BJD Organizational Appointment 2024: ଆଗକୁ ନିର୍ବାଚନ ଆସୁଥିବା ବେଳେ ଦଳୀୟ ସଙ୍ଗଠନ ସଜାଡ଼ିବାରେ ଲାଗିଛି ବିଜେଡ଼ି। ଏହି କ୍ରମରେ ବିଜୁ ଜନତା ଦଳର ବିଭିନ୍ନ ସାଙ୍ଗଠନିକ ପଦବୀରେ ନୂତନ ନିଯୁକ୍ତି କରାଯାଇଛି। ଏହି ନିଯୁକ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶକ୍ରମେ କରାଯାଇଛି। ଏ ସମ୍ପର୍କରେ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି।


COMMERCIAL BREAK
SCROLL TO CONTINUE READING

ଭଦ୍ରକ ଜିଲ୍ଲାର ଧାମନଗର ବିଧାନସଭା ଆସନର ନେତା ଶଶଧର ସାମଲଙ୍କୁ ଜିଲ୍ଲା କମିଟି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ସେହିପରି ବିଜୁ ମହିଳା ଜନତା ଦଳ ଲାଗି ସରୋଜିନୀ ରାଜଙ୍କୁ ନୂଆପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ, ସୁଭଦ୍ରା ଦାସଙ୍କ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ, ସସ୍ମିତା ରାଣୀ ନାୟକଙ୍କୁ ଆଠମଲ୍ଲିକ ଏବଂ ଛେଣ୍ଡିପଦା ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରାଯାଇଛି।


ସେହିପରି ବିଜୁ ଛାତ୍ର ଜନତା ଦଳ ଲାଗି ବିଭିନ୍ନ ନିର୍ବାଚନମଣ୍ଡଳୀରେ ସହ-ସଂଯୋଜକ ନିଯୁକ୍ତ କରାଯାଇଛି।  ଅଲ୍ଲାରଖା ଖାନଙ୍କୁ ଆଠମଲ୍ଲିକ, ଦେବଶ ଦାସଲ ଖରିଆର, ଅସିତ ଦାସ ଛେଣ୍ଡିପଦା, ଅଭିଷେକ ଜଗତ ସମ୍ବଲପୁର, ପ୍ରଦୋଷ ପରିଡ଼ା ରେଙ୍ଗାଲି, ମିକୁ ପ୍ରଧାନ କୁଚିଣ୍ଡା, ରଞ୍ଜିତ ଦାସ ରେଢାଖୋଲ, ସୌମ୍ୟ ମହାପାତ୍ର ଦେବଗଡ଼, ସୁଜିତ ପାଲଟା ସିଂହ ଜୟପୁର, ଦେବୀ ପ୍ରସାଦ ଲେଙ୍କା ନବରଙ୍ଗପୁର, ଦିନେଶ ପ୍ରଧାନମନ୍ତ୍ରୀ ଭବାନୀପାଟଣା ଏବଂ ନର୍ଲା ନିର୍ବାଚନମଣ୍ଡଳୀ ସହ-ସଂଯୋଜକ ଭାବେ ନିଯୁକ୍ତ ହୋଇଛନ୍ତି।