Prabodh Tirkey Joins BJP: କଂଗ୍ରେସ ଛାଡ଼ିବା ପରେ ବିଜେପି ହାତ ଧରିଛନ୍ତି ଭାରତୀୟ ହକି ଦଳର ପୂର୍ବତ ଅଧିନାୟକ ପ୍ରବୋଧ ତିର୍କି। ଗୁରୁବାର (ଅପ୍ରେଲ ୨୫) ସୋମପୁର ଠାରେ ପକ୍ଷରୁ ଆୟୋଜିତ ହୋଇଥିବା ବିଜୟ ସଂକଳ୍ପ ସମାବେଶରେ ସେ ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ। କିଛି ଦିନ ପୂର୍ବେ ପ୍ରବୋଧ ତିର୍କି କଂଗ୍ରେସ ଛାଡ଼ିଥିଲେ।


COMMERCIAL BREAK
SCROLL TO CONTINUE READING

୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ପ୍ରବୋଧ ତିର୍କିଙ୍କୁ ସୁନ୍ଦରଗଡ଼ ଲୋକସଭା ଆସନ ଅଧିନସ୍ଥ ତଳସରା ବିଧାନସଭା ଆସନରୁ ପ୍ରାର୍ଥୀ କରି ଦଳୀୟ ଟିକେଟ ଦେଇଥିଲେ କଂଗ୍ରେସ। ମାତ୍ର ପରେ ତାଙ୍କ ଟିକେଟ କାଟି ଦେଇଥିଲା କଂଗ୍ରେସ। ଟିକେଟ କଟିବା ପରେ ସେ କ୍ଷୋଭ ପ୍ରକାଶ କରିଥିଲେ। 


ଏହି ନିର୍ବାଚନ ପାଇଁ ସେ ତାଙ୍କର ପ୍ରଚାର ଆରମ୍ଭ କରିଦେଇଥିଲେ। ତଳସରା ନିର୍ବାଚନମଣ୍ଡଳୀ ଅଧିନସ୍ଥ ୪ ବ୍ଲକ ବୁଲି ସାରିଥିଲେ। ନିର୍ବାଚନ ଲଢ଼ିବା ପାଇଁ ସେ ତାଙ୍କ ପକ୍ଷରୁ ପ୍ରସ୍ତୁତି କରି ସାରିଥିଲେ। ହେଲେ ତାଙ୍କ ବଦଳେ ତଳସରା ଆସନରୁ କଂଗ୍ରେସ ପ୍ରବୋଧ ତିର୍କିଙ୍କ ବଦଳରେ ଦେବେନ୍ଦ୍ର ଭିତିରିଆଙ୍କୁ ଟିକେଟ ଦେଇଥିଲେ। ଦଳୀୟ ଟିକେଟ କଟିବା ପରେ କ୍ଷୋଭ ପ୍ରକାଶ କରି ଦଳର ଏପରି କାର୍ଯ୍ୟକୁ ନିନ୍ଦା କରିଥିଲେ। କଂଗ୍ରେସ ଦଳ ପାଇଁ ଏହା ଦୁର୍ଭାଗ୍ୟର ବିଷୟ ବୋଲି କହିଥିଲେ।  


ଗତ ବର୍ଷ ସେପ୍ଟେମ୍ବର ମାସରେ କଂଗ୍ରେସ ଦଳରେ ଯୋଗ ଦେଇଥିବା ପ୍ରବୋଧ ତିର୍କି। ୨୦୨୪ ନିର୍ବାଚନରେ ତାଙ୍କୁ କଂଗ୍ରେସ ତଳସରା ଆସନରୁ ବିଧାୟକ ପ୍ରାର୍ଥୀ କରିବା ସହ ଟିକେଟ ଦେଇଥିଲା। ହେଲେ ପରେ ଦଳ ତାଙ୍କ ଟିକେଟ ଦେଇଥିଲେ। ଟିକେଟ ପାଇବା ପରେ ପ୍ରାର୍ଥୀ ବଦଳାଇବାକୁ ନେଇ ସେ ଅସନ୍ତୁଷ୍ଟ ରହିଥିଲେ। ଗୋଟିଏ ପଟେ ସେ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିଥିବା ବେଳେ ଅନ୍ୟପଟେ ତାଙ୍କର ଟିକେଟ କଟିଯାଇଥିଲା। ଦଳୀୟ ପ୍ରାର୍ଥୀ ବଞ୍ଚିତ ହେବା ପରେ ସେ କହିଥିଲେ ଯେ ନିର୍ବାଚନମଣ୍ଡଳୀରେ ତାଙ୍କ ଅନୁଗାମୀ ତଥା ଶୁଭେଚ୍ଛୁଙ୍କ ସହିତ ପରାମର୍ଶ କରିବା ପରେ ତାଙ୍କର ପରବର୍ତ୍ତୀ ପଦକ୍ଷେପ ସ୍ଥିର କରିବେ।  ଶେଷରେ ସେ କଂଗ୍ରେସ ଛାଡ଼ିବା ପରେ ବିଜେପି ହାତ ଧରିଛନ୍ତି।