ନୂଆଦିଲ୍ଲୀ: ମୁମ୍ବାଇର ପୂର୍ବତନ କଂଗ୍ରେସ ମୁଖ୍ୟ (Former Mumbai Congress chief) ତଥା ରାଜ୍ୟ ମନ୍ତ୍ରୀ କୃପାଶଙ୍କର ସିଂ (Kripashankar Singh) ଭାରତୀୟ ଜନତା ପାର୍ଟି (BJP) ରେ ଯୋଗ ଦେଇଛନ୍ତି । କୃପାଶଙ୍କର ସିଂ ୨୦୧୦ ମସିହାରେ ଅଜିଜ୍ ବର୍ନିଙ୍କ ଦ୍ୱାରା ଲିଖିତ '26/11 RSS ର ଷଡଯନ୍ତ୍ର' ପୁସ୍ତକର ବିମୋଚନ କରିଥିଲେ । କୃପାଶଙ୍କର ଜୁଲାଇ ୭ରେ ରାଜ୍ୟ ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ପରଲୋକରେ ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ବୀରଭଦ୍ର ସିଂ


ବୃହନ୍ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (BMC) ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ହାଇକମାଣ୍ଡ ଦ୍ୱାରା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ କୃପାଶଙ୍କର ସିଂଙ୍କୁ  ବିଜେପିରେ ସାମିଲ କରାଯାଇଛି । ତାଙ୍କୁ ଦଳରେ ଏହି ତର୍କ ଉପରେ ସାମିଲ କରାଯାଇଛି ଯେ, ସେ ଉତ୍ତର ଭାରତୀୟ ଲୋକଙ୍କ ମଧ୍ୟରେ ଜଣେ ଲୋକପ୍ରିୟ ଚେହେରା  ଓ ଏହି ଗୋଷ୍ଠୀ ଦୀର୍ଘ ସମୟ ଧରି ଦଳ ପାଇଁ ଏକ ବଡ଼ ଭୋଟ୍ ବ୍ୟାଙ୍କର କାର୍ଯ୍ୟ କରିଆସୁଥିଲା ।


ପୁରା ବିଷୟ ସମ୍ପର୍କରେ କୃପାଶଙ୍କର (Kripashankar Singh) କହିଛନ୍ତି ଯେ, "ଧାରା ୩୭୦ ରଦ୍ଦ ପ୍ରସଙ୍ଗରେ ମୁଁ କଂଗ୍ରେସ ଛାଡିଥିଲି । ଏହି ପ୍ରକ୍ରିୟାକୁ ବିରୋଧ କରାଯାଇପାରେ କିନ୍ତୁ କଂଗ୍ରେସର ଏହି ପଦକ୍ଷେପକୁ ବିରୋଧ କରିବାର କୌଣସି କାରଣ ନଥିଲା । ଏହା ଉପରେ ଦଳର ଆଭିମୁଖ୍ୟର କାରଣ ମୁଁ ପଚାରିଥିଲି, କିନ୍ତୁ କୌଣସି ପ୍ରତିକ୍ରିୟା ପାଇ ନଥିଲି । ବର୍ତ୍ତମାନ ମୁଁ ବିନା ସର୍ତ୍ତରେ ବିଜେପିରେ ଯୋଗ ଦେଉଛି ।"


ଅଧିକ ପଢ଼ନ୍ତୁ:-ବିଦାୟ ଦିଲୀପ କୁମାର: ପେଶୱାରର ୟୁସୁଫ୍ ଯିଏ ବନିଯାଇଥିଲେ ବଲିଉଡର ଟ୍ରାଜେଡି କିଙ୍ଗ୍


ବହୁ ଦୁର୍ନୀତି ମାମଲା ସହ ଜଡିତ ଥିବା ତଥା ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଜେପି ସିଂଙ୍କୁ ବହୁଥର ଟାର୍ଗେଟ କରିଥିଲା । ସେପ୍ଟେମ୍ବର ୨୦୧୯ରେ କୃପାଶଙ୍କର ସିଂ କଂଗ୍ରେସ ଛାଡିଥିଲେ । 


ଆମେ ଆପଣଙ୍କୁ କହିରଖୁଛୁ ଯେ, ଏହି ପୁସ୍ତକଟି ଅଜିଜ୍ ବର୍ନି ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ୨୦୧୦ ମସିହାରେ ଲେଖାଯାଇଥିଲା, ଯେଉଁଥିରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଦ୍ୱାରା ଭାରତ ଉପରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (RSS) ର ଷଡଯନ୍ତ୍ର ବୋଲି କୁହାଯାଇଥିଲା । ଯାହା ଅବାସ୍ତବ ଓ ଭିତ୍ତିହୀନ ଥିଲା ।


ଅଧିକ ପଢ଼ନ୍ତୁ:-୫୨ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମିଳିଲା ଏହି ବଡ଼ ରିହାତି, ଏବେ ଶେଷ ହେଲା ଟେନସନ୍


୨୦୧୦ରେ ଏହି ପୁସ୍ତକ ବିମୋଚନ ହେବା ସମୟରେ ବଲିଉଡର ନିର୍ଦ୍ଦେଶକ ମହେଶ ଭଟ୍ଟ ଓ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ମଧ୍ୟ ଉପସ୍ଥିତ ଥିଲେ । 



କୃପାଶଙ୍କର ସିଂଙ୍କ ବିଜେପିରେ ସାମିଲ ହେବା ଖବର ଶୁଣି ଲୋକମାନେ ଟ୍ୱିଟରରେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଅଧିକାଂଶ ଲୋକ ଚିହ୍ନିତ କରି କହିଛନ୍ତି ଯେ କୃପାଶଙ୍କର ୨୦୧୦ ରେ ମିଥ୍ୟା ତଥ୍ୟ ଉପରେ ମୁଦ୍ରିତ ଏକ ପୁସ୍ତକ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା ।