ଭୁବନେଶ୍ବର: ଭାରତ ସରକାରଙ୍କ ଅଧୀନରେ ଜିଏସଟି କାଉନ୍ସିଲ ଗଠନ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ହେଲେ କେନ୍ଦ୍ର ଜିଏସଟି ପରିଷଦର ସଦସ୍ୟ । ଏଥିରେ ଦେଶର ବିଭିନ୍ନ ରାଜ୍ୟର ମନ୍ତ୍ରୀମାନଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ନାମକୁ ଏହି ପରିଷଦ ସଦସ୍ୟ ନିମନ୍ତେ ମନୋନୀତ କରିଛନ୍ତି। ଅନ୍ୟ ରାଜ୍ୟର ଅର୍ଥ ମନ୍ତ୍ରୀମାନେ ଏହି ପରିଷଦର ସଦସ୍ୟ ହୋଇଥିବା ଜଣାପଡ଼ିଛି। 


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ ହରିୟାଣା ଅର୍ଥମନ୍ତ୍ରୀ ଜୟପ୍ରକାଶ ପଟେଲ, ଛତିଶଗଡ଼ ଅର୍ଥମନ୍ତ୍ରୀ ଓପି ଚୌଧୁରୀ, ଦିଲ୍ଲୀ ଅର୍ଥମନ୍ତ୍ରୀ ଆତିଶ ମାରଲେନା, ଆସାମ ଅର୍ଥମନ୍ତ୍ରୀ ଅଜନ୍ତା ନିଓଗ, ଆନ୍ଧ୍ରପ୍ରଦେଶ ଅର୍ଥମନ୍ତ୍ରୀ ପାୟଭଲୁ କେଶବ ଓ ତାମିଲନାଡୁ ଅର୍ଥମନ୍ତ୍ରୀ ଥାଙ୍ଗମ ଥେନାରସୁ ମଧ୍ୟ ପରିଷଦର ସଦସ୍ୟ ଥିବା ବେଳେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ଏହି ଜିଏସଟି ପରିଷଦର ଆବାହକ ରହିଛନ୍ତି।