Congress Notice: ପଦ୍ମପୁର ଉପନିର୍ବାଚନରେ ବିଜେଡିର ବାଜିମାତ୍ ପରେ ବିଜେପି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଣିଥିଲେ ସାଙ୍ଘାତିକ ଅଭିଯୋଗ। ତାଙ୍କ ଅଭିଯୋଗ ଥିଲା ପଦ୍ମପୁର ପାଇଁ ବିଜେଡି ଓ କଂଗ୍ରେସ ମଧ୍ୟରେ ଡିଲ୍ ହୋଇଥିଲା । ଜୟନାରାୟଣ କହିଥିଲେ ପଦ୍ମପୁରକୁ ପ୍ରଚାରରେ ଯିବା ପୂର୍ବରୁ ଡିଲ୍ କରିଥିଲା ବିଜେଡି। ଭୁବନେଶ୍ୱରରେ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ସହ ମୂଲଚାଲ ହୋଇଥିଲା । କଂଗ୍ରେସ ଭୋଟ୍ କୁ ଡାଇଭର୍ଟ କରିବାକୁ କଂଗ୍ରେସ ଦଳ ଟପ୍ ନେତୃବୃନ୍ଦଙ୍କଠୁ ନିର୍ଭର ପ୍ରତିଶ୍ରୁତି ପାଇବା ପରେ ହିଁ ପଦ୍ମପୁରକୁ ପ୍ରଚାର ପାଇଁ ଯାଇଥିଲେ ନବୀନ। ହେଲେ ଏହି ଉପନିର୍ବାଚନ ଡିଲ କେତେ କୋଟି ଟଙ୍କାର ହୋଇଥିଲା ସେନେଇ କିଛି ଆଇଡିଐ ନଥିବା କହିଥିଲେ ଜୟନାରାୟଣ । 


COMMERCIAL BREAK
SCROLL TO CONTINUE READING

ଆଉ ଏହାପରେ ରାଜ୍ୟରେ ଦେଖାଦେଇଥିଲା ରାଜନୈତିକ ବୟାନ ବାଜି। ବିରୋଧୀ ଦଳ ନେତାଙ୍କ ଅଭିଯୋଗକୁ ସତ ବୋଲି କହିଥିଲେ କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ (Congress MLA sura Rout Ray)। ସେ କହିଥିଲେ  ପଦ୍ମପୁରରେ କଂଗ୍ରେସକୁ ହରେଇବା ପାଇଁ ସମ୍ପୂର୍ଣ୍ଣ ଡିଲ ହୋଇଥିଲା । ଦଳର ସବୁ ବିଶିଷ୍ଟ ନେତା କଂଗ୍ରେସ (Congress) ହରେଇବାକୁ ସେଠିକି ଯାଇଥିଲେ । ଜିତେଇବା ତାଙ୍କର ଲକ୍ଷ୍ୟ ନଥିଲା କହିବା ପରେ ରାଜ୍ୟ ରାଜନୀତିରେ ହଟଚମଟ ଦେଖାଦେଇଥିଲା । ଏନେଇ ସେ ହାଇକମାଣ୍ଡଙ୍କୁ ଭେଟିବେ ବୋଲି ସେ କହିଥିଲେ । ସେହିପରି କଟକ-ବାରବାଟୀ ବିଧାୟକ, ମହମ୍ମଦ ମୋକିମ୍  ମଧ୍ୟ ସାମ୍ନାକୁ ଆସି କହିଥିଲେ ରାଜ୍ୟର କଂଗ୍ରେସ ସ୍ଥିତି ଏତେ ବି ଖରାପ ନୁହେଁ । ତଥାପି ଉପ-ନିର୍ବାଚନ(Padampur By Poll) କିଛି ଲୋକଙ୍କୁ ଖୁସି କରୁଛି ଏବଂ ତାଙ୍କ ପକେଟ୍ ଗରମ କରୁଛି । ଯଦି ସମ୍ବଳ ନାହିଁ କାହିଁକି ପ୍ରାର୍ଥୀ ଦିଆଯାଉଛି ବୋଲି ପ୍ରଶ୍ନ କରିଥିଲେ ମୋକିମ। 


Also Read:  Gas Cylinder: ରାଜସ୍ଥାନ ସରକାରଙ୍କ ବଡ଼ ଘୋଷଣା, ୫ ଶହ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର


ତେବେ ଏହାକୁ ଆଧାର କରି କଂଗ୍ରେସ କାର୍ଯ୍ୟାଳୟ (Congress Office) ପକ୍ଷରୁ ଆଜି ଉଭୟ ବିଧାୟକଙ୍କୁ ସୋ କଜ ନୋଟିସ (So Cause Notice) ଜାରି କରାଯାଇଛି। ୭ ଦିନ ଭିତରେ ଉତ୍ତର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି। ଦଳର ଅନୁଶାସନ ଓ ନିୟମକୁ ଭଙ୍ଗ କରିଥିବା ଅଭିଯୋଗରେ ଏହି ନୋଟିସ ଜାରି କରାଯାଇଛି। ସେହିପରି ସୁରଙ୍କ ପ୍ରତିକ୍ରିୟା ଅନୁସାରେ, ବିଧାୟକ କହିଛନ୍ତି ଯେ "ସେ ନୋଟିସର ଉଚିତ ଜବାବ ଦେବେ । ଗଣମାଧ୍ୟମ ସାମ୍ନାରେ ସେ କେବେ ହେଲେ ନା ଦଳର ନାଁ ନେଇଛନ୍ତି ନାଁ ଦଳୀୟ କର୍ମୀଙ୍କ । ଅପ୍ରିୟ ସତ କଥା ହେଲେ ବି ମୁଁ ମୋ ନିଜ ବୟାନବାଜିରୁ ହଟିବି ନାହିଁ ବୋଲି ସୁର କହିଛନ୍ତି" ।