Protest for Rahul Gandhi:ନେସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ନେତା ରାହୁଲ ଗାନ୍ଧୀଙ୍କୁ ଜେରା କରାଯିବା ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ଲଗାତାର ଜାରି ରହିଛି ବିରୋଧ ପ୍ରଦର୍ଶନ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ଜେରା କରିବାକୁ ବିରୋଧ କରି ରାଜରାସ୍ତାରେ ହଙ୍ଗାମା କରୁଛନ୍ତି କଂଗ୍ରେସ କର୍ମକର୍ତ୍ତା। ଯାହାର ଭିଡ଼ିଓ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେବାରେ ଲାଗିଛି। 
 
ଗୁରୁବାର ତେଲେଙ୍ଗାନା କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯିବା ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦଳର ନେତ୍ରୀ ରେଣୁକା ଚୌଧରୀ ଜଣେ ପୋଲିସ କର୍ମୀଙ୍କ ବର୍ଦ୍ଦି ଟାଣି ଦେଇଥିଲେ। ଏନେଇ ତାଙ୍କ ବିରୋଧରେ ଆଇପିସି ଧାରା ୩୫ ଆଧାରରେ ପଞ୍ଜାଗୁଟ୍ଟା ଥାନାରେ ମାମଲା ଦାଏର କରାଯାଇଛି।  


COMMERCIAL BREAK
SCROLL TO CONTINUE READING

ନ୍ୟୁଜ ଏଜେନ୍ସି ଏଏନଆଇ ପକ୍ଷରୁ ଏହି ଭିଡ଼ିଓ ସେୟାର କରାଯାଇଛି। ଯେଉଁଥିରେ ଦେଖିବାକୁ ମିଳିଛି ବିରୋଧ ପ୍ରଦର୍ଶନ ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ରେଣୁକା ଚୌଧରୀ ଜଣେ ପୋଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରୁଛନ୍ତି। ସେହି ସମୟରେ ଅନ୍ୟ ଜଣେ ମହିଳା ପୋଲିସ ତାଙ୍କୁ ଟାଣି ନେଇ ପୋଲିସ ଭ୍ୟାନ ଆଡକୁ ନେଇଯାଉଛି।



ନେସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ନେତା ରାହୁଲ ଗାନ୍ଧୀଙ୍କୁ ଜେରା କରିବାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ରାଜଭବନ ଚାଲ ଅଭିଯାନ ମାଧ୍ୟମରେ ବିରୋଧ ପ୍ରଦର୍ଶନ କରାଯାଉଥିଲା। ନେସନାଲ ହେରାଲ୍ଡ-ଏଜିଏଲ ଚୁକ୍ତି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।


ବିରୋଧ ପ୍ରଦର୍ଶନ କରିବା ସମୟରେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ତଥା ଦଳର ଲୋକସଭା ସାଂସଦ ଏ.ରେବନାଥ ରେଡ୍ଡୀଙ୍କ ସମେତ ଦଳର ଅନ୍ୟ ନେତାଙ୍କୁ ହେପାଜତକୁ ନେଇଥିଲା ପୋଲିସ। ବିରୋଧ ବେଳେ ସେମାନେ ରାଜ ଭବନ ଆଡ଼କୁ ଯାଉଥିଲେ। କଂଗ୍ରେସ ପକ୍ଷରୁ କରାଯାଇଥିବା ବିରୋଧ ପ୍ରଦର୍ଶନ କାରଣରୁ ହାଇଦ୍ରବାଦ ସହରର ଖୈରାତାବାଦ ଅଞ୍ଚଳରେ ଟ୍ରାଫିକ ଜାମ୍ ହୋଇଥିଲା। କିଛି ବିକ୍ଷୋଭକାରୀ ଦୁଇ ଚକିଆ ଯାନରେ ନିଆଁ ଲଗାଇ ଦେଇଥିଲେ ଏବଂ କିଛି ଲୋକ ବସ୍‌ ଉପରେ ଚଢି ଯାଇଥିଲେ। ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀ ମୋଦି ଏବଂ ପୋଲିସ ବିରୋଧରେ ନାରାବାଜି କରିଥିଲେ। 


Also Read: ED ପଚରାଉଚୁରାରେ କ୍ଳାନ୍ତ ହୋଇପଡିଛନ୍ତି ରାହୁଲ? ମାଗିଲେ ଗୋଟିଏ ଦିନ ପାଇଁ ବ୍ରେକ୍


Also Read: National Herald Case: ରାହୁଲ ଗାନ୍ଧୀଙ୍କୁ ପଚରାଉଚୁରା ଜାରି; ଆଜି ପୁଣି ଡାକିଲା ED