Dhamnagar Bypoll, ଭଦ୍ରକ: ଆଉ କିଛି ସମୟ ପରେ ଧାମନଗରରେ ଭୋଟ ପଡିବ। ମତଦାନ କରି ଦ୍ୱିତୀୟ ଥର ନିଜ ନେତା ବାଛିବାକୁ ନେଇ ନିର୍ବାଚନ ମଣ୍ଡଳିବାସୀ ବି ବେଶ ଉତ୍ସାହିତ ଅଛନ୍ତି। ମତଦାନ ପାଇଁ ପ୍ରଶସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଗୁରୁବାର ସକାଳ ସାତଟାରୁ ଭୋଟ ଗ୍ରହଣ ହେବ। ଭୋଟ ପାଇଁ ଧାମନଗର ପୋଲିସ ଛାଉଣୀ ପାଲଟିଛି। ସ୍ୱଚ୍ଛ, ଅବାଧ ଓ ଶୃଙ୍ଖଳାର ସହ ନିର୍ବାଚନ ପ୍ରକ୍ରିୟା ଶେଷ କରିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥର ଉପନିର୍ବାଚନରେ ତ୍ରିମୁଖୀ ନୁହଁ ଚର୍ତୁମୁଖୀ ଲଢେଇ ହେବ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଗୁରୁବାର ଧାମନଗର ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଆଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବୁଥରେ ସବୁ ପ୍ରକାର ପୋଲିଂ ପାର୍ଟି ନିୟୋଜିତ ହୋଇ ସାରିଛନ୍ତି। ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି। ନିର୍ବାଚନ ମଣ୍ଡଳିରେ ସାଇଲେଣ୍ଟ ପିରିୟଡ଼ ଚାଲିଛି। ଏହି ସମୟରେ ଚେକିଂ କଡାକଡି କରାଯାଉଛି। ବୁଥର ୧୦୦ ମିଟର ମଧ୍ୟରେ କେହି ବି କଥାବାର୍ତ୍ତା ହୋଇ ପାରିବେ ନାହିଁ। ଯଦି କେହି ନିୟମ ଉଲଂଘନ କଲା ତେବେ ତାଙ୍କୁ ଗିରଫ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ, ସୁଶୀଲ ଲୋହାନି ସୂଚନା ଦେଇଛନ୍ତି।


Also Read: Dhamnagar Bypoll: ଭୋଟ ପୂର୍ବରୁ ଧାମନଗରେ ବୁଲୁଛି ବାଘ? ମତଦାନ ପ୍ରସ୍ତୁତିରେ ବ୍ୟସ୍ତ ପ୍ରଶାସନ


ସକାଳ ସାତଟାରୁ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ଧାମନଗରେ ଭୋଟ ଗ୍ରହଣ ହେବ। ଭୋଟର ପରିଚୟ ପତ୍ର ଛଡା ୧୨ଟି ଅନ୍ୟ ପରିଚୟ ପତ୍ର ଦେଖାଇ ବି ଭୋଟ ଦେଇ ପାରିବେ। ଏହା ପୂର୍ବରୁ ମକପୋଲ ଅନୁଷ୍ଠିତ ହେବ। ସକାଳ ସାତଟାରୁ ସାଢେ ଛଅଟା ପର୍ଯ୍ୟନ୍ତ ସମସ୍ତ ଏକ୍ସିଟ ପୋଲକୁ ବ୍ୟାନ କରାଯାଇଛି। ମୋଟ ୨୫୨ ବୁଥ ମଧ୍ୟରୁ ୧୧୦ ସମ୍ବେଦନଶୀଳ ବୁଥ ରହିଛି। ଆଉ ସେଥି ମଧ୍ୟରୁ ୧୨୬ଟି ୱେବ କାଷ୍ଟିଂ କରାଯିବ। ୨୫ଟି ମାଇକ୍ରୋ ଅଵଜରର୍ଭର ରହିଛନ୍ତି। ୧୫ଟି ମଡେଲ ବୁଥ ଓ ୫ଟି ପିଙ୍କ ବୁଥ କରାଯାଇଛି। 


ଧାମନଗରରେ ସାଇଲେଣ୍ଟ ପିରିୟଡ଼ଠୁ ନେଇ ଭୋଟ ପର୍ଯ୍ୟନ୍ତ ମଦ ବିକ୍ରି ମନା। ଚାରି କମ୍ପାନୀ ସେଣ୍ଟ୍ରାଲ ପୋଲିସ ଫୋର୍ସ ଓ ୧୦୦୦ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି। ଉପନିର୍ବାଚନରେ ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୩୮ ହଜାର ୪୧୭ ରହିଛି। ତିନୋଟି ରାଜନୈତିକ ଦଳ ପ୍ରଚାର ସମୟରେ ଅଭିଯୋଗ ଆଣିଥିଲେ। ସାଧାରଣ ଅଭିଯୋଗ ପାଇଁ ଜିଲ୍ଲା ପ୍ରଶାସନକୁ ମାର୍ଗଦର୍ଶୀକା ଦିଆଯାଇଛି। ପାଞ୍ଚଟି କେସରେ ପୋଲିସ ମାମଲା ରୁଜୁ କରିଛି। ଆଉ ଗୋଟିଏ କେସରେ ଜଣେ ଉଚ୍ଚପଦସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା। ଯାହାକୁ ରାଜ୍ୟ ନିର୍ବାଚନ ଆୟୋଗ ତାକୁ ଜାତୀୟ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଇଛି।


Also Read: ସରକାରଙ୍କୁ ସତର୍କବାଣୀ; ରାଜଧାନୀରେ ଧାରଣା ଦେବେ ହାତୀପଲ! ସପ୍ତାହରେ ପଶିଲେଣି ଦୁଇ ଥର


ସେପେଟେ ଧାମନଗର ନିର୍ବାଚନରେ କିଏ ଜିତିବ ତାହାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି। ରଜନୀତି ବିଶେଷଜ୍ଞଙ୍କ କହିବା ଅନୁସାରେ, ବିତାଡିତ ବିଜେଡିର ବିଦ୍ରୋହୀ ନେତା ରାଜୁ ଦାସ, ସ୍ୱାଧିନପ୍ରର୍ଥୀ ହୋଇ ବିଜେଡିର ଖେଳ ବିଗାଡି ଦେଇଛନ୍ତି। ପୂର୍ବ ନିର୍ବାଚନ ଭଳି ଧାମନଗରରେ ବି ବିଜେଡି-ବିଜେପି ମୁକାବିଲା ହେବ। ବିଡେଜିର ଅବନ୍ତି ଦାସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ପ୍ରଚାର କରିଥିଲେ। ଆଉ ବିଜେପିର ସୂର୍ଯ୍ୟବଂଶୀ ସୁରଜଙ୍କ ପାଇଁ ଧର୍ମେନ୍ଦ୍ର ପ୍ରଧାନ, ବେଶେଶ୍ୱର ଟୁଡୁ ପ୍ରଚାର କରିଥିଲେ। ତେବେ ଏବେ ମଧ୍ୟ କିଛି ନେତା ଭୁବନେଶ୍ୱରରୁ ଯାଇ ଧାମନଗରରେ ଡେରା ପକାଇଥିବା ଚର୍ଚ୍ଚା ହେଉଛି।  


ସୂଚନାଯୋଗ୍ୟ, ଭୋଟ ପାଇଁ ଧାମନଗରେ ଟଙ୍କା ବଣ୍ଟା ହେଉଥିବା ନେଇ ଅଭିଯୋଗ ଆସିଥିଲା। ଉଭୟ ବିଜେପି ଓ କଂଗ୍ରେସ ଦଳ ଅଭିଯୋଗ ଆଣି ବିଜେଡି ବିରୋଧରେ ନିର୍ବାଚନ କମିଶନର ଦ୍ୱାରାସ୍ତ ହୋଇଥିଲେ। ଭଦ୍ରକରେ ଯାଜପୁର ନେତାଙ୍କ ଅଧିକ ଦବଦବା ରହିଛି। ବିଶେଷ କରି ନିର୍ବାଚନ ପ୍ରଚାର ସମୟରେ ବବି ଦାସ, ଧାମନଗରେ ଅଧିକ ଆକ୍ଟିଭ୍ ଥିବା ଦେଖିବାକୁ ମିଳିଛି। ତେଣୁ ତାଙ୍କରି ରଣନୀତି ଧମନଗର ଖେଳରେ ଏକ ରୋମାଞ୍ଚୋକ ମୋଡ ଆଣିବ ବୋଲି କୁହାଯାଉଛି। ତେବେ ନଭେମ୍ବର ୬ରେ ନିର୍ବାଚନ ଫଳାଫଳ ଆସିଲେ ସବୁ ସ୍ପଷ୍ଟ ହୋଇଯିବ।