ଭୁବନେଶ୍ୱର, ଓଡ଼ିଶାର ନବ ନିର୍ବାଚିତ ବିଜେପି ସାଂସଦ ମାନଙ୍କୁ ଦିଲ୍ଲୀ ଡାକରା ଆସିଛି। ଆଜି ୨୦ଜଣ ବିଜେପି ସାଂସଦ ଦିଲ୍ଲୀ ଯିବେ। ଯାହାକି ଆସନ୍ତାକାଲି ଦିଲ୍ଲୀରେ ବିଜେପିର ସଂସଦୀୟ ଦଳର ବୈଠକ ବସିବା ନେଇ ସ୍ଥିତ ହୋଇଛି। ଏଥିସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ତୃତୀୟ ପାଳିର ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ସମସ୍ତ ସାଂସଦ ପ୍ରାର୍ଥୀ। ଅନ୍ୟପଟେ ସାଂସଦଙ୍କ ସମେତ ଦଳର ଅନେକ ଶୀର୍ଷକ ନେତା ମଧ୍ୟ ଦିଲ୍ଲୀ ଗସ୍ତ କରୁଛନ୍ତି। 


COMMERCIAL BREAK
SCROLL TO CONTINUE READING

୨୦ ନବନିର୍ବାଚିତ ବିଜେପି ସାଂସଦ ଶୀର୍ଷ ନେତୃତ୍ୱଙ୍କୁ ଭେଟିବେ। ରାଜ୍ୟର ସରକାର ଗଠନ ସମ୍ପର୍କରେ ମତାମତ ନେଇ ପାରନ୍ତି ଶୀର୍ଷ ନେତୃତ୍ୱ। ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ସଂସଦୀୟ ବୋର୍ଡ ବୈଠକ ପୂର୍ବରୁ ସାଂସଦଙ୍କ ସହ ଆଲୋଚନା କରିବେ ଶୀର୍ଷ ନେତୃତ୍ୱ। ରାଜ୍ୟରେ ୨୦ ଜଣ ବିଜେପି ସାଂସଦଙ୍କ ବିଜୟ ହେବା ପରେ ଦିଲ୍ଲୀରେ ପ୍ରଥମ ବୈଠକ ହେବାକୁ ଯାଉଛି। ଏମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ଥର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ବୋଲି ଜଣାଯାଇଛି। 


୨୦ ଜଣ ସାଂସଦ ମଧ୍ୟରେ ବାଲେଶ୍ଵରରୁ ପ୍ରତାପ ଷଡ଼ଙ୍ଗୀ, ଭଦ୍ରକରୁ ଅଭିମନ୍ୟୁ ସେଠୀ, କେନ୍ଦ୍ରାପଡ଼ାର ବୈଜୟନ୍ତ ପଣ୍ଡା, ସମ୍ବଲପୁର ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ଅପରାଜିତା ଷଡ଼ଙ୍ଗୀ, ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ, କଟକର ଭର୍ତୁହରି ମହତାବ, ପୁରୀରୁ ସମ୍ବିତ ପାତ୍ର, ଯାଜପୁରର ରବୀନ୍ଦ୍ର ନାରାୟଣ ବେହେରା, ମୟୂରଭଞ୍ଜ ନବଚରଣ ମାଝି, କେନ୍ଦୁଝର ଅନନ୍ତ ନାୟକ, ବରଗଡ଼ ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼ ଜୁଏଲ ଓରାମ୍, ଢେଙ୍କାନାଳ ରୁଦ୍ର ନାରାୟଣ ପାଣି, ବଲାଙ୍ଗୀର ସଂଗୀତା କୁମାରୀ ସିଂଦେଓ, କଳାହାଣ୍ଡି ମାଳବିକା ଦେବୀ, ନବରଙ୍ଗପୁର ବଳଭଦ୍ର ମାଝୀ, କନ୍ଧମାଳ ସୁଶାନ୍ତ କୁମାର ପାଣିଗ୍ରାହୀ, ଜଗସିଂହପୁର ବିଭୁ ପ୍ରସାଦ ତରାଇ, ଆସ୍କା ଅନିତା ସୁଭ ଦର୍ଶିନୀ ରହିଛନ୍ତି।


Written by Debabrata