Congress President Mallikarjun Kharge: ୨୦୨୪ ଲୋକସଭା ନିର୍ବାଚନ ସମୟରେ ଦଳ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ ମହାରାଷ୍ଟ୍ର କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ମହମ୍ମଦ ଆରିଫ ନସୀମ ଖାନ। ଏନେଇ ସେ କହିଥିଲେ ଯେ ତାଙ୍କ ଦଳ ନିର୍ବାଚନରେ ମୁସଲିମ ଭୋଟ ଚାହୁଁଛି। ହେଲେ କୌଣସି ମୁସଲମାନଙ୍କୁ ଟିକେଟ ଦେଉନାହିଁ। କଂଗ୍ରେସ ନେତାଙ୍କ ପକ୍ଷରୁ ଅଣାଯାଇଥିବା ଅଭିଯୋଗ ଉପରେ ଜବାବ ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ। 


COMMERCIAL BREAK
SCROLL TO CONTINUE READING

ଶନିବାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେ ଏକ ଭୁଲ ବୁଝାମଣା ହେତୁ ଏପରି ସ୍ଥିତି ହୋଇଛି। ୨୦୨୪ ଲୋକସଭା ନିର୍ବାଚନରେ ​​ମହାରାଷ୍ଟ୍ରରେ କୌଣସି ମୁସଲମାନଙ୍କୁ ପ୍ରାର୍ଥୀ କରାଯାଇ ନାହିଁ। ଯାହାକୁ ନେଇ ଦଳର ଜଣେ ନେତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି।


ହେଲେ କଂଗ୍ରେସ ଅଧ୍ୟକ୍ଷ ନସୀମ ଖାନଙ୍କ ନାମ ନ ନେଇ କହିଛନ୍ତି ଯେ ଏହାର ଭରଣା କରାଯିବ। ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେ ରାଜ୍ୟସଭା ଏବଂ ବିଧାନସଭା ନିର୍ବାଚନ ମଧ୍ୟ ମହାରାଷ୍ଟ୍ରରେ ଅନୁଷ୍ଠିତ ହେବ। କୌଣସି ମୁସଲମାନଙ୍କୁ ପ୍ରାର୍ଥୀ କରାଯାଇ ନାହିଁ ବୋଲି କହିବା ଭୁଲ ନୁହେଁ। ମହାରାଷ୍ଟ୍ରରେ ତିନୋଟି ଦଳର ଏକ ମେଣ୍ଟ ରହିଛି। ପରସ୍ପର ସହ କଥା ହେବା ପରେ ନିଷ୍ପତ୍ତି ନିଆଯାଏ। ସେ ଏହା ମଧ୍ୟ କହିଛନ୍ତି ଯେ ନସୀମ ଖାନ ହେଉଛନ୍ତି ଦଳର ଜଣେ ଭଲ କର୍ମୀ ଏବଂ ଆମେ ତାଙ୍କର ଯତ୍ନ ନେବୁ।


Also Read: Lok Sabha Election 2024: କଂଗ୍ରେସ ମୁସଲମାନ ଭୋଟ ଚାହୁଁଛି ହେଲେ ନିର୍ବାଚନରେ...


ମହାରାଷ୍ଟ୍ର କଂଗ୍ରେସ ନେତା ନସୀମ ଖାନ ରାଜ୍ୟରେ କୌଣସି ମୁସଲମାନଙ୍କୁ ୨୦୨୪ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରାଯାଇ ନଥିବାରୁ ଅସନ୍ତୋଷ ବ୍ୟକ୍ତି। ଏପରିକି ସେ ଦଳର ଏପରି ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏବେ ତାଙ୍କ ଦ୍ୱାରା ଉଠାଇଯାଇଥିବା ପ୍ରଶ୍ନର ଜବାବ ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ। ଯଦିଓ ଏହି ପ୍ରସଙ୍ଗରେ ମହାରାଷ୍ଟ୍ର କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ସେ ତାଙ୍କ ରାଜ୍ୟରେ ୨୦୨୪ ଲୋକସଭା ନିର୍ବାଚନରେ କୌଣସି ମୁସଲମାନଙ୍କୁ ପ୍ରାର୍ଥୀ କରାଯାଇ ନଥିବାରୁ ଦୁଃଖ ପ୍ରକାଶ କରିଥିଲେ। ଏପରିକି କଂଗ୍ରେସ, ଏନସିପି (ପାୱାର ଗୋଷ୍ଠୀ), ଶିବସେନା (ଠାକରେ ଗୋଷ୍ଠୀ) ଆଦି ଦଳକୁ ନେଇ ଗଠିତ ମହାବିକାଶ ଅଘାଡ଼ି ମେଣ୍ଟ କୌଣସି  ମୁସଲମାନଙ୍କୁ ପ୍ରାର୍ଥୀ କରାଯାଇ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ମହାବିକାଶ  ଅଘାଡ଼ି ମେଣ୍ଚରେ ସାମିଲ ହୋଇ ନିର୍ବାଚନ ଲଢୁଛି। 


ମହାରାଷ୍ଟ୍ର କଂଗ୍ରେସ ନେତା ଜଣଙ୍କ ଆହୁରି କହିଥିଲେ ଯେ ବର୍ତ୍ତମାନ ସଂଖ୍ୟାଲଘୁ ସମ୍ପ୍ରଦାୟ ଲଜ୍ଜାଜନକ ବୟାନବାଜି କରୁଛି। କଂଗ୍ରେସ ମୁସଲମାନ ଭୋଟ୍ ଚାହୁଁଛି ହେଲେ ନିର୍ବାଚନରେ ​​କୌଣସି ମୁସଲମାନଙ୍କୁ ଦଳୀୟ ପ୍ରାର୍ଥୀ କରିବାକୁ ଚାହୁଁ ନାହିଁ।  ଦୁଃଖର ବିଷୟ ଯେ ବର୍ତ୍ତମାନ ମୁଁ ସେମାନଙ୍କ ସାମ୍ନା କରିପାରିବି ନାହିଁ। କାରଣ ମୋ ପାଖରେ ଏହାର କୌଣସି ଜବାବ ନାହିଁ। ମୁସଲମାନ କଂଗ୍ରେସ ଦଳକୁ ସର୍ବଦା ସମର୍ଥନ କରି ଆସୁଛନ୍ତି। 


ମହାରାଷ୍ଟ୍ର କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ମହମ୍ମଦ ଆରିଫ ନସୀମ ଖାନ ରାଜ୍ୟର ଉତ୍ତର କେନ୍ଦ୍ର ମୁମ୍ବାଇ ଆସନରୁ ଦଳୀୟ ପ୍ରାର୍ଥୀ ହେବାକୁ ଚାହୁଁଥିଲେ। ମାତ୍ର ତାଙ୍କୁ ଟିକେଟ ମିଳିଲା ନାହିଁ। ରାଜ୍ୟରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଟିକେଟ୍ ବଣ୍ଟନ କରୁଥିବାବେଳେ କଂଗ୍ରେସ କାହିଁକି ସେମାନଙ୍କୁ ଅଣଦେଖା କରିଛି? ଏହି ପ୍ରଶ୍ନର ଉତ୍ତର ସାମାଜିକ ଗୋଷ୍ଠୀର ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରତିନିଧି ତଥା ସଙ୍ଗଠନର କର୍ମକର୍ତ୍ତା ମୋ ପାଖରୁ ଜାଣିବାକୁ ଚାହୁଁଥିଲେ। ମୁଁ ଏହି ପ୍ରଶ୍ନର ଉତ୍ତର ଗେବାକୁ ଅସମର୍ଥ। କାରଣ ମୋ ପାଖରେ ଏହାର କୌଣସି ଜବାବ ନାହିଁ। ସଂଖ୍ୟାଲଘୁଙ୍କ ସହ ଅନ୍ୟାୟ ହୋଇଛି। କଂଗ୍ରେସ ଦଳ ଏହାର ଆଦର୍ଶ ଏବଂ ସମସ୍ତ ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ ଦେବା ରାସ୍ତାରୁ ବିଚ୍ୟୁତ ହୋଇଯାଇଛି ବୋଲି ସେ କହିଛନ୍ତି।