କଂଗ୍ରେସ ପାଇଁ Liabilities & Assets ହେଉଛି ଗାନ୍ଧୀ ପରିବାର
କଂଗ୍ରେସ ଦଳରେ ବର୍ତ୍ତମାନ ପୁରାତନ ଏବଂ ନୂତନ ପିଢିର ନେତାଙ୍କ ମଧ୍ୟରେ ବର୍ତ୍ତମାନ ଏକ ଆଦର୍ଶଗତ ସଂଘର୍ଷ ଚାଲିଛି।
ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଦଳୀୟ ପରାଜୟ ପରେ କଂଗ୍ରେସ ଦଳରେ ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ଉଠିଛି ପ୍ରଶ୍ନ। ଦଳୀୟ ନେତୃତ୍ୱ ପରିବର୍ତ୍ତନ କରିବାକୁ ଦାବି କରି ଚର୍ଚ୍ଚାର ପରିସରକୁ ଆସିଥିବା ବିଦ୍ରୋହୀ G23 ଗୋଷ୍ଠୀର ଗୁରୁତ୍ୱ ରାଜନୀତିରେ ବଢିଯାଇଛି। ଦଳରେ ବିଦ୍ରୋହୀ ଗୋଷ୍ଠୀର ସକ୍ରିୟତା ବୃଦ୍ଧି ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛି।
ଗତ ୨୦୧୪ ଲୋକସଭା ନିର୍ବାଚନ ପର ଠାରୁ ଦେଶର ସର୍ବ ପୁରାତନ ରାଜନୈତିକ ଦଳରେ ଚାଲିଥିବା ବିବାଦର ବିଭିନ୍ନ ଦିଗ ଉପରେ 'ସେଣ୍ଟର ଫର ଷ୍ଟଡି ଅଫ୍ ଡେଭଲପମେଣ୍ଟ ସୋସାଇଟି' ଅନୁସନ୍ଧାନ କାର୍ଯ୍ୟକ୍ରମ 'ଲୋକନୀତି' ସହ ନିର୍ଦ୍ଦେଶକ ସଞ୍ଜୟ କୁମାର କଂଗ୍ରେସ ନେତୃତ୍ୱ ଉପରେ ଉଠୁଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି।
Also Read: ପରାଜୟରୁ ମିଳିଲା ଶିକ୍ଷା; କଂଗ୍ରେସ ସଙ୍ଗଠନରୁ ବିଦା ହେବେ ରାହୁଲ ଗାନ୍ଧୀଙ୍କ ଅନୁଗତ
କଂଗ୍ରେସରେ ଅନେକ ସମସ୍ୟା ରହିଛି। ଏହି ଦଳରେ ରହିଥିବା ସମସ୍ୟା ଆହୁରି ଅଧିକ ଗମ୍ଭୀର। ପୁରାତନ ଏବଂ ନୂତନ ପିଢିର ନେତାଙ୍କ ମଧ୍ୟରେ ବର୍ତ୍ତମାନ ଏକ ଆଦର୍ଶଗତ ସଂଘର୍ଷ ଚାଲିଛି। ଦଳରେ ଅସନ୍ତୁଷ୍ଟ ନେତାଙ୍କ ଏକ ଗୋଷ୍ଠୀ ରହିଛି ଯିଏ କ୍ରମାଗତ ଭାବେ ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବାରେ ଲାଗିଛି। ଦଳୀୟ ନେତୃତ୍ୱ ସଂକଟକୁ ନେଇ ଦଳରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ କଂଗ୍ରେସକୁ କରିବାକୁ ହେବ। ଏହି ଦଳରେ ଅନ୍ୟ ଏକ ପ୍ରମୁଖ ସମସ୍ୟା ମଧ୍ୟ ଦେଖାଯାଇଛି। ତାହା ହେଉଛି କଂଗ୍ରେସ ନେତାଙ୍କ ମଧ୍ୟରେ ପାରସ୍ପରିକ ସନ୍ଦେହ ଏବଂ ଅବିଶ୍ୱାସ ଭରି ରହିଛି। ଯଦି କଂଗ୍ରେସ ନେତା ପରସ୍ପରକୁ ସନ୍ଦେହ କରିବା କିମ୍ବା ଅବିଶ୍ୱାସ କରିବା ଭଲି କାମ କରିବା ଦ୍ୱାରା ଦଳକୁ କୌଣସି ଲାଭ ମିଳିବ ନାହିଁ। ସର୍ବପ୍ରଥମେ ସମସ୍ତ କଂଗ୍ରେସ ନେତାଙ୍କୁ ଏକ ଖୋଲା ମନ ପରସ୍ପର ସହିତ ଆଲୋଚନା କରିବା ଆବଶ୍ୟକ।
ବର୍ତ୍ତମାନ ସ୍ଥିତିରେ କଂଗ୍ରେସ ଦଳରେ ନେତୃତ୍ୱ ପରିବର୍ତ୍ତନ ଆବଶ୍ୟକୀୟ ହୋଇପଡିଛି। ଦଳୀୟ ନେତୃତ୍ୱ ଦାୟିତ୍ୱ ଛାଡି଼ବା ପାଇଁ ଗାନ୍ଧୀ ପରିବାର ଉଦ୍ଦେଶ୍ୟରେ ଚ୍ୟାଲେଞ୍ଜ ଦେଇ ସାରିଛନ୍ତି ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ। ବିଭିନ୍ନ ସମୟରେ ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ବିଦ୍ରୋହୀ G23 ଗୋଷ୍ଠୀ ପକ୍ଷରୁ ପ୍ରଶ୍ନ ଉଠାଯିବା ପ୍ରସଙ୍ଗ ଅନେକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଛି। ଏଥିରୁ ସ୍ପଷ୍ଟ ଦୃଶ୍ୟମାନ ହେଉଛି ଦଳର ନେତୃତ୍ୱ ଉପରେ ଦଳୀୟ ନେତା ଖୋଲାଖୋଲି ଭାବେ ପ୍ରଶ୍ନ ଉଠାଇଛନ୍ତି। ଦଳର ସ୍ଥିତି ସୁଧାରିବାକୁ ହେଲେ ଦଳୀୟ ନେତୃତ୍ୱ ଏବଂ ସଙ୍ଗଠନରେ ପରିବର୍ତ୍ତନ ଆଣିବା କଂଗ୍ରେସର ପ୍ରଥମ ଦାୟିତ୍ୱ।
Also Read: ଅଧ୍ୟକ୍ଷ ପଦରେ ରହିବାକୁ ସୋନିଆ ଗାନ୍ଧୀଙ୍କୁ ଅନୁରୋଧ ଜଣାଇଲା ବିଦ୍ରୋହୀ G-23 ଗୋଷ୍ଠୀ
ଯଦି ଗାନ୍ଧୀ ପରିବାର ନେତୃତ୍ୱ ଛାଡନ୍ତି ତାହେଲେ କଂଗ୍ରେସ ଏକଜୁଟ ହୋଇପାରିବ ନାହିଁ ବୋଲି ଅଧିକାଂଶ ସମୟରେ ଚର୍ଚ୍ଚା ହେଉଛି। ଏହା ହେଉଛି ଏକ ଆହ୍ୱାନ। ଏହି ଭୟ ଦଳ ଭିତରେ ରହିଛି। ଗାନ୍ଧୀ ପରିବାର ହାତର ନେତୃତ୍ୱ ନ ରହିଲେ ଦଳ ଏକଜୁଟ ରହି ପାରିବ କି ନାହିଁ ତାହା ଦ୍ୱନ୍ଦ୍ୱରେ ରହିଛି। ହେଲେ କଂଗ୍ରେସ ନେତାଙ୍କୁ ଗାନ୍ଧୀ ପରିବାରର ନେତୃତ୍ୱ ଠାରୁ ଦୂରରେ ଏକ ନୂତନ ନେତୃତ୍ୱ ପରୀକ୍ଷା କରାଯିବ କି ନାହିଁ ସେ ବାବଦରେ ବିଚାର ବିମର୍ଶ କରିବାକୁ ହେବ। ଗାନ୍ଧୀ ପରିବାର କଂଗ୍ରେସ ପାଇଁ ଉଭୟ ବୋଝ ଏବଂ ସଂମ୍ପତ୍ତି (Liabilities & Assets) ଭଳି। ଯଦି ଦଳ କୌଣସି ନିର୍ବାଚନରେ ଜିତିବାରେ ସକ୍ଷମ ନ ହେଲେ ଏଭଳି ଏକତାର ଆବଶ୍ୟକତା କ'ଣ ରହିଛି।
କଂଗ୍ରେସ ଦଳରେ ଫାଟ ସ୍ପଷ୍ଟି ହୋଇସାରିଛି। ଦଳ ମଧ୍ୟରେ ଏକ ଅସନ୍ତୁଷ୍ଟ ଗୋଷ୍ଠୀ ଗଠିତ ହୋଇସାରିଛି ଯାହାର ନେତୃତ୍ୱ ଉପରେ ଭରସା ନାହିଁ। ଏବେ ଯେତେ ଯାହା କଲେ ମଧ୍ୟ କଂଗ୍ରେସ ଦଳରେ ପୂର୍ବ ଭଳି ଏକତା ଦେଖାଯିବ ନାହିଁ। ଆଗାମୀ ୨ ବର୍ଷ କଂଗ୍ରେସ ପାଇଁ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଯଦି କଂଗ୍ରେସ ନିର୍ବାଚନ ହାରିବା ଜାରି ରଖେ ତାହେଲେ ୨୦୨୪ ଲୋକସଭା ନିର୍ବାଚନ ବର୍ତ୍ତମାନ ଦଳରେ ସୃଷ୍ଟି ହୋଇଥିବା ଅବସ୍ଥା ମଧ୍ୟରେ ଲଢିବାକୁ ସମର୍ଥ ହେବ ବୋଲି କହିବା କଷ୍ଟକର। କଂଗ୍ରେସକୁ ଏକଜୁଟ ରଖିବା ଏହା ଏକ ବଡ ଆହ୍ୱାନ। କଂଗ୍ରେସ ଦଳକୁ ଏହାର ନୂତନ ନେତୃତ୍ୱ ଖୋଜିବାକୁ ହେବ। ଯଦି କଂଗ୍ରେସ ନିର୍ବାଚନରେ ହାରିବା ଜାରି ରଖେ ତାହେଲେ ଦଳକୁ ଏକଜୁଟ ରଖିବା କଷ୍ଟସାଧ୍ୟ ହେବ ଏବଂ ଦଳରେ ବିଭାଜନ ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ।
Also Read: ଦଳୀୟ ପରାଜୟ ପରେ କାହିଁକି ଚର୍ଚ୍ଚାର ପରିସରକୁ ଆସିଲା G23 ଗୋଷ୍ଠୀ?
ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ବିରୋଧିଙ୍କ ମୁକାବିଲା କରିବାକୁ ହେଲେ କଂଗ୍ରେସ ଅନେକ କିଛି କରିବା ଆବଶ୍ୟକ। ନେତୃତ୍ୱର ପରିବର୍ତ୍ତନ ସହିତ ସଙ୍ଗଠନ ସୃଷ୍ଟି ହେବାକୁ ହେବ ଏବଂ ଲୋକଙ୍କ ବିଶ୍ୱାସ ଜିତିବାକୁ ପଡିବ। ଯଦି କେନ୍ଦ୍ରରେ କ୍ଷମତାସୀନ ଶାସକ ଦଳ କୌଣସି ବଡ଼ ଭୁଲ୍ ନ କରେ ତାହେଲେ କଂଗ୍ରେସ ଆଗାମୀ ଲୋକସଭା ନିର୍ବାଚନ ବିଜେପିକୁ ପରାସ୍ତ କରିବା ସ୍ଥିତିରେ ରହିବ ନାହିଁ। ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ଦଳର ଶକ୍ତି ବୃଦ୍ଧି କଂଗ୍ରେସ ପାଇଁ ଏକ ନୂତନ ଆହ୍ୱାନ ସୃଷ୍ଟି କରିଛି।