Pradip Panigrahi: ଭୁବନେଶ୍ୱର: ବିଜେପିରେ ଯୋଗଦେଲେ ଗୋପାଳପୁରର ଚର୍ଚ୍ଚିତ ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି। ବର୍ତ୍ତମାନ ଆଞ୍ଚଳକିତାବୋଧକୁ ଯିବାର ସମୟ ଆସିଛି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଏହା ସହିତ ସେ ଶାସକ ବିଜେଡ଼ି ଉପରେ ବର୍ଷିଥିଲେ। 


COMMERCIAL BREAK
SCROLL TO CONTINUE READING

ଏଠାରେ କହି ରଖୁ କି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ୩ ଥର ବିଧାୟକ ରହିଛନ୍ତି। ତେବେ ଦଳର ନିଷ୍ପତ୍ତି ଅନୁଯାୟୀ ସେ ନିଜର ଭବିଷ୍ୟତ ପନ୍ଥା ପ୍ରସ୍ତୁତ କରିବେ ବୋଲି ସୂଚନା ଦେଇଛନ୍ତି। ତେବେ ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିଲେ। ଆସନ୍ତାକାଲି କେନ୍ଦ୍ର ରକ୍ଷାମନ୍ତ୍ରୀ ରାଜନାଥ ସିଂ ବ୍ରହ୍ମପୁର ଗସ୍ତରେ ଆସୁଥିବା ବେଳେ ଆଜି ପ୍ରଦୀପ ଦଳରେ ସାମିଲ ହୋଇଛନ୍ତି। ଆସନ୍ତାକାଲି ସେ ରଜନାଥଙ୍କ ସଭାରେ ଶକ୍ତି ପ୍ରଦର୍ଶନ କରିବେ ବୋଲି କୁହାଯାଉଛି।