MCD Election 2022, ନୂଆଦିଲ୍ଲୀ: ବିଳମ୍ବର ହେଉ ପଛେ ଦିଲ୍ଲୀ ନଗର ନିଗମ ନିର୍ବାଚନ ହେବାକୁ ଯାଉଛି। ଡିସେମ୍ବର ୪ ତାରିଖରେ ଦିଲ୍ଲୀର ୨୫୦ଟି ୱାର୍ଡରେ ଭୋଟ ପଡିବ। ଦିଲ୍ଲୀର ତିନୋଟି ନଗର ନିଗମଙ୍କୁ ମିଶାଇ ଗୋଟିଏ କରାଯାଇଛି। ଏଥର ମଧ୍ୟ ଦିଲ୍ଲୀରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ। ପ୍ରଥମେ କଂଗ୍ରେସ, ତପରେ ବିଜେପି କବଜାରେ ଥିବା MCDକୁ ଅକ୍ତିଆର କରିବାକୁ ଆପ୍ ଯଥା ସମ୍ଭବ ଚେଷ୍ଟା ଚଳାଇଛି। ଅନ୍ୟପଟେ ବିଜେପି ନିଜର ଆଧିପତ୍ୟ ଅନ୍ୟ ହାତରେ ଛାଡିବ ନାହିଁ ବୋଲି କହିଛି। ଏହାର ମଧ୍ୟରେ କଂଗ୍ରେସର ସ୍ଥାନ କେଉଁଠି ଅଛି ତାହା ନିର୍ବାଚନ ଫଳାଫଳ ଆସିଲା ପରେ ଜଣା ପଡିବ। କିନ୍ତୁ MCD ନିର୍ବାଚନ ପାଇଁ ଯେତିକି ନାମାଙ୍କନ ଭରା ଯାଇଥିଲା, ତାହାର ପ୍ରାୟ ଅଧା ଖାରଜ ହୋଇଯାଇଛି।


COMMERCIAL BREAK
SCROLL TO CONTINUE READING

MCD Election 2022 ପାଇଁ ନାମାଙ୍କନ ତାରିଖ ଶେଷ ହୋଇଥିବା ବେଳେ, ବର୍ତ୍ତମାନ ସ୍କ୍ରୁଟିନି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବୁଧବାର ରାତି ୧୦ ପର୍ଯ୍ୟନ୍ତ ଚାଲିଥିବା ଯାଞ୍ଚ ପ୍ରକ୍ରିୟାରେ ୪୩ ପ୍ରତିଶତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରକୁ ରାଜ୍ୟ ନିର୍ବାଚନ ଆୟୋଗ ଖାରଜ କରିଛି। MCD Election 2022 ପାଇଁ ମୋଟ ୨୫୮୫ଟି ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ସ୍କ୍ରୁଟିନିର ପ୍ରଥମ ଦିନରେ ୨୫୨୦ଟି ଆବେଦନ ଯାଞ୍ଚ ହୋଇଥିବା ବେଳେ ସେଥିରୁ ୧୧୧୫ଟି ନାମାଙ୍କନ ପତ୍ର ଖାରଜ କରାଯାଇଥିଲା। ବଳକା ୬୫%ଟି ଆବେଦନ ପତ୍ରର ଯାଞ୍ଚ ଗୁରୁବାର କରାଯିବ ବୋଲି ଜଣେ ରିଟର୍ଣ୍ଣିଂ ଅଫିସର ସୂଚନା ଦେଇଥିଲେ।


Also Read: ପାରମ୍ପରିକ ଭୋଟ ବ୍ୟାଙ୍କ ପାଖରୁ ଦୂରେଇଗଲାଣି କଂଗ୍ରେସ, କାହା ଖାତାକୁ ଯିବ ଭୋଟ?


ଜଣେ ନିର୍ବାଚନ ଅଧିକାରୀଙ୍କ କହିବା ଅନୁସାରେ, ଅନେକ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଅସମ୍ପୂର୍ଣ୍ଣ ଥିଲା। ସେମାନେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ମଧ୍ୟ ଦେଇନଥିଲେ। ବିଶେଷ କରି ସତ୍ୟପାଠ ଓ ଜାତି ପ୍ରମାଣପତ୍ର ନ ଦେବାରୁ ଏକ ବଡ ସଂଖ୍ୟକ ପ୍ରାର୍ଥୀଙ୍କ ଆବେଦନ ରଦ୍ଦ କରାଯାଇଛି। ଏମିତି ଅନେକ ପ୍ରାର୍ଥୀ ଥିଲେ ଯେଉଁମାନେ ଏକାଧିକ ଥର ନାମାଙ୍କନ ଭରିଥିଲେ। MCD Election 2022 ପାଇଁ ସୋମବାର ନାମାଙ୍କନ ଶେଷ ହୋଇଛି। ତେବେ ଶେଷ ଦିନରେ ୧୫ଟି ରାଜନୈତିକ ଦଳର ୨୧୨୧ ଜଣ ପ୍ରାର୍ଥୀ ନାମାଙ୍କନ ଭରିଥିବା ଅନ୍ୟ ଜଣେ ରିଟର୍ଣ୍ଣିଂ ଅଫିସର ସୂଚନା ଦେଇଛନ୍ତି।


ସୂଚନାନୁସାରେ, ୨୦୧୭ର ଦିଲ୍ଲୀ ନଗର ନିର୍ବାଚନରେ ୪୬୦୫ ମଧ୍ୟରୁ ୧୭୯୬ ନାମାଙ୍କନ ଖାରଜ ହୋଇଥିଲା। ଆଉ ରାଜନୈତିକ ଦଳମାନେ ପ୍ରାର୍ଥୀପତ୍ର ନାକଚ ହେବା ଜାଣି ଆଗୁଆ ବ୍ୟକଅପ୍ ବ୍ୟବସ୍ଥା ମଧ୍ୟ କରିଥିଲେ। ଏଥିପାଇଁ ସେମାନେ ପ୍ରାର୍ଥୀଙ୍କ ଅପରାଧିକ ମାମଲା ଲୁଚାଇ ଥିବା ବେଳେ ଡୋମି ନୋମିନେସନ କରିଥିଲେ। ଏଥର ମଧ୍ୟ ସେହି ସମାନ ତ୍ରୁଟି ଦେଖିବାକୁ ମିଳିଛି। MCD Election 2022 ପାଇଁ ବିଜେପିର ୬୫୪ରୁ ୨୫୮ଟିକୁ ଗ୍ରହଣ କରାଯାଇଛି। ସେହିପରି ଆପର ୭୨୮ରୁ ୨୫୮ ପ୍ରାର୍ଥୀ ଓ କଂଗ୍ରେସର ୪୦୫ରୁ ୨୪୨ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଗୁରୁବାର ସଂଧ୍ୟା ସୁଦ୍ଧା ଏହି ସଂଖ୍ୟା ବଢିବାର ସମ୍ଭାବନା ଅଛି।