Prisoners Voting Participation in India: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆରମ୍ଭ ହୋଇସାରିଛି ମତଦାନ। ଏହି କ୍ରମରେ ଅପ୍ରେଲ ୨୬ ତାରିଖ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ହେଲେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ତାଙ୍କ ସହଯୋଗୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, କ୍ୟାବିନେଟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ, ପୂର୍ବତନ ଝାଡ଼ଖଣ୍ଡ ମୁ୍ଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ ଅନେକ ବିରୋଧି ଦଳ ନେତା ମଧ୍ୟ ଜେଲ୍ ରେ ଅଛନ୍ତି। ଏବେ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ସେମାନେ ଜେଲ୍ ରୁ ଭୋଟ୍ ଦେଇ ପାରିବେ କି? 


COMMERCIAL BREAK
SCROLL TO CONTINUE READING

ଏହି ସମସ୍ତ ନେତାଙ୍କ ଲାଗି  ଭୋଟ୍ ଦେବାର ନିୟମ ଯେକୌଣସି ସାଧାରଣ କଏଦୀଙ୍କ ଭଳି ସମାନ ହୋଇଥାଏ। ଭାରତରେ କୌଣସି ଜେଲ୍ ରେ ରହିଥିବା ନାଗରିକଙ୍କୁ ଭୋଟ୍ ଦେବାର ଅଧିକାର ନାହିଁ। ଏନେଇ ଏକ ନିୟମ ମଧ୍ୟ ରହିଛି। ଏହି ନିୟମ କାହିଁକି ରହିଛି ତାହା ଆଇନରେ ମଧ୍ୟ ବ୍ୟାଖ୍ୟା କରାଯାଇଛି।


୧୯୫୧ ଧାରା ୬୨ (୫) ଅଧିନରେ କ'ଣ କହୁଛି ଆଇନ୍?  
ଭାରତରେ ଜେଲ୍ ରେ ରହୁଥିବା ଜଣେ ଅଭିଯୁକ୍ତଙ୍କୁ ଭୋଟ୍ ଦେବାର ଅଧିକାର ନାହିଁ। ଲୋକ ପ୍ରତିନିଧି ଅଧିନିୟମ ଧାରା ୧୯୫୧ ଉପଧାରା ୬୨ (୫) ଅନୁଯାୟୀ ଏହା ଧାର୍ଯ୍ୟ କରାଯାଇଛି। ଯେଉଁଥିରେ ଦର୍ଶାଯାଇଛି ଯେ ନ୍ୟାୟିକ ହେପାଜତ କିମ୍ବା ଜେଲ୍ ରେ ରହିଥିବା କୌଣସି ବ୍ୟକ୍ତି ଭୋଟ୍ ଦେବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ। ପୋଲିସ୍ ହେପାଜତରେ ରଖାଯାଇଥିବା ଲୋକଙ୍କୁ ଏହି ଆଇନ ଅନୁସାରେ ଭୋଟ୍ ଦେବାକୁ ଅନୁମତି ଦିଆଯାଇ ନାହିଁ। 


ଉଭୟ ପାର୍ଶ୍ୱରେ ଯୁକ୍ତି କ"ଣ?
ଏକଥା ଧ୍ୟାନ ଦେବା ଜରୁରୀ ଯେ ଭୋଟ୍ ଦେବାର ଅଧିକାର ହେଉଛି ସାମ୍ବିଧାନିକ ଅଧିକାର। କୌଣସି ବନ୍ଦୀଙ୍କୁ ଭୋଟ୍ ଅଧିକାର ଦେବା କିମ୍ବା ନ ଦେବା ବିଧାନସଭା ଉପରେ ନିର୍ଭର କରେ। ଏହା ମଧ୍ୟ ସତ୍ୟ ଯେ ମାନବ ଅଧିକାର କର୍ମୀ ଏବଂ କିଛି ଆଇନ ବିଶେଷଜ୍ଞ କଏଦୀଙ୍କୁ  ଭୋଟ୍ ଦେବା ଅଧିକାରରୁ ବଞ୍ଚିତ କରାଯିବା ପ୍ରସଙ୍ଗରେ ବିତର୍କ କରୁଛନ୍ତି। ସେମାନେ ଯୁକ୍ତି କରନ୍ତି ଯେ ଏହା ଅନ୍ୟାୟ। କାରଣ କାରାଗାରାରେ ରହୁଥିବା କଏଦୀ ଦୋଷୀ ନୁହଁନ୍ତି। ସେମାନଙ୍କ ପାଖରେ ଭୋଟ ଦେବାର ଅଧିକାର ରହିବା ଆବଶ୍ୟକ।


ସେମାନେ ଆହୁରି ମଧ୍ୟ ଯୁକ୍ତି କରିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ଜେଲ୍ ରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରୁଛନ୍ତି ତାହେଲେ ତାଙ୍କୁ ଭୋଟ୍ ଦେବାର ଅଧିକାର କାହିଁକି ଦିଆଯାଇ ପାରିବ ନାହିଁ? ଏହା ଉପରେ ଜବାବ ରଖି  କୁହାଯାଇଛି ଯେ ଅନେକ ଥର ଲୋକ ଆଇନର ଫାଇଦା ଉଠାଇଥାନ୍ତି ଏବଂ ପ୍ରତିପକ୍ଷଙ୍କୁ ଜେଲ ପଠାଇଥାନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ ଜେଲ୍ ରେ ନିର୍ବାଚନ ଲଢିବାକୁ ଅଧିକାର ଦିଆଯାଇଛି।


ଗତ ୨୦୧୩ ବର୍ଷରେ ଲୋକ ପ୍ରତିନିଧି ଅଧିନିୟମ ଧାରା ୧୯୫୧ ଉପଧାରା ୬୨ (୫) ରେ ପରିବର୍ତ୍ତନ କରାଯାଇଥିଲା। ଯାହା ଅଧିନରେ ଜେଲ୍ ରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମତି ଦିଆଯାଇଥିଲା। ଯଦିଓ ଏହା ପୂର୍ବରୁ ମଧ୍ୟ ଘଟିଛି। ସେହି ବର୍ଷ ଆଇନରେ ପରିବର୍ତ୍ତନ କରାଯାଇଥିଲା। କାରଣ ପାଟନା ହାଇକୋର୍ଟ ଜଣେ କଏଦୀଙ୍କୁ ଏକ ମାମଲାରେ ନିର୍ବାଚନ ଲଢିବାକୁ ମନା କରିଦେଇଥିଲେ।