Congress in Gujarat Election 2022: ପ୍ରକାଶ ପାଇସାରିଛି ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ଫଳାଫଳ। ହେଲେ ଏଥରର ନିର୍ବାଚନ ଫଳାଫଳ କଂଗ୍ରେସ ଲାଗି କୌଣସି ଝଟକା ଠାରୁ କମ ନୁହେଁ। କାରଣ ଦଳକୁ ଏଥର ମାତ୍ର ୧୭ ଆସନ ମିଳିଛି। ଗତ ୨୦୧୭ ବିଧାନସଭା ନିର୍ବାଚନ ତୁଳନାରେ କଂଗ୍ରେସ ଏଥର ପ୍ରାୟ ୬୦ ଆସନ ହରାଇଛି। 


COMMERCIAL BREAK
SCROLL TO CONTINUE READING

ଯଦି ୨୦୨୨ ଏବଂ ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ନଜର ପକାଯାଏ ତାହେଲେ ଏଥର କଂଗ୍ରେସ ଗତ ଥର ଅପେକ୍ଷା ଜବରଦସ୍ତ ଝଟକା ପାଇଛି।  ଗତ ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ  ଗୁଜୁରାଟର ମୋଟ ୧୮୨ ସିଟ୍ ମଧ୍ୟରୁ ୭୭ ସିଟ୍ ପାଇଥିଲା। ଯାହା ୧୯୮୫ ମସିହାରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ପର ଠାରୁ ଦଳର ସର୍ବୋତ୍ତମ ପ୍ରଦର୍ଶନ। ୧୯୮୫ ନିର୍ବାଚନରେ କଂଗ୍ରେସ ରାଜ୍ୟର ୧୮୨ ସିଟ୍ ମଧ୍ୟରୁ ୧୪୯ ଆସନରେ ବିଜୟୀ ହୋଇ ଏକ ରେକର୍ଡ କରିଥିଲା। ସେତେବେଳେ କଂଗ୍ରେସ ନେତା ମାଧବ ସିଂହ ସୋଲାଙ୍କି ଗୁଜୁରାଟ ମୁଖ୍ୟମନ୍ତ୍ରୀ ହୋଇଥିଲେ।


ଯଦି ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ଅନ୍ୟ ଏକ  ରେକର୍ଡ ଦେଖିବାକୁ ମିଳିଛି। ଚଳିତ ଥର ବିଜେପି ଲହରରେ ବିରୋଧୀ ସଫା ହୋଇଯାଇଛନ୍ତି। ସବୁଠାରୁ ଅଧିକ କ୍ଷତି ସହିଛି ମୁଖ୍ୟ ବିରୋଧୀ କଂଗ୍ରେସ। ଦଳକୁ ଏଥର ମାତ୍ର ୧୭ ସିଟ୍ ମିଳିଛି। ଯାହା ୧୯୮୫ ନିର୍ବାଚନ ପର ଠାରୁ ସବୁଠାରୁ ଖରାପ ପ୍ରଦର୍ଶନ। ବିରୋଧୀ ଦଳ ଭାବେ କଂଗ୍ରେସର ଉତ୍ତମ ପ୍ରଦର୍ଶନ ଗତ ୨୦୧୭ ନିର୍ବାଚନରେ ଦେଖିବାକୁ ମିଳିଥିଲା। ଗତ ଥରର ଗୁଜୁରାଟ ବିଧାନସଭା ନିର୍ବାଚନରେ କଂଗ୍ରେସ ୭୭ ଆସନ ପାଇଥିଲା। ହେଲେ ଏଥର କଂଗ୍ରେସକୁ ଜବରଦସ୍ତ ଝଟକା ଲାଗିଛି। ଦଳ ଗତ ଥର ଅପେକ୍ଷା ଏଥର ପ୍ରାୟ ୬୦ ଆସନ ହରାଇଛି। ଦଳକୁ ଏଥର ୧୭ ଆସନ ମିଳିଛି। ଚଳିତ ଥରର ବିଧାନସଭା ନିର୍ବାଚନରେ କଂଗ୍ରେସ କାହିଁକି ଶୋଚନୀୟ ଭାବେ ପରାଜୟ ବରଣ କଲା ତାହାର ଅନେକ କାରଣ ଏବେ ସାାମ୍ନାକୁ ଆସିଛି।


  • କଂଗ୍ରେସ ଶୀର୍ଷ ନେତୃତ୍ୱ ୨୦୨୨ ଗୁଜୁରାଟ ନିର୍ବାଚନକୁ ଗମ୍ଭୀରତାର ସହ ନେଇ ମୁକାବିଲାରେ ସାମିଲ ହୋଇନଥଲେ।  ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳର କୌଣସି ପ୍ରାର୍ଥୀଙ୍କ ସହ କୌଣସି ବଡ଼ କଂଗ୍ରେସ ନେତାଙ୍କୁ ଦେଖିବାକୁ ମିଳି ନଥିଲା।

  •  ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଗୁଜୁରାଟ ବିଧାନସଭା ନିର୍ବାଚନ ପ୍ରଚାରରୁ ଦୂରେଇ ରହିଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁଜୁରାଟ ନିର୍ବାଚନ ଲାଗି ଦଳୀୟ ପ୍ରଚାର ଅଭିଯାନରେ ସାମିଲ ହେବା ପରିବର୍ତ୍ତେ ଭାରତ ଯୋଡା ଯାତ୍ରାରେ ବ୍ୟସ୍ତ ରହିଥିଲେ। ଅନ୍ୟପଟେ ପ୍ରିୟଙ୍କା ଗାନ୍ଧୀଙ୍କ ସମ୍ପୂର୍ଣ୍ଣ ଧ୍ୟାନ ଗୁଜୁରାଟ ବଦଳରେ ହିମାଚଳ ପ୍ରଦେଶ ଉପରେ ରହିଥିଲା।

  •  ଯେତେବେଳେ କଂଗ୍ରେସ ଗୁଜୁରାଟ ନିର୍ବାଚନ ଉପରେ ଧ୍ୟାନ ଦେବା କଥା ସେତେବେଳେ ଦଳ ଲାଗି ରାଜସ୍ତାନ ସଂକଟ ସାମ୍ନାକୁ ଆସିଥିଲା। କଂଗ୍ରେସ ନେତୃତ୍ୱ ଗୁଜୁରାଟରେ ଦଳୀୟ ପ୍ରଚାର କରିବା ବଦଳରେ ରାଜସ୍ତାନରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନରେ ଲାଗି ପଡ଼ିଥିଲେ। ଏହି ଗୁଜୁରାଟ କଂଗ୍ରେସ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବା ବଦଳରେ ନିଜ ରାଜ୍ୟରେ ସୃଷ୍ଟି ହୋଇଥିବା ସଂକଟ ଉପରେ ଧ୍ୟାନ ଦେଇଥିଲା। 

  •  ଗୁଜୁରାଟ ରାଜନୀତିରେ ରାଜ୍ୟର ମୁସଲିମ ମତଦାତା କଂଗ୍ରେସ ଦଳର ପାରମ୍ପରିକ ଭୋଟ୍ ବ୍ୟାଙ୍କ ଭାବେ ଜଣାଶୁଣା। ହେଲେ ଏଥର ୨୦୨୨ ବିଧାନସଭା ନିର୍ବାଚନରେ ଉଭୟ ଆମ ଆଦମୀ ଏବଂ ଏଆଇଏମଆଇଏମ ମୁସଲିମ ମତାଦାତାଙ୍କୁ ଦଳ ସପକ୍ଷରେ ନେବାରେ ଅନେକାଂଶରେ ସଫଳ ହୋଇଛନ୍ତି। ଅନ୍ୟପଟେ ରାଜ୍ୟର ମୁସଲମାନ ଭୋଟର ଅନୁଭବ କରୁଥିଲେ ଯେ ବୋଧହୁଏ ଏଥର ଗୁଜୁରାଟ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ବିଜେପି ସହ ଲଢିପାରିବ।

  •  ଅନ୍ୟପଟେ ଅସନ୍ତୁଷ୍ଟ ବିଜେପି ନେତା ଉଭୟ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ମଧ୍ୟରେ ବାଣ୍ଟି ହୋଇଯାଇଥିଲେ। ଯାହାର ସିଧାସଳଖ ଫାଇଦା ବିଜେପି ଉଠାଇଥିଲା। 

  •  କଂଗ୍ରେସ ଦଳର ପାରମ୍ପାରିକ ଭୋଟର ଏଥର ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ବାହାରି ନଥିଲେ। ସେଥିପାଇଁ ଭୋଟ ପ୍ରତିଶତ ମଧ୍ୟ କମ୍ ହୋଇଥିଲା। କମ ଭୋଟିଂ ହେବା କାରଣରୁ ବିଜେପି ଏହାର ଲାଭ ଉଠାଇଥିଲା।

  •  କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ଶବ୍ଦର ବ୍ୟବହାର କରିବାକୁ ଗୁଜୁରାଟ ମତଦାତା ପସନ୍ଦ କରନଥିଲେ। ଏହି କାରଣରୁ ଦଳର କିଛି ଭୋଟ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିଲା।

  •  ଅହମ୍ମଦ ପଟେଲଙ୍କ ପରେ ଗୁଜରାଟ କଂଗ୍ରେସ ପାଖରେ ସେପରି କୌଣସି ଅଭିଜ୍ଞ ନିର୍ବାଚନ ରଣନୀତିଜ୍ଞ ନ ଥିଲେ। ଅହମ୍ମଦ ପଟେଲଙ୍କ ଭଳି ଅଭିଜ୍ଞ ରାଜନେତାଙ୍କ ଅଭାବ କଂଗ୍ରେସ ପାଖରେ ଥିଲା। ଯିଏ ତାଙ୍କ ଭଳି ଗୁଜୁରାଟ ରାଜନୀତିକୁ ତୃଣମୂଳ ସ୍ତରରୁ ବୁଝି ପାରୁଥିବେ। 

  •  ଏଥର ନିର୍ବାଚନରେ ଗୁଜୁରାଟ କଂଗ୍ରେସ ପାଖରେ ସେପରି କୌଣସି ଚେହେରା ନଥିଲା। କଂଗ୍ରେସ ପାଖରେ ସେପରି କୌଣସି ଦଳୀୟ ନେତା ନଥିଲେ ଯାହା ନାମରେ ଭୋଟ୍ ମଗାଯାଇ ପାରିବ। 

  •  ପୁରୁଣା ପେନସନ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ କଂଗ୍ରେସ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚି ପାରିନଥିଲା। କଂଗ୍ରେସ ନେତାଙ୍କ ଅନାବଶ୍ୟକ ବିବୃତ୍ତି ହେତୁ ଦଳ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଲୋକଙ୍କ ସାମ୍ନାରେ ଉପସ୍ଚାପିତ କରି ପାରିନଥିଲା।