Nitish Kumar On BJP: ବିହାର (Bihar)ରେ ଜେଡିୟୁ-ବିଜେପିର (JDU-BJP) ମେଣ୍ଟ ସରକାର ବେଶି ଦିନ ଚାଲିପାରିନଥିଲା। ଏହି ସରକାର ଭାଙ୍ଗିବା ପରେ ବିହାରରେ ରାଜନୈତିକ (Political) ବୟାନବାଜି ଚରମ ସୀମାରେ ପହଞ୍ଚିଛି। ବିଜେପି ଓ ଜେଡିୟୁର ନେତାମାନେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଏହାରି ମଧ୍ୟରେ ଜେଡିୟୁ ନ୍ୟାସନାଲ କାଉନସିଲର ବୈଠକରେ ସିଏମ ନୀତିଶ କୁମାର ବିଜେପି (୨୦୧୭) ସହିତ ଲରକାର ଗଠନ କରିବାକୁ ଭୁଲ ନିଷ୍ପତ୍ତି ବୋଲି କହିବା ସହ ଏହା ଆମର ମୂର୍ଖତା ବୋଲି ସ୍ବୀକାର କରିଥିଲେ।


COMMERCIAL BREAK
SCROLL TO CONTINUE READING

ସିଏମ ନୀତିଶ କୁମାର କହିଛନ୍ତି ଯେ, ୨୦୧୯ ଲୋକସଭା ନିର୍ବାଚନ ପରେ କେନ୍ଦ୍ର ସରକାରରେ ମନ୍ତ୍ରୀ ହେବା ପାଇଁ ଦୁଇଟି ନାମ ଦେବାକୁ ଫୋନ୍ ଆସିଥିଲା। କିନ୍ତୁ, ଯେତେବେଳେ ଆମେ ଦିଲ୍ଲୀରେ ପହଞ୍ଚିଲୁ ସେତେବେଳେ କେବଳ ଗୋଟିଏ ନାମ ଆବଶ୍ୟକ ବୋଲି କୁହାଯାଇଥିଲା। ଆମେ ରାଜି ହୋଇନଥିଲୁ କାରଣ ଆମେ ଚାହୁଁଥିଲୁ ଯେ ଜେଡିୟୁ କୋଟାରୁ କେନ୍ଦ୍ରରେ ଚାରିଜଣ ମନ୍ତ୍ରୀ ହୁଅନ୍ତୁ।


ଜେଡିୟୁ ପୂର୍ବତନ ଜାତୀୟ ଅଧ୍ୟକ୍ଷ ଆରସିପି ସିଂଙ୍କ ନାମ ନଦେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯେ, ଯେତେବେଳେ ମୁଁ କେନ୍ଦ୍ର ରେଳମନ୍ତ୍ରୀ ହୋଇଥିଲି, ସେତେବେଳେ ମୁଁ ତାଙ୍କୁ ମୋର ବ୍ୟକ୍ତିଗତ ସଚିବ କରିଥିଲି। ସେ ନାଲନ୍ଦା ଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିଲେ, କିନ୍ତୁ ଆମେ ତାହା ନକରିବାକୁ କହିଥିଲୁ।


ସିଏମ୍ ନୀତିଶ କୁମାର ଘୋଷଣା କରିଛନ୍ତି ଯେ, ଯେପର୍ଯ୍ୟନ୍ତ ଆମର ପାର୍ଟି ଅଛି, ଆମେ ଏଭଳି ଲୋକଙ୍କ ସହ କୌଣସି ଆପୋଷ ବୁଝାମଣା କରିବୁ ନାହିଁ। ବିଜେପିର ଲୋକମାନେ କେବଳ ହିନ୍ଦୁ-ମୁସଲମାନ ମାନଙ୍କୁ ବିଭାଜନ କରି ଶାସନ କରିବାକୁ ଚାହାଁନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କେବେ ବି ଆରଏସଏସ କଥା ଶୁଣିନଥିଲେ ଏବଂ ପୂର୍ବରୁ କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନେ କୌଣସି କାର୍ଯ୍ୟକ୍ରମକୁ ଗଲେ ତାଙ୍କ ନାମ ନେଉଥିଲେ। କିନ୍ତୁ, ବର୍ତ୍ତମାନ ସେମାନେ ତାଙ୍କ ନାମ ନେବାକୁ ଭୁଲି ଯାଇଛନ୍ତି। ବର୍ତ୍ତମାନ କେନ୍ଦ୍ରରେ ଥିବା ମନ୍ତ୍ରୀମାନେ ଦଳର ନୁହେଁ କେବଳ ନିଜର ଆଲୋଚନା କରୁଛନ୍ତି।


ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯେ, ବିହାରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିବା ଉଚିତ୍। ବିଜେପିର ଲୋକମାନେ କହୁଛନ୍ତି ଯେ, କେନ୍ଦ୍ରରୁ ଟଙ୍କା ଆସୁଛି ହେଲେ ବିହାର ନିଜ ଦମରେ ଅଗ୍ରଗତି କରୁଛି। ଆମ ସରକାର କରିଥିବା କାର୍ଯ୍ୟର ଶ୍ରେୟ ଏହି ଲୋକମାନେ ନେବାକୁ ଚାହୁଁଥିଲେ, କିନ୍ତୁ ଆମେ ଏହା ହେବାକୁ ଦେଇ ନଥିଲୁ। ଗୋଟିଏ ଯୋଜନାରେ କେନ୍ଦ୍ର ସରକାର ଟଙ୍କା ପଠାଇ ତାକୁ ନିଜର ବୋଲି କହିବାକୁ ଚାହୁଁଛନ୍ତି ବୋଲି ନୀତିଶ କହିଛନ୍ତି। 


ଆରଜେଡି ହାତ ଛାଡି ଯେବେବେଳେ ନୀତିଶ ବିଜେପିର ପଦ୍ମ ଫୋଖରୀରେ ଓହ୍ଲାଇଥିଲେ, ତାଙ୍କ ନାଁରେ ଅନେକ ଚର୍ଚ୍ଚା ଚିଲିଲା। ତାଙ୍କୁ ପଲ୍ଟୁ ରାମ ନାମରେ ମଧ୍ୟ ସମ୍ବୋଧିତ କରାଯାଉଥିଲା। ଭାରତୀୟ ରାଜନୀତିରେ ସ୍ଥିର ନଥିବା ନେତାଙ୍କ ମଧ୍ୟରେ ତାଙ୍କ ନାମ ସର୍ବାଗ୍ରେ ବୋଲି ଚର୍ଚ୍ଚା ଚାଲିଲା। ହେଲ ବିଜେପି କେବେ କଳ୍ପନା କରିନଥିଲା ଯେ, ନୀତିଶ ଏତେ ଶୀଘ୍ର ପରିବର୍ତ୍ତନ ହୋଇଯିବେ ବୋଲି।