Delhi CM: ଜାଣନ୍ତୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଓ ଉପରାଜ୍ୟପାଳ ବିନୟ ସକ୍ସେନାଙ୍କ ସାକ୍ଷାତକାରର ରହସ୍ୟ
Delhi Politics: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ ଜେଜ୍ରିଓ୍ବାଲ (Delhi CM Arvind Kejriwal) ଓ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା (LG Vinai Kumar Saxena)ଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଆସିଛି ନୂଆ ମୋଡ।
Delhi Politics: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ ଜେଜ୍ରିଓ୍ବାଲ (Delhi CM Arvind Kejriwal) ଓ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା (LG Vinai Kumar Saxena)ଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଆସିଛି ନୂଆ ମୋଡ। ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ବିନୟ କୁମାର ସକ୍ସେନାଙ୍କ ସହ ଏକ ବୈଠକ (Meeting) କରିଛନ୍ତି। ଦିଲ୍ଲୀ ଡେପୁଟି ସିଏମ ମନୀଷ ସିସୋଦିଆଙ୍କ ବାସଭବନରେ ସିବିଆଇର ଚଢାଇ ପରେ ଉପରାଜ୍ୟପାଳ ଏବଂ ସିଏମଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ସାକ୍ଷାତକାର ହୋଇଥିଲା। ଯଦିଓ ଏହି ବୈଠକ ଦିଲ୍ଲୀ ପ୍ରସଙ୍ଗରେ ଏକ ସାଧାରଣ ବୈଠକ, କିନ୍ତୁ ଗତ କିଛି ଦିନ ଧରି ଉପରାଜ୍ୟପାଳ ଏବଂ ଆପ ନେତାଙ୍କ ମଧ୍ୟରେ ଚାଲିଥିବା କଳହ ହେତୁ ଏହାକୁ ଏହାକୁ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଥିଲା।
ଏଲଜି ବିନୟ କୁମାର ସକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସାକ୍ଷାତକାର ପ୍ରାୟ ୪୦ ମିନିଟ ଧରି ଚାଲିଥିଲା। ସିଏମ୍ କେଜ୍ରିୱାଲ କହିଛନ୍ତି ଯେ, ଏହି ବୈଠକରେ ଏଲଜି ସକ୍ସେନାଙ୍କ ସହିତ ଅଳିଆ-ଆବର୍ଜନା ସମସ୍ୟା ଏବଂ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ଆଲୋଚନା ହୋଇଛି। ଅଳିଆ ଗଦା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ହୋଇଥିବା ମୃତ୍ୟୁକୁ ନେଇ କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀ ସରକାର ଏଥିରେ ସମ୍ପୂର୍ଣ୍ଣ ସହାୟତା କରିବ। ଦୁହିଙ୍କ ମଧ୍ୟରେ ଅତି ଉତ୍ତମ ବାତାବରଣରେ ଆଲୋଚନା ହୋଇଥିବା ସିଏମ୍ କହିଛନ୍ତି।
ଗୋଟିଏ ପଟେ ଯେତେବେଳେ ଦିଲ୍ଲୀର ଆମ୍ ଆଦମୀ ପାର୍ଟିର ନେତାମାନେ ଏଲଜିଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ କରୁଛନ୍ତି, ସେହି ସମୟରେ ଉପରାଜ୍ୟପାଳ, ଆପ୍ ନେତା ମାନଙ୍କୁ ଲିଗାଲ ନୋଟିସ୍ ପଠାଉଛି। ସୂଚନାଯୋଗ୍ୟ ଯେ, ପ୍ରତି ଶୁକ୍ରବାର ଦିନ ଦିଲ୍ଲୀ ସହ ସମ୍ପୃକ୍ତ ପ୍ରସଙ୍ଗରେ ଏଲଜି ଏବଂ ମୁଖ୍ୟମନ୍ତ୍ରୀଙ୍କ ଏକ ରୁଟିନ ବୈଠକ ଅନୁଷ୍ଠିତ ହେବ। ତେବେ ଗତ କିଛି ସମୟରୁ ଉପରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କୌଣସି ବୈଠକ ହୋଇନଥିଲା।
ଗତ କିଛି ଦିନ ଧରି ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଏବଂ ଆମ୍ ଆଦମୀ ପାର୍ଟିର ନେତାମାନେ ମୁହାଁମୁହିଁ ହୋଇଛନ୍ତି। ଆମ୍ ଆଦମୀ ପାର୍ଟିର (AAP) ରାଜ୍ୟସଭା ସାଂସଦ ସଞ୍ଜୟ ସିଂ(Sanjay Singh), ଦିଲ୍ଲୀର ଉୁପରାଜ୍ୟପାଳ ବିନୟ କୁମାର ସକ୍ସେନା (Delhi LG Vinai Kumar Saxena)ଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ସେ ଏକ ସାମ୍ବାଦିକ ସମ୍ମିଳନୀ (Press Conference)ରେ ଦାବି କରିଥିଲେ ଯେ, ସକ୍ସେନା ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (KVIC)ର ଅଧ୍ୟକ୍ଷ (Chairman) ଥିବାବେଳେ କୋଟି କୋଟି ଟଙ୍କା ଠକେଇ (Corruption) କରିଛନ୍ତି। ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ (ଏଲଜି) ବରଖାସ୍ତ ଓ ଗିରଫ କରାଯିବା ସହ ସିବିଆଇ ଏବଂ ଇଡି ଏହାର ତଦନ୍ତ କରିବାକୁ ଦାବି କରିଥିଲେ ସଞ୍ଜୟ। ସମାନ ପ୍ରାକର ଅଭିଯୋଗ ପାଇଁ ସକ୍ସେନା ପାଞ୍ଚ ଜଣ AAP ନେତାଙ୍କୁ ଆଇନଗତ ନୋଟିସ୍ (Leagal Notice) ପଠାଇଥିଲେ। ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଆଇନଗତ ନୋଟିସକୁ ଚିରି ସଞ୍ଜୟ ସିଂ କହିଥିଲେ ଯେ, ଭାରତର ସମ୍ବିଧାନ ମତେ ସତ କହିବାର ଅଧିକାର ଦେଇଛି।
ସଞ୍ଜୟ ସିଂ ଅଭିଯୋଗ କରିଥିଲେ ଯେ, ଖଦି ଏବଂ ଗ୍ରାମୋଦ୍ୟୋଗ ଶିଳ୍ପ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ବିନୟ କୁମାର ସକ୍ସେନା ତାଙ୍କ ଝିଅ ଶିବାଙ୍ଗୀ ସକ୍ସେନାଙ୍କୁ ମୁମ୍ବାଇରେ ଖଦି ଲାଉଞ୍ଜର ଡିଜାଇନ ପାଇଁ ୮୦ କୋଟି ଟଙ୍କାର ଠିକା ଦେଇଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ସକ୍ସେନା ଅଧ୍ୟକ୍ଷ ଥିବାବେଳେ ବିମୁଦ୍ରୀକରଣ ସମୟରେ କୋଟି କୋଟି ଟଙ୍କାର ହେରାଫେରି କରିଥିଲେ। ଏହି ଅଭିଯୋଗ ପରେ ଉପରାଜ୍ୟପାଳଙ୍କ ଓକିଲ, ଆପ୍ ର (AAP)ର ୫ ଜଣ ବଡ ନେତାଙ୍କୁ ଲିଗାଲ୍ ନୋଟିସ ପଠାଇଥିଲେ। ନୋଟିସରେ କୁହାଯାଇଛି ଯେ, ଉପରାଜ୍ୟପାଳଙ୍କ ବିରୋଧରେ ମିଥ୍ୟା ଓ ବିଭ୍ରାନ୍ତିକର ବିଷୟକୁ ପ୍ରଚାର କରାଯାଉଛି। ତେଣୁ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଉପରାଜ୍ୟପାଳଙ୍କ ସହିତ ସାକ୍ଷାତକାରକୁ ସେହି ଦୃଷ୍ଟିରୁ ମଧ୍ୟ ଦେଖାଯାଉଛି।