Ghulam Nabi Azad on Congress: ନିକଟରେ ଦଳ  ଛାଡ଼ିଥିବା ପୂର୍ବତନ ଜାମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ କଂଗ୍ରେସ ବିରୋଧରେ ବର୍ଷିଛନ୍ତି। କ'ଣ ପାଇଁ କଂଗ୍ରେସ ତୃଣମୂଳ ସ୍ତରର ରାଜନୀତିରୁ ଗାଏବ ହୋଇଗଲା ତାହାର କାରଣ କହିଛନ୍ତି ଗୁଲାମ ନବୀ ଆଜାଦ। ଏନେଇ ସେ କହିଛନ୍ତି ଯେ କଂଗ୍ରେସ ହେଉଛି ଏସଏମଏସ ଦ୍ୱାରା ପରିଚାଳିତ ଏକ ଦଳ। ଯେଉଁ କାରଣରୁ ଦଳ ତୃଣମୂଳସ୍ତରରୁ ଅଦୃଶ୍ୟ ହୋଇଯାଇଛି। ରବିବାର ଜାମୁ ଠାରେ ପହଞ୍ଚିବା ଅବସରରେ ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ ଏହା କହିଛନ୍ତି ସେ। 


COMMERCIAL BREAK
SCROLL TO CONTINUE READING

ରବିବାର ଜାମୁ ଠାରେ ଆୟୋଜିତ ହୋଇଥିବା ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ ଗୁଲାମ ନବୀ ଆଜାଦ (Ghulam Nabi Azad) କହିଛନ୍ତି ଯେ କଂଗ୍ରେସ (Congress) ଦଳ କମ୍ପ୍ୟୁଟର ଦ୍ୱାରା ତିଆରି ହୋଇନଥିଲା। ଦଳୀୟ କର୍ମକର୍ତ୍ତାଙ୍କ ରକ୍ତ ଝାଳରେ ତିଆରି ହୋଇଥିଲା କଂଗ୍ରେସ। ହେଲେ ବର୍ତ୍ତମାନ କଂଗ୍ରେସ ଟ୍ୱିଟ୍ ଏବଂ କମ୍ପ୍ୟୁଟର ମଧ୍ୟରେ ସୀମିତ ହୋଇଯାଇଛି। ସେମାନେ ଆମକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ଗୁଲାମ ନବୀ ଆଜାଦ ମଧ୍ୟ ଜାମୁ ଠାରେ ଏକ ନୂଆ ଦଳ ଘୋଷଣା କରିଛନ୍ତି। ଯଦିଓ ଏହାର ନାମ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ। 


ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ମୋର ନୂଆ ଦଳର ନାମ ସ୍ଥିର କରି ନାହିଁ। ମୋ ଦଳର ନାଁ କ'ଣ ହେବ ଏବଂ ଦଳୀୟ ପତାକା କିପରି ହେବ ତାହା ଜାମୁ କାଶ୍ମୀର ଲୋକେ ସ୍ଥିର କରିବେ। ମୁଁ ପାର୍ଟି ନାମ ହିନ୍ଦୁସ୍ତାନୀ ରଖିବି ଯାହାକୁ ସମସ୍ତେ ବୁଝି ପାରିବେ। ଜାମୁ କାଶ୍ମୀର କିପରି ପୂର୍ଣ୍ଣ ରାଜ୍ୟ ପାହ୍ୟା ମାନ୍ୟତା ପାଇବ ତାହା ଆମ ଦଳର ଲକ୍ଷ୍ୟ ହେବ। ଏହା ବ୍ୟତୀତ ସ୍ଥାନୀୟ ବାସିନ୍ଦାଙ୍କୁ ରୋଜଗାର ଏବଂ ଜମି ଅଧିକାର ପ୍ରଦାନ କରିବା ଉପରେ ପ୍ରାଥମିକତା ଦିଆଯିବ।


Also Read: Jammu Kashmir Politics: ଗୁଲାମ ନବୀ ଆଜାଦଙ୍କ ସମର୍ଥନରେ ଦଳ ଛାଡ଼ିଲେ ୬୪ କଂଗ୍ରେସ ନେତା


ଅଗଷ୍ଟ ୨୬ ତାରିଖରେ ଦଳର ସମସ୍ତ ପଦ ପଦବୀରୁ ଇସ୍ତଫା ଦେଇଥିଲେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ। ଦଳରୁ ଇସ୍ତଫା ଦେବା ପରେ ସେ କଂଗ୍ରେସ, ରାହୁଲ ଗାନ୍ଧୀ (Rahul Gandhi) ଏବଂ ସୋନିଆ ଗାନ୍ଧୀଙ୍କ (Sonia Gandhi) ବିରୋଧରେ ବର୍ଷି ପରିବାରବାଦକୁ ପ୍ରସାର କରୁଥିବାର ଅଭିଯୋଗ କରିଥିଲେ। ଦଳରୁ ଇସ୍ତଫା ଦେବା ପରେ ଗୁଲାମ ନବୀ ଆଜାଦ ରାହୁଲ ଗାନ୍ଧୀଙ୍କ ରାଜନନୈତିକ ପରିପକ୍ୱତା ଏବଂ ନିଷ୍ପତ୍ତି ନେବାର କ୍ଷମତା ଉପରେ ପ୍ରଶ୍ନ ଉଠାଇଥିଲେ। 


ଗୁଲାମ ନବୀ ଆଜାଦ ଦଳ ଛାଡ଼଼ିବା ପରେ ଜାମୁ କାଶ୍ମୀରରେ କଂଗ୍ରେସ ଶାଖାକୁ ମିଳିବାରେ ଲାଗିଛି ଜୋରଦାର ଝଟକା। ନିକଟରେ ପୂର୍ବତନ ଜାମୁ କାଶ୍ମୀର ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦଙ୍କ ସମେତ ରାଜ୍ୟର ପ୍ରାୟ ୬୪ ଜଣ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ସମର୍ଥନରେ ଦଳରୁ ଇସ୍ତଫା ଦେବାକୁ ଘୋଷଣା କରିଥିଲେ। ଗତ ଅଗଷ୍ଟ ୨୬ ତାରିଖ ଶୁକ୍ରବାର ଦଳର ପ୍ରାଥମିକ ସଦସ୍ୟତା ଏବଂ ସମସ୍ତ ପଦବୀରୁ ଇସ୍ତଫା ଦେଇଥିଲେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ। କଂଗ୍ରେସ ଛାଡିବା ପରେ ଅଭିଯୋଗ କରି ଆଜାଦ କହିଥିଲେ ଯେ ଆଭ୍ୟନ୍ତରୀଣ ନିର୍ବାଚନ ନାମରେ କଂଗ୍ରେସ ନେତୃତ୍ୱ ପ୍ରତାରଣା କରୁଛନ୍ତି। ରାହୁଲ ଗାନ୍ଧୀ ଜଣେ ଅପରିପକ୍ୱ ରାଜନେତା  ଏବଂ ସେ ଛୋଟ ପିଲାଙ୍କ ଭଳି ବ୍ୟବହାର କରୁଥିବା ଅଭିଯୋଗ କରିଥିଲେ ସେ। ଏହା ପରେ ବର୍ତ୍ତମାନତାଙ୍କ ସମର୍ଥନରେ ତାଙ୍କ ସମର୍ଥକ ଦଳରୁ ଇସ୍ତଫା ଦେଉଛନ୍ତି। ଏହି ନେତାଙ୍କ ଇସ୍ତଫା ଏପରି ଏକ ସମୟରେ ଆସିଛି ଯେତେବେଳେ କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି  ନିର୍ବାଚନ କେବେ ହେବ ସେନେଇ ରାଜ୍ୟରେ ନିରନ୍ତର ଆଲୋଚନା ହେଉଛି।