ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ମହଙ୍ଗା ପଡିଛି। ଶୁକ୍ରବାର ବିଜେପି ନେତା Tajinder Pal Singh Baggaଙ୍କୁ ଦଲ୍ଲୀରୁ ଗିରଫ କରାଯାଇଛି। ପଞ୍ଜାବ ପୋଲିସର ପ୍ରାୟ ୫୦ ଜଣ ଜବାନା ବାଗ୍ଗାଙ୍କୁ ଉଠାଇ ନେଇଥିବା ବିଜେପି ନେତା କପିଲ ମିଶ୍ରା ଦାବି କରିଛନ୍ତି। ଏପ୍ରିଲ ପହିଲାରେ ତାଜିନ୍ଦର ପାଲ ସିଂହ ବାଗାଙ୍କ ବିରୁଦ୍ଧରେ ଏତଲା ହୋଇଥିଲା। ଏତଲାର ମାସେ ପରେ ପଞ୍ଜାବ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି। 


COMMERCIAL BREAK
SCROLL TO CONTINUE READING

ବିଜେପି ନେତା ତାଜିନ୍ଦର ପାଲ ସିଂହ ବାଗଗା (Tajinder Pal Singh Bagga) ଙ୍କୁ ପଞ୍ଜାବ ପୋଲିସ (Punjab Police) ଦିଲ୍ଲୀରୁ ଗିରଫ କରିଛି। ଏପ୍ରିଲରେ ବାଗଗାଙ୍କ ବିରୋଧରେ ଏକ ଏଫଆଇଆର ପଞ୍ଜୀକୃତ ହୋଇଥିଲା। ଉତ୍ତେଜନାମୂଳକ ବିବୃତ୍ତି ଦେବା, ଶତ୍ରୁତା ଏବଂ ଅପରାଧିକ ଭୟଭୀତତା ସୃଷ୍ଟି କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ବାସ୍ତବରେ ଫିଲ୍ମ କାଶ୍ମୀର ଫାଇଲ ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିବୃତ୍ତି ଉପରେ ବିଜେପି ନେତା ବାଗଗା ଟାର୍ଗେଟ କରିଥିଲେ। ତାଜିନ୍ଦର ପାଲ ସିଂହ ବାଗଗାଙ୍କ ଗିରଫକୁ ନେଇ ଏବେ ରାଜନୌତିକ ମାହୋଲ ମଧ୍ୟ ପୁରା ଗରମ ହୋଇଯାଇଛି। ଏଥିପାଇଁ ଆମ ଆଦମୀ ପାର୍ଟି ସରକାରକୁ ବିଜେପି ନିନ୍ଦା କରିଛି।


Also Read: କେଜ୍ରିୱାଲଙ୍କ ଟିମରେ ଆଉ ଜଣେ କମେଡିଆନ୍


ସୂଚନାଯୋଗ୍ୟ ଗତ ମାର୍ଚ୍ଚ ମାସରେ ଫିଲ୍ମ 'ଦ କାଶ୍ମୀର ଫାଇଲ୍ସ'କୁ ଟ୍ୟାକ୍ସମୁକ୍ତ ନକରିବା ପାଇଁ ସିଏମ୍ କେଜ୍ରିୱାଲ (Aravind Kejriwal) ବିଧାନସଭାରେ ଘୋଷଣା କରିଥିଲେ। ଯାହାକୁ ନେଇ ଅନେକ ବାଦ ବିବାଦ ସୃଷ୍ଟି ହୋଇଥିଲା। ଏହା ଉପରେ ବିଜେପି ନେତା ତାଜିନ୍ଦର ପାଲ ସିଂହ ବାଗଗା ଟୁଇଟ୍ କରି ଦିଲ୍ଲୀର ସିଏମ୍ କେଜ୍ରିୱାଲଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଏହାପୂର୍ବରୁ ବାଗଗା ବିରୋଧରେ ଛତିଶଗଡରେ ଏକ ଏଫଆଇଆର ପଞ୍ଜୀକୃତ ହୋଇଛି। ବାଗଗା, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ (Rajiv Gandhi) ଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।


ମାର୍ଚ୍ଚ ୩୦ରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ (Delhi CM) ଙ୍କ ବାସଭବନ ବାହାରେ ବିଜେପି ଯୁବ ମୋର୍ଚ୍ଚା ବିରୋଧ ପ୍ରଦର୍ଶନ କରିଥିଲା। ଏହି ଘଟଣାରେ ବାଗଗାଙ୍କ ସମ୍ପୃକ୍ତି ଥିବା ନେଇ ଏପ୍ରିଲ ପହିଲାରେ ପଞ୍ଜାବ ପୋଲିସରେ ଏଫଆଇଆର ହୋଇଥିଲା। ସେତେବେଳେ ତେଜିନ୍ଦର ପାଲ ସିଂ ବାଗଗା ପ୍ରତିକ୍ରିୟା ପ୍ରକାଶ କରି ଟ୍ୱିଟ୍ କରି ଲେଖିଥିଲେ, '୧୦୦ଟି ଏଫ୍ଆଇଆର୍ ହେଉ, କୌଣସି ଆପତ୍ତି ନାହିଁ... ମୁଁ କେଜ୍ରିୱାଲଙ୍କୁ ଛାଡିବି ନାହିଁ।' ସେପଟେ ଆଜିର ଗିରଫକୁ ନେଇ ବିଜେପି ନେତା କପିଲ ମିଶ୍ରା କହିଛନ୍ତି ଯେ, ବ୍ୟକ୍ତିଗତ ଶତ୍ରୁତା ପାଇଁ ପଞ୍ଜାବ ପୋଲିସକୁ କେଜ୍ରିୱାଲ ବ୍ୟବହାର କରୁଛନ୍ତି... ସରଦାରଙ୍କୁ ଭୟଭୀତ କରି ହେବ ନା, ଦୁର୍ବଳ କରିହେବ।