ପାଣାଜୀ: ମାର୍ଚ୍ଚ ୨୮ ତାରିଖ ସୋମବାର ଦ୍ୱିତୀୟ ଥର ଲାଗି ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଡ.ପ୍ରମୋଦ ସାୱନ୍ତ। ବିଜେପି କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରି ତାଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ତାଙ୍କ ସହ ବିଶ୍ୱଜିତ ରାଣେ, ରବି ନାଇକ, ମୌବିନ ଗୋଡ଼ିହ୍ନା, ନୀଲେଶ କବ୍ରାଲ, ସୁଭାଷ ଶିରୋଡ଼କର, ରୋହନ ଖୋଣ୍ଟେ, ଅତାନାସିୟୋ ମୋଣ୍ଟେସେରାଟ, ଗୋବିନ୍ଦ ଗୌଡ଼େ ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ଗ୍ରହଣ ନେଇଛନ୍ତି।   


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଗୋଆ ବିଧାନସଭା ନିର୍ବାଚନରେ ରାଜ୍ୟର ମୋଟ ୪୦ ସିଟ୍ ମଧ୍ୟରୁ ବିଜେପି ଏକାକୀ ୨୦ ଆସନ ଦଖଲ କରି ରାଜ୍ୟର ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଛି। ଏଠାରେ ସରକାର ଗଠନ କରିବା ଲାଗି କୌଣସି ଦଳକୁ ୨୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ସରକାର ଗଠନ କରିବା ଲାଗି ବିଜେପି ୩ ସ୍ୱାଧିନ ଏବଂ ୨ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ଦଳର ବିଧାୟକଙ୍କ ସମର୍ଥନ ହାସଲ କରିଛି।


Also Read: Uttarakhand: ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମୀ


ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ନିଧନ ପରେ ୨୦୧୯ ମାର୍ଚ୍ଚରେ ପ୍ରଥମ ଥର ଲାଗି ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଡ.ପ୍ରମୋଦ ସାୱନ୍ତ। ପାରିକରଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ସେ ଗୋଆ ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ କରିଥିଲେ।


ରାଜ୍ୟର Sanquelim ଆସନରୁ କ୍ରମାଗତ ଭାବେ ତୃତୀୟ ଥର ଲାଗି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଡ.ପ୍ରମୋଦ ସାୱନ୍ତ। ଯଦିଓ ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରିବା ନେଇ ବିଜେପି କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେଇଥିଲେ ମାତ୍ର ତାଙ୍କର ମନ୍ତ୍ରୀମଣ୍ଡଳକୁ ନେଇ ଆରମ୍ଭ ହୋଇଯାଇଥିଲା ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା। ନିୟମ ଅନୁସାରେ ଗୋଆ କ୍ୟାବିନେଟରେ  ମୁଖ୍ୟମନ୍ତ୍ରୀଙ୍କୁ ସର୍ବାଧିକ ୧୧ ଜଣ ମନ୍ତ୍ରୀ ରହିପାରିବେ। 


Also Read: ଦ୍ୱିତୀୟ ଥର ଲାଗି ବିଧାୟକ ଦଳ ନେତା ନିର୍ବାଚିତ ହେଲେ ପ୍ରମୋଦ ସାୱନ୍ତ-ପୁଷ୍କର ସିଂହ ଧାମୀ


ମାର୍ଚ୍ଚ ୨୯ ତାରିଖରେ ଗୋଆ ରାଜ୍ୟପାଳ ପିଏସ୍ ଶ୍ରୀଧରନ୍ ପିଲ୍ଲାଇ ନୂତନ ବିଧାନସଭାର ୨ ଦିନିଆ ଅଧିବେଶନ ଡାକିଛନ୍ତି। ଯେଉଁଥିରେ ଡ.ପ୍ରମୋଦ ସାୱନ୍ତଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ହେବ। ଏହି ଅଧିବେଶନରେ ବିଧାନସଭାର ନୂତନ ବାଚସ୍ପତି ମଧ୍ୟ ନିର୍ବାଚିତ ହେବେ। ଏହି ପଦବୀ ପାଇଁ କଂଗ୍ରେସ ନେତୃତ୍ୱାଧିନ ବିରୋଧୀ ବିଧାୟକ ଆଲେକ୍ସୋ ସିକେରାଙ୍କୁ ମନୋନୀତ କରିଥିବାବେଳେ ଶାସକ ବିଜେପି ପ୍ରାର୍ଥୀଙ୍କ ବାବଦରେ କିଛି ଜଣା ପଡିନାହିଁ।  


Also Read: Manipur: ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ.ବୀରେନ ସିଂହ


ନିକଟରେ ଅନୁଷ୍ଠିତ ହୋଇଥିବା ଗୋଆ ବିଧାନସଭା ନିର୍ବାଚନରେ ରାଜ୍ୟର ମୋଟ ୪୦ ସିଟ୍ ମଧ୍ୟରୁ ବିଜେପି ଏକାକୀ ୨୦ ଆସନ ଦଖଲ କରି ରାଜ୍ୟର ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଛି। ଏଠାରେ ସରକାର ଗଠନ କରିବା ଲାଗି କୌଣସି ଦଳକୁ ୨୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ସରକାର ଗଠନ କରିବା ଲାଗି ବିଜେପି ୩ ସ୍ୱାଧିନ ଏବଂ ୨ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ଦଳର ବିଧାୟକଙ୍କ ସମର୍ଥନ ହାସଲ କରିଛି।