି। ସେ ଯେତେବେଳେ ମୁଣ୍ଡରେ ପଗଡି ପିନ୍ଧନ୍ତି ଅବିକଳ ଓସାମା ବିନ୍ ଲାଡେନ ପରି ଦେଖାଯାନ୍ତି।


୨୦୦୯ର ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ନୂର କହିଥିଲେ, ''ଓସାମା ବିନ୍ ଲାଦେନଙ୍କ ପରି ଦେଖାଯାଉଥିବାରୁ ରାଜନୈତିକ ଦଳମାନେ ତାଙ୍କୁ ପ୍ରଚାରରେ ବ୍ୟବାହାର କରୁଥିଲେ। କାରଣ ତାଙ୍କୁ ନା କିପରି ଭାଷଣ ଦିଆଯାଏ ତାହା ଜଣାଥିଲା ନା ତାଙ୍କର କୌଣସି ରାଜନୈତିକ ପୃଷ୍ଠଭୂମି ରହିଥିଲା। ସେ ବ୍ୟବସାୟରୁ ରାଜନୀତିରେ ପ୍ରବେଶ କରିଥିଲେ। ତେବେ ଲୋକମାନେ ବର୍ତ୍ତମାନ ତାଙ୍କର ପ୍ରକୃତ ନାମ ଭୁଲିଯାଇ ତାଙ୍କୁ ବିନ୍ ଲାଡେନ ବୋଲି କହୁଛନ୍ତି।''


୨୦୦୪ ଏବଂ ୨୦୦୫ ନିର୍ବାଚନରେ ​​ନୂରଙ୍କୁ ପ୍ରଚାର ପାଇଁ ବ୍ୟବହାର କରାଯାଇଥିଲା। କିନ୍ତୁ, ପରବର୍ତ୍ତୀ ନିର୍ବାଚନରେ ​​ତାଙ୍କୁ ଅଣଦେଖା କରାଯାଇଥିଲା। ଆଉ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ନୂର କହିଥିଲେ, ''ତାଙ୍କ ପାଖରେ କୌଣସି ରାଜନୈତିକ କାମ ନାହିଁ, ତାଙ୍କୁ ଆଉ କେହି ପଚାରୁ ନାହାନ୍ତି। ତାଙ୍କର ବ୍ୟବାହାର ପରେ ଦୂରେଇ ଦିଆଗଲା।''


ଏକଦା ଚାରା ଦୁର୍ନୀତି ମାମଲାରେ ଫଶିଥିବା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଭାରତ ରାଜନୀତି ଜଗତର ଜଣେ ଲୋକପ୍ରିୟ ନେତା ଥିଲେ। ତାଙ୍କ ଭାଷଣ ଏତେ ଲୋକପ୍ରିୟ ଥିଲା ଯେ, ବିରୋଧିଙ୍କୁ ଏକ ପ୍ରକାର ରାଜନୀତି ରଣକ୍ଷେତ୍ରରେ ଧରାଶାୟୀ କରିଦେଉଥିଲା। ହେଲେ ସେ ଯେତେବେଳେ ନୂରଙ୍କୁ ନିର୍ବାଚନ ପ୍ରଚାର ପାଇଁ ବ୍ୟବହାର କରୁଥିଲେ ବିରୋଧିଙ୍କୁ କଟାକ୍ଷ ପାଇଁ ବାଟ ମିଳିଯାଉଥିଲା।