ଗାନ୍ଧୀନଗର: ସେପ୍ଟମ୍ବର ୧୩ ତାରିଖ ସୋମବାର ଗଜୁରାଟର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ୫୯ ବର୍ଷୀୟ ବିଜେପି ନେତା ଭୂପେନ୍ଦ୍ର ପଟେଲ। ରାଜଧାନୀ ଗାନ୍ଧନଗରସ୍ଥିତ ରାଜଭବନ ପରିସରରେ ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଥିଲେ। 


COMMERCIAL BREAK
SCROLL TO CONTINUE READING

ଗତ ରବିବାର ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଗଜୁରାଟର ୧୭ତମ ମୁଖ୍ୟମନ୍ତ୍ରୀ (Gujarat Chief Minister) ଭାବେ ଶପଥ ଗ୍ରହଣ କରିଛନ୍ତି ଘାଟଲୋଡି଼ଆ (Ghatlodia Assembly Constituency) ବିଧାୟକ ଭୂପେନ୍ଦ୍ର ପଟେଲ (MLA Bhupendra Patel)। ଆସନ୍ତା ୨ ଦିନ ପରେ ସେ ତାଙ୍କର ମନ୍ତ୍ରୀମଣ୍ଡଳ ଗଠନ କରିବେ। ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ (Union Home Minister) ଅମିତ ଶାହଙ୍କ ସମେତ ଦଳୀୟ ନେତୃବୃନ୍ଦ ଯୋଗ ଦେଇଥିଲେ। 


Also Read: ଆସନ୍ତକାଲି ଶପଥ ନେବେ ମନୋନୀତ ମୁଖ୍ୟମନ୍ତ୍ରୀ Bhupendra Patel


ବିଧାୟକ ହେବା ପୂର୍ବରୁ ସେ ଅହମ୍ମଦାବାଦ ଅର୍ବାନ ଡେଭଲପମେଣ୍ଟ ଅଥରିଟି (Ahmedabad Urban Development Authority) ଏୟୁଡିଏ (AUDA) ଅଧ୍ୟକ୍ଷ  ଏବଂ ଅହମ୍ମଦାବାଦ ମହାନଗର ନିଗମ (Amdavad Municipal Corporation) ଏଏମସି ଷ୍ଟାଣ୍ଡିଂ କମିଟି (AMC Standing Committee) ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିସାରିଛନ୍ତି ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ।


Also Read: ଗୁଜୁରାଟ ମୁଖ୍ୟମନ୍ତ୍ରୀ ହେଲେ Bhupendra Patel  


ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ପ୍ରତିକ୍ରିୟା ରଖି ସେ କହିଥିଲେ ମୋତେ ଏହି ଦାୟିତ୍ୱ ପ୍ରଦାନ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଉଛି। ରାଜ୍ୟର ବିକାଶ ପାଇଁ ଯେଉଁ କାମ ଅସମ୍ପୂର୍ଣ୍ଣ ରହିଛି ତାହାକୁ ପ୍ରଥମେ ସମ୍ପୂର୍ଣ୍ଣ କରାଯିବ। ସମସ୍ତଙ୍କୁ ସାଥିରେ ନେଇ ଦଳୀୟ ସଙ୍ଗଠନ ଓ ସରକାରକୁ ଆଗକୁ ନିଆଯିବ।