ଏନଡିଏ ବିରୁଦ୍ଧରେ ବିଷ ଓଗାଳିଲେ ଦିଗବିଜୟ, ବିଜେପି ହାତ ଛାଡିବାକୁ ନୀତିଶଙ୍କୁ ଦେଲେ ପରାମର୍ଶ
କଂଗ୍ରେସର ଏହି ବରିଷ୍ଠ ନେତା ବିଜେପି-ଆରଏସଏସ ଉଦ୍ଦେଶ୍ୟରେ ଟାର୍ଗେଟ କରି କହିଛନ୍ତି ସେମାନେ ହେଉଛନ୍ତି ପରଜୀବୀ ଭଳି। ଏମାନେ ଯାହା ସହିତ ରହିଥାନ୍ତି ତାହାକୁ ଶୋଷି ନିଅନ୍ତି।
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ୨୦୨୦ ଫଳାଫଳ ପ୍ରକାଶ ପାଇଛି। ବିହାରରେ ଲୋକମାନେ ନୀତୀଶ କୁମାରଙ୍କ ନେତୃତ୍ୱାଧିନ ଏନଡିଏ (NDA)ମେଣ୍ଟକୁ ଆସନ୍ତା ୫ ବର୍ଷ ପାଇଁ ଚୟନ କରିଛନ୍ତି। ଅନ୍ୟପଟେ ବିରୋଧିଙ୍କୁ ନେଇ ଗଠିତ ମହାଗଠବନ୍ଧନ ୧୧୦ ଆସନ ଜିତି ବିରୋଧି ଆସନରେ ବସିଛି। ବିହାରରେ ଯଦିଓ ଏନଡିଏ ସରକାର ଗଠନ କରିବ, ହେଲେ ଆରଜେଡି ରାଜ୍ୟରେ ସର୍ବବୃହତ ଦଳ ଭାବେ ଉଭା ହୋଇଛି।
ବିହାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବରିଷ୍ଠ କଂଗ୍ରେସ ନେତା (Congress Leader)ଦିଗବିଜୟ ସିଂ (Digvija Singh)ଜେଡୁୟୁ ସୁପ୍ରିମୋ (JDU Supremo)ନୀତୀଶ କୁମାର (Nitish Kumar)ଙ୍କୁ ବିଜେପି (BJP)ହାତ ଛାଡିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଦେଶକୁ ବିନାଶରୁ ରକ୍ଷା କରିବା ପାଇଁ ନୀତୀଶ କୁମାର ବିଜେପି ଏବଂ ଆରଏସଏସ ହାତ ଆରଜେଡି ନେତା (RJD Leader)ତେଜସ୍ୱୀ ଯାଦବ (Tejaswi Yadav)ଙ୍କୁ ସମର୍ଥନ କରିବା ଆବଶ୍ୟକ।
ଏହା ସହିତ କଂଗ୍ରେସର ଏହି ବରିଷ୍ଠ ନେତା ବିଜେପି-ଆରଏସଏସ ଉଦ୍ଦେଶ୍ୟରେ ଟାର୍ଗେଟ କରି କହିଛନ୍ତି ସେମାନେ ହେଉଛନ୍ତି ପରଜୀବୀ ଭଳି। ଏମାନେ ଯାହା ସହିତ ରହିଥାନ୍ତି ତାହାକୁ ଶୋଷି ନିଅନ୍ତି। ନୀତୀଶ ଜୀ, ଲାଲୁ ଜୀ ଆପଣଙ୍କ ସହ ସଂଘର୍ଷ କରିଛନ୍ତି। ଏପରିକି ଆନ୍ଦୋଳନ ସମୟରେ ଜେଲ ଯାଇଛନ୍ତି। ବିଜେପି-ଆରଏସଏସ ବିଚାରଧାରାକୁ ଛାଡି ତେଜସ୍ୱୀ ଯାଦବଙ୍କୁ ଆଶୀର୍ବାଦ କରନ୍ତୁ। ବିହାରରେ ଏହି ପରଜୀବୀଙ୍କୁ ସହଯୋଗ କରନ୍ତୁନାହିଁ।
ବିହାର ପରିବର୍ତ୍ତେ ନୀତୀଶ କୁମାରଙ୍କ ଜାତୀୟ ରାଜନୀତିରେ ପ୍ରବେଶ କରିବାକୁ ପରାମର୍ଶ ଦେଇଛନ୍ତି ଦିଗବିଜୟ ସିଂହ। ଏନେଇ ଟ୍ୱିଟ କରି କହିଛନ୍ତି , 'ନୀତୀଶ ଜୀ, ବିହାର ଆପଣଙ୍କ ପାଇଁ ଛୋଟ ହୋଇଯାଇଛି, ଆପଣ ଭାରତ ରାଜନୀତିରେ ପ୍ରବେଶ କରିବା ଆବଶ୍ୟକ। ଆରଏସଏସର ବିଭାଜନକାରୀ ଶାସନ ନୀତିକୁ ଆଗକୁ ବଢିବାକୁ ଦିଅ ନାହିଁ। ସମସ୍ତ ସମାଜବାଦୀଙ୍କୁ ଧର୍ମ ନିରପେକ୍ଷ ଦଳଙ୍କୁ ଏକାଠି ହେବାକୁ ସାହାର୍ଯ୍ୟ କର।
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବିହାରର ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କୁ ଦେଶକୁ ଧ୍ୱଂସପଥରୁ ରକ୍ଷା କରିବାକୁ ନିବେଦନ କରିଛନ୍ତି। ଏହା ମହାତ୍ମା ଗାନ୍ଧୀ ଏବଂ ଜୟପ୍ରକାଶ ନାରାୟଣଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଆପଣ ସେମାନଙ୍କ ଉତ୍ତରାଧିକାରୀ ଭାବେ ରାଜନୀତିକୁ ଆସିଛ। ମୁଁ ଆପଣଙ୍କୁ ମନେ ପକାଇବାକୁ ଚାହେଁ ଦ୍ୱୈତ ସଦସ୍ୟତା ଆଧାରରେ ଜନତା ପାର୍ଟି ଭାଙ୍ଗିଗଲା। ବିଜେପି-ଆରଏସଏସ ହାତ ଛାଡନ୍ତୁ। ଦେଶକୁ ବିନାଶରୁ ରକ୍ଷା କର।
ଏହା ସହିତ ଦିଗବିଜୟ ସିଂହ ରାମ ବିଳାସ ପାଶ୍ୱାଙ୍କ ରାଜନୈତିକ ସାମ୍ରାଜ୍ୟକୁ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ଦିଗବିଜୟ ସିଂହ। ସେ କହିଛନ୍ତି ବିଜେପି ନିଜ କୂଟନୀତି ବଳରେ ନୀତୀଶଙ୍କ ସ୍ଥିତି ହ୍ରାସ କରିଦେଲେ।୧୯୬୭ ମସିହାରୁ ଆଜି ପର୍ଯ୍ୟନ୍ତ ଜନସଂଘ ବିଜେପି ପ୍ରତ୍ୟେକ ମିଳିତ ସରକାରରେ ନିଜର ସ୍ଥିତି ବୃଦ୍ଧି କରିଛି ଏବଂ ସମସ୍ତ ସମାଜବାଦୀ ଧର୍ମନିରପେକ୍ଷ ଚିନ୍ତାଧାରାରେ ବିଶ୍ୱାସ ରଖୁଥିବା ରାଜନୈତିକ ଦଳକୁ ଦୁର୍ବଳ କରିଦେଇଛି।