ଏହି ରାଜ୍ୟରେ ବିଜେପିକୁ ଲାଗିଲା ବଡ଼ ଝଟକା! ଦଳରୁ ଇସ୍ତଫା ଦେଲେ ବିଧାୟକ
BJP MLA Burba Mohan Tripura Resigns: ବାଚସ୍ପତି କହିଛନ୍ତି ଆଗକୁ ଯେ, ଇସ୍ତଫା ଗ୍ରହଣ କରାଯାଇଛି କାରଣ ସେ ପ୍ରକ୍ରିୟା ଅନୁସରଣ କରିଛନ୍ତି । ବରବା ମୋହନ ତ୍ରିପୁରା ଆଜିଠାରୁ ବିଧାନସଭାର ସଦସ୍ୟ ନୁହଁନ୍ତି । ଏହି ଇସ୍ତଫା ପରେ ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାର କ୍ଷମତା ବର୍ତ୍ତମାନ ୫୮କୁ ଖସି ଆସିଛି, କାରଣ ପୂର୍ବରୁ ଆଇପିଏଫଟି ବିଧାୟକ ବିଷକେତୁ ଦେବବର୍ମା ଗୃହର ସଦସ୍ୟତା ପାଇଁ ଅଯୋଗ୍ୟ ହୋଇସାରିଛନ୍ତି ।
ଅଗରତାଲା: BJP MLA Burba Mohan Tripura Resigns: ତ୍ରିପୁରା (Tripura) ରେ ଭାରତୀୟ ଜନତା ପାର୍ଟି (BJP) କୁ ବଡ଼ ଧରଣର ଝଟକା ଲାଗିଛି । ରାଜ୍ୟର କାର୍ବୁକ ବିଧାନସଭା ନିର୍ବାଚନମଣ୍ଡଳୀ (Karbook Constitueancy) ର ବିଧାୟକ ବରବା ମୋହନ ତ୍ରିପୁରା (Burba Mohan Tripura) ଦଳରୁ ଇସ୍ତଫା ଦେଇଛନ୍ତି । ଚର୍ଚ୍ଚା ଚାଲିଛି ଯେ ବରବା ମୋହନ ତ୍ରିପୁରା ଟିପ୍ରା ମୋଥା (Tipra Motha) ଦଳରେ ଯୋଗ ଦେଇପାରନ୍ତି । ବାରବା ମୋହନ ତ୍ରିପୁରା ଶୁକ୍ରବାର ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ।
ଗୋମତି ଜିଲ୍ଲାର କାର୍ବୁକରୁ ବିଧାୟକ ବରବା ମୋହନ ତ୍ରିପୁରା ତାଙ୍କ ଇସ୍ତଫା ପତ୍ରରେ ବିଧାନସଭା ସଦସ୍ୟତା ଛାଡିବା ପାଇଁ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି । ବିଧାନସଭା ବାଚସ୍ପତି ରତନ ଚକ୍ରବର୍ତ୍ତୀ କହିଛନ୍ତି ଯେ, କାର୍ବୁକ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ବିଧାୟକ ମୋତେ ଭେଟି ବ୍ୟକ୍ତିଗତ କାରଣ ଦର୍ଶାଇ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି । ତାଙ୍କ ସହ ଟିପ୍ରା ମୋଥା ଅଧ୍ୟକ୍ଷା ପ୍ରଦ୍ୟୋତ୍ କିଶୋର ମାଣିକ୍ୟ ଦେବବର୍ମା (Pradyot Kishore Manikya Debbarma) ମଧ୍ୟ ଥିଲେ ।
ଅଧିକ ପଢ଼ନ୍ତୁ:-ଆପଣଙ୍କ ହାତପାହାନ୍ତରେ ଥିବା ଗଛଗୁଡ଼ିକର ଔଷଧୀୟ ଗୁଣ ସମ୍ପର୍କରେ ଜାଣିଛନ୍ତି କି? ନ ଜାଣିଲେ ଆଜି ହିଁ ଜାଣି ନିଅନ୍ତୁ
ଅଧିକ ପଢ଼ନ୍ତୁ:-କୋଟି କୋଟି PF ଖାତାଧାରୀଙ୍କ ପାଇଁ ଖୁସି ଖବର, କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର!
ଅଧିକ ପଢ଼ନ୍ତୁ:-ବାବା ରାମଦେବଙ୍କ ପରେ ରାହୁଲ ଗାନ୍ଧୀ ଓ ଭାରତ ଯୋଡ଼ ଯାତ୍ରାର ସମର୍ଥନରେ ବାହାରିଲେ ଏହି ବଲଡିଉ ଅଭିନେତା, ଜାଣନ୍ତୁ କ'ଣ କହିଲେ
ବାଚସ୍ପତି କହିଛନ୍ତି ଆଗକୁ ଯେ, ଇସ୍ତଫା ଗ୍ରହଣ କରାଯାଇଛି କାରଣ ସେ ପ୍ରକ୍ରିୟା ଅନୁସରଣ କରିଛନ୍ତି । ବରବା ମୋହନ ତ୍ରିପୁରା ଆଜିଠାରୁ ବିଧାନସଭାର ସଦସ୍ୟ ନୁହଁନ୍ତି । ଏହି ଇସ୍ତଫା ପରେ ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାର କ୍ଷମତା ବର୍ତ୍ତମାନ ୫୮କୁ ଖସି ଆସିଛି, କାରଣ ପୂର୍ବରୁ ଆଇପିଏଫଟି ବିଧାୟକ ବିଷକେତୁ ଦେବବର୍ମା ଗୃହର ସଦସ୍ୟତା ପାଇଁ ଅଯୋଗ୍ୟ ହୋଇସାରିଛନ୍ତି ।
ଟିପ୍ରା ମୋଥା (Tipra Motha) ମୁଖ୍ୟ ପ୍ରଦ୍ୟୋତ୍ କିଶୋର ମାଣିକ୍ୟ ଦେବବର୍ମା (Pradyot Kishore Manikya Debbarma) କହିଛନ୍ତି ଯେ, ବରବା ମୋହନ ତ୍ରିପୁରା (Burba Mohan Tripura) ବିଧାୟକ ତଥା ବିଜେପି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ କୌଣସି ଜାତୀୟ ରାଜନୈତିକ ଦଳ ସହ ଯୋଡ଼ି ହେବାକୁ ଚାହାଁନ୍ତି ନାହିଁ । ସେ ତ୍ରିପୁରାର ମୂଳ ଜନଜାତି ଟିପରାସାଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ।
ଏଠାରେ କହି ରଖୁଛୁ ଯେ, ବରବା ମୋହନ ତ୍ରିପୁରା (Burba Mohan Tripura) ଙ୍କ ଇସ୍ତଫା ପରେ ମଧ୍ୟ ମାନିକ ସାହା (Manik Saha) ଙ୍କ ନେତୃତ୍ୱାଧୀନ ବିଜେପି ସରକାର ଉପରେ କୌଣସି ବିପଦ ନାହିଁ । କାରଣ ବିଧାନସଭାରେ ବିଜେପି ସରକାର (BJP Government) ପାଖରେ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ରହିଛି । ଭାରତୀୟ ଜନତା ପାର୍ଟିର ୩୫ ଜଣ ବିଧାୟକ ଥିବାବେଳେ ତାର ସହଯୋଗୀ ଆଇପିଏଫଟି (IPFT) ରେ ୭ ଜଣ ବିଧାୟକ ଅଛନ୍ତି । ବିରୋଧୀ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (Marxist Communist Party) ର ୧୭ ଜଣ ବିଧାୟକ ଓ କଂଗ୍ରେସ (Congress) ର ଜଣେ ବିଧାୟକ ଅଛନ୍ତି ।