Opposition PM Candidate: ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଯାଉଛି ଲୋକସଭା ନିର୍ବାଚନ ୨୦୨୪। ଏନେଇ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଆଗାମୀ ଲୋକସଭା ନିର୍ବାଚନରେ କିଏ ହେବେ ବିରୋଧୀ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ସେ ନେଇ ଏକ ବଡ଼ ବୟାନ ଦେଇଛନ୍ତି କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣନ। ଗଣମାଧ୍ୟମରେ ପ୍ରତିକ୍ରିୟା ରଖି  କଂଗ୍ରେସ ନେତା ଜଣଙ୍କ କହିଛନ୍ତି ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ​​କଂଗ୍ରେସ ନେତୃତ୍ୱ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଚେହେରା ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି। କଂଗ୍ରେସ ଦଳର କୌଣସି ଚେହେରାର ଅଭାବ ନଥିବା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣନ।


COMMERCIAL BREAK
SCROLL TO CONTINUE READING

କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣନ (Congress Leader Acharya Pramod Krishnan) କହିଛନ୍ତି ଦଳରେ କୌଣସି ଚେହେରାର ଅଭାବ ନାହିଁ। ହେଲେ ଦଳ ଭିତରେ କିଛି ଲୋକ ଅଛନ୍ତି, ଯେଉଁମାନେ ଏହାକୁ ଉଇ ଭଳି ଚାଟିବା ସହ ଏହାକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ଆଗାମୀ ଲୋକସଭା ନିର୍ବାଚନରେ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ (Opposition Prime Minister Candidate) ସମ୍ପର୍କରେ କଂଗ୍ରେସ ନେତା ଜଣଙ୍କ କହିଛନ୍ତି ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ​କଂଗ୍ରେସ ନେତୃତ୍ୱ (Congress Leadership) ପ୍ରିୟଙ୍କା ଗାନ୍ଧୀଙ୍କୁ (Priyanka Gandhi) ପ୍ରଧାନମନ୍ତ୍ରୀ ଚେହେରା ଭାବେ ଘୋଷଣା କରନ୍ତୁ। 


ଆଗାମୀ ୨୦୨୪ ଲୋକସଭା ନିର୍ବାଚନ (Lok Sabha Election 2024) ପୂର୍ବରୁ ବିରୋଧୀ ଏକତା (Opposition Unity) ଗଠନ ପାଇଁ କଂଗ୍ରେସ ପକ୍ଷରୁ କରାଯାଉଥିବା ଲଗାତାର ଝଟକା ଲାଗୁଛି। ଗତ ମାସରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର (Telangana CM KCR), ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ (Former Uttar Pradesh Chief Minister) ତଥା ସମାଜବାଦୀ ପାର୍ଟି ମୁଖ୍ୟ (Samajwadi Party President) ଅଖିଳେଶ ଯାଦବ (Akhilesh Yadav), ଆମ୍ ଆଦମୀ ପାର୍ଟି ରାଷ୍ଟ୍ରୀୟ ସଂଯୋଜକ (Aam Aadmi Party National Convener) ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Delhi CM Arvind Kejriwal), ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ (Punjab CM Bhagwant Mann) ହ୍ରାଇଦ୍ରାବାଦ ଠାରେ ଏକାଠି ହୋଇଥିଲେ। ହାଇଦ୍ରବାଦ ଠାରେ ଆୟୋଜିତ ହୋଇଥିବା ରାଲିରେ ଏକ ଅଣ ବିଜେପି ଏବଂ ଅଣ କଂଗ୍ରେସ ମେଣ୍ଟ (Non BJP Non Congress Alliance) ଗଠନ ଉପରେ ଆଲୋଚନା ହୋଇଥିଲା।


କିଛି ଦିନ ପୂର୍ବରୁ ଅଖିଳେଶ ଯାଦବ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ (West Bengal Chief Minister) ଏବଂ ଟିଏମସି ସୁପ୍ରିମୋ (TMC Supremo) ମମତା ବାନାର୍ଜୀଙ୍କୁ (Mamata Banerjee) ଭେଟିଥିଲେ। ଟିଏମସି ସୁପ୍ରିମୋ ଏବଂ ସମାଜବାଦୀ ପାର୍ଟି ମୁଖ୍ୟଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ କୁହାଯାଉଛି ଯେ ସମାଜବାଦୀ ପାର୍ଟି ଆଉ କଂଗ୍ରେସ ସହ ମେଣ୍ଟ କରିବାକୁ ଚିନ୍ତା କରୁନାହିଁ। ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ପ୍ରାର୍ଥୀ (2024 Lok Sabha Election PM Candidate) ଘୋଷିତ ହୋଇଥିବାରୁ ମମତା ବାନାର୍ଜୀଙ୍କୁ ସମର୍ଥନ କରିବ। ଗତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି କଂଗ୍ରେସ ସହ ମେଣ୍ଟ କରିବାକୁ ଆଗ୍ରହ ଦେଖାଇ ନଥିଲା।


କଂଗ୍ରେସ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇପାରେ, ହେଲେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ ଭରତ ଯୋଡା ଯାତ୍ରା (Bharat Jodo Yatra) ମାଧ୍ୟମରେ ରାହୁଲ ଗାନ୍ଧୀଙ୍କ ଭାବମୂର୍ତ୍ତିକୁ ସୁଦୃଢ କରିବା ଏବଂ ତାଙ୍କୁ ଜଣେ ବଡ ନେତା ଭାବରେ ପ୍ରତିଷ୍ଠିତ କରିବାକୁ ଚେଷ୍ଟା କରାଯାଇଥିଲା। ହେଲେ ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ନେଇ ଅନେକ ଥର ପ୍ରତ୍ୟାଖ୍ୟାନ କରିଛନ୍ତି।