Arunachal Pradesh Assembly Election 2024: ୨୦୨୪ ଲୋକସଭା ନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ସମଗ୍ର ଦେଶରେ ରାଜନୀତି। ଚଳିତ ବର୍ଷ ଲୋକସଭା ସହ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛନ୍ତି। ଏହି ନିର୍ବାଚନରେ ବିଜେପି ପାଇଁ ଆଗୁଆ ଆସିଯାଇଛି ଏକ ଖୁସି ଖବର। ଅରୁଣାଚଳ ପ୍ରଦେଶରେ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନ ୨୦୨୪ ଲାଗି ମତଦାନ ହେବା ପୂର୍ବରୁ ଶାସକ ବିଜେପି ୧୦ ଆସନ ଜିତିନେଇଛି। ଏହି ୧୦ ଆସନରେ ଲଢୁଥିବା ବିଜେପି ପ୍ରାର୍ଥୀଙ୍କ ବିରୋଧରେ କେହି ପ୍ରତିଦ୍ୱନ୍ଦ୍ୱିତା କରୁନଥିଲେ। ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ କହିଛନ୍ତି ଯେ ତାଙ୍କ ଦଳ (ବିଜେପି) ରାଜ୍ୟର ୧୦ ବିଧାନସଭା ଆସନରେ ବିଜୟୀ ହୋଇଛି। ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୪ ଗତ ଶନିବାର (ମାର୍ଚ୍ଚ ୩୦) ଥିଲା ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ଦିନ। ଏହା ପରେ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ, ତାଙ୍କ ସହଯୋଗୀ ଉପମୁଖ୍ୟମନ୍ତ୍ରୀ ଚୌନା ମିନ୍ ଏବଂ ଅନ୍ୟ ୮ ଜଣ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଏବଂ ଉପମୁଖ୍ୟମନ୍ତ୍ରୀ ଚୌନା ମିନଙ୍କ ସମେତ ଅନ୍ୟ ୮ ବିଜେପି ବିଧାୟକ ପ୍ରାର୍ଥୀ ୨୦୨୪ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ପୱନ କୁମାର ସେନ୍ ଗଣମାଧ୍ୟମକୁ କହିଛନ୍ତି ଯେ ଗତ ଶନିବାର ନାମାଙ୍କନ ପ୍ରତ୍ୟାହାର ଅବଧି ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଏବଂ ଉପମୁଖ୍ୟମନ୍ତ୍ରୀ ଚୌନା ମିନଙ୍କ ସହ ଅନ୍ୟ ୮ ଜଣଙ୍କୁ ବିଜୟୀ ଘୋଷଣା କରାଯାଇଛି।


ତୱାଙ୍ଗ ଜିଲ୍ଲାର ମୁକଟୋ ଆସନରୁ ପେମା ଖାଣ୍ଡ ବିଜେପି ପକ୍ଷରୁ ଏକମାତ୍ର ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ସେହିପରି ଉପମୁଖ୍ୟମନ୍ତ୍ରୀ ଚୌନା ମିନ୍ ଚୌଖମ୍ ଆସନରେ ଜିତିଛନ୍ତି। କାରଣ ତାଙ୍କ ବିରୋଧରେ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ବିୟାମସୋ କ୍ରି ଶନିବାର ତାଙ୍କ ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ।



ନିର୍ବାଚନ ଅଧିକାରୀ ସେନ୍ କହିଛନ୍ତି ଯେ, ଅରୁଣାଚଳ ପ୍ରଦେଶର ୬ ବିଧାନସଭା ଆସନରେ କେବଳ ଜଣେ ଲେଖାଁଏ ନାମାଙ୍କନପତ୍ର ଦାଖଲ ହୋଇଥିଲା। ସେହିପରି ଅନ୍ୟ ୪ ଜଣ ବିରୋଧି ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ଯାହା ଭାରତ-ଚୀନ୍ ସୀମା ନିକଟ ମୁକଟୋ ବିଧାନସଭା ଆସନରୁ ଆସିଛି। ଚତୁର୍ଥ ଥର ପାଇଁ ମୁକଟୋ ଆସନରୁ ଚତୁର୍ଥ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଛନ୍ତି ପେମା ଖାଣ୍ଡୁ। ଏକ ହେଲିକ୍ୟାପ୍ଟର ଦୁର୍ଘଟଣାରେ ତାଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡୋରଜୀ ଖଣ୍ଡୁଙ୍କ ମୃତ୍ୟୁ ପରେ ୨୦୧୦ ଉପ-ନିର୍ବାଚନରେ ପେମା ​​ଖାଣ୍ଡୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ମୁକଟୋ ଆସନରୁ ନିର୍ବାଚିତ ହୋଇଥିଲେ। ଗତ ୨୦୧୪ ଏବଂ ୨୦୧୯ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ପେମା ଖାଣ୍ଡୁ ମୁକଟୋ ଆସନରୁ ​​ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। 


ଦ୍ୱିତୀୟ ଥର ପାଇଁ ଚୌଖମ ଆସନରୁ ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ଚୌନା ମିନ୍। ଜଣେ ଅଭିଜ୍ଞ ରାଜନେତା ଭାବେ ପରିଚିଚ ମିନ୍ ୧୯୯୫ ଲେକାଙ୍ଗ ଆସନରୁ ନିର୍ବାଚିତ ହୋଇଥିଲେ। ସେହିପରି ତାଲି ଆସନରୁ ଜିକ୍କେ ଟାକୋ, ତାଲିହା ଆସନରୁ ନ୍ୟୋତୋ ଡୁକୋମ୍, ରୋଇଙ୍ଗ ଆସନରୁ ମତଚୁ ମିଥି, ହୁଲିଆଙ୍ଗ ଆସନରୁ ଦାସଙ୍ଗଲୁ ପୁଲ୍, ବେମାଡିଲା ଆସନରୁ ଡୋଙ୍ଗ୍ରୁ ସିଓଙ୍ଗଜୁ ଏବଂ ସାଗଲି ଆସନରୁ ରାତୁ ତେଚି, ଜିରୋ ଆସନରୁ ହେଜ୍ ଆପା ହାପୋଲି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।


ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ପ୍ରାର୍ଥୀ ତାଇ ତାଡ଼ପଙ୍କ ନାମାଙ୍କନ ଅବୈଧ ବୋଲି ଜଣାପଡିବା ପରେ ବିଜେପି ବିଧାୟକ ପ୍ରାର୍ଥୀ ତେଚି କାସୋ ଇଟାନଗର ଆସନରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ଆସନ୍ତା ଅପ୍ରେଲ ୧୯ ତାରିଖରେ ମୋଟ ୬୦ ଆସନ ବିଶିଷ୍ଟ ଅରୁଣାଚଳ ପ୍ରଦେଶ ବିଧାନସଭା ଏବଂ ରାଜ୍ୟର ୨ ଦୁଇଟି ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ।