Ashok Chavan Resigns From Congress: ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଛି ଏକ ଜବରଦସ୍ତ ଝଟକା। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଅଶୋକ ଚହ୍ୱାଣ ଦଳରୁ ଇସ୍ତଫା ଦେଇଛନ୍ତି। ଅଶୋକ ଚହ୍ୱାଣ ସେହି ତୃତୀୟ ବଡ଼ ନାମ ଯିଏ ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ିଛନ୍ତି। ତାଙ୍କ ପୂର୍ବରୁ ୨ ବରିଷ୍ଠ କଂଗ୍ରେସ ନେତା ମିଲିନ୍ଦ ଦେଓରା ଏବଂ ବାବା ସିଦ୍ଦିକି ମଧ୍ୟ ଦଳ ଛାଡି ସାରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଫେବୃଆରୀ ୧୧ ତାରିଖ ରବିବାର ଅଶୋକ ଚହ୍ୱାଣ ମହାରାଷ୍ଟ୍ର ଏଆଇସିସି ପ୍ରଭାରୀ ରମେଶ ଚେନ୍ନିଥଲାଙ୍କୁ ଭେଟିଥିଲେ। ସେବେ ଠାରୁ ଅଶୋକ ଚହ୍ୱାଣ କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। 


COMMERCIAL BREAK
SCROLL TO CONTINUE READING

ମହାରାଷ୍ଟ୍ର ରାଜନୀତିରେ ବେଶ ଜଣାଶୁଣା ରହିଥିଲେ କଂଗ୍ରେସ ନେତା ଅଶୋକ ଚହ୍ୱାଣ
ଗତ ୨୦୦୮ ଡିସେମ୍ବର ଠାରୁ ୨୦୧୦ ନଭେମ୍ବର ପର୍ଯ୍ୟନ୍ତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିଥିଲେ କଂଗ୍ରେସ ନେତା ଅଶୋକ ଚହ୍ୱାଣ। ତାଙ୍କୁ ମହାରାଷ୍ଟ୍ର ରାଜନୀତିରେ ଜଣେ ପ୍ରଭାବଶାଳୀ କଂଗ୍ରେସ ନେତା ଭାବେ ବିବେଚନା କରାଯାଉଥିଲା। ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶଙ୍କରରାଓ ଚହ୍ୱାଣଙ୍କ ପୁଅ ହେଉଛନ୍ତି ଅଶୋକ ଚହ୍ୱାଣ। ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ସମେତ ଦଳରେ ବିଭିନ୍ନ ସାଙ୍ଗଠନିକ ପଦବୀରେ ଅବସ୍ଥାପିତ ହୋଇଛନ୍ତି ଅଶୋକ ଚହ୍ୱାଣ।


ରାଜ୍ୟସଭା ଯାଇପାରନ୍ତି ଅଶୋକ ଚହ୍ୱାଣ
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅଶୋକ ଚହ୍ୱାଣ ରାଜ୍ୟସଭା ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି ଯେ ଏହି କାରଣରୁ ବିଜେପି ରାଜ୍ୟସଭା ନିର୍ବାଚନ ୨୦୨୪ ପାଇଁ ମହାରାଷ୍ଟ୍ର ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ। କଂଗ୍ରେସ ଅଶୋକ ଚହ୍ୱାଣ ବିଜେପି ହାତ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।


ଅଶୋକ ଚହ୍ୱାଣଙ୍କ କଂଗ୍ରେସ ଛାଡ଼ିବାକୁ ନେଇ କ'ଣ କହିଲେ ଦେବେନ୍ଦ୍ର ଫଡନାଭୀସ୍?
ଅଶୋକ ଚହ୍ୱାଣଙ୍କ କଂଗ୍ରେସ ଛାଡିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନାଭୀସ୍। ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ବିଭିନ୍ନ ଦଳର ବହୁ ବରିଷ୍ଠ ନେତା ବିଜେପି ହାତ ଧରିବାକୁ ଚାହୁଁଛନ୍ତି। ବିଶେଷକରି କଂଗ୍ରେସ ଦଳର ଅନେକ ନେତା ଆମ ସହ ଯୋଗାଯୋଗରେ ଅଛନ୍ତି। କାରଣ କଂଗ୍ରେସ ଦଳର ବରିଷ୍ଠ ନେତାଙ୍କ ଯେଉଁ ପ୍ରକାରର ଆଚରଣ ରହିଛି ସେମାନେ ସମସ୍ତ ନିଜ ଦଳରେ ଶ୍ୱାସରୁଦ୍ଧ ହେବାର ଅନୁଭବ କରୁଥିଲେ। କଂଗ୍ରେସ ଦଳରେ ଯେଉଁ ଜନନେତା ରହିଛନ୍ତି ସେମାନେ ଅନୁଭବ କରୁଛନ୍ତି ଯେ ଆମେ ଦେଶର ମୁଖ୍ୟ ସ୍ରୋତରେ ରହି କାର୍ଯ୍ୟ କରିବା ଆବଶ୍ୟକ।


ଆଗକୁ ଦେଖନ୍ତୁ କ'ଣ ହେଉଛି: ଦେବେନ୍ଦ୍ର ଫଡନାଭୀସ୍
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ୍ କହିଛନ୍ତି ଯେ ରାଜନୀତି ପାଇଁ ଜାତୀୟ ସ୍ୱାର୍ଥ ପ୍ରସଙ୍ଗରେ ମଧ୍ୟ କଂଗ୍ରେସ ଦଳର ଶୀର୍ଷ ନେତୃତ୍ୱ ଅବହେଳା କରୁଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ କ୍ରମାଗତ ଭାବରେ ଅଗ୍ରଗତି କରୁଛି। ଏହାକୁ ଦେଖି ଅନେକ ନେତା ଅନୁଭବ କରନ୍ତି ଯେ ଆମେ ଦେଶର ମୁଖ୍ୟ ସ୍ରୋତରେ ସାମିଲ ହୋଇ କାମ କରିବା ଆବଶ୍ୟକ। ଲୋକଙ୍କ ପାଇଁ କାମ କରିବା ଦରକାର। ଏହି କାରଣରୁ ଅନେକ ଲୋକ ଆମ ସହିତ ଯୋଗାଯୋଗ କରୁଛନ୍ତି। ଆସନ୍ତୁ ଦେଖିବା ଆଗକୁ କ'ଣ ହେଉଛି।