ନୂଆଦିଲ୍ଲୀ: Hardik Patel, Gujarat Politics: ଗତ କିଛି ଦିନ ହେବ ହାର୍ଦ୍ଦିକ ପଟେଲ (Gujarat Congress Working President Hardik Patel) ଙ୍କୁ ନେଇ ଗୁଜୁରାଟ ରାଜନୀତି ସରଗରମ ରହିଛି । ବିଗତ ଦିନରେ ସେ କଂଗ୍ରେସ (Congress) ଉପରେ ଅସନ୍ତୁଷ୍ଟ ଥିବା ସହ ରାଜ୍ୟ ନେତୃତ୍ୱଙ୍କୁ ଟାର୍ଗେଟ କରିଥିଲେ । ତେବେ ତାଙ୍କ ପିତାଙ୍କ ମୃତ୍ୟୁ ବାର୍ଷିକୀରେ ସେ ଯାହା କହିଛନ୍ତି, ଏଥିରୁ ଜଣାପଡୁଛି ଯେ ପାର୍ଟି ହାଇକମାଣ୍ଡ (Congress High Command) ଙ୍କ ସହ ଚାଲିଥିବା ବିବାଦରେ କମି ଆସିଛି । ସେପଟେ ଗୁଜୁରାଟ କଂଗ୍ରେସ ପ୍ରଭାରୀ ରଘୁ ଶର୍ମା (Gujarat Congress in-charge Raghu Sharma) କହିଛନ୍ତି ଯେ, ଆଗାମୀ ନିର୍ବାଚନରେ ​​କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି । ସେ ଗୁଜୁରାଟର ଲୋକଙ୍କ ମଧ୍ୟରେ ଜଣେ ବହୁଚର୍ଚ୍ଚିତ ନେତା । ସେ ଦଳ ଛାଡ଼ିବେ ବୋଲି ଗୁଜବରେ କୌଣସି ତଥ୍ୟ ନାହିଁ । ଆଗାମୀ ଦିନରେ ହାର୍ଦ୍ଦିକ (Hardik Patel) ଦଳର ସମସ୍ତଙ୍କ ସହ ମିଶି କାର୍ଯ୍ୟ କରିବେ ଓ ନିର୍ବାଚନ ପ୍ରକ୍ରିୟାରେ ଆଗକୁ ବଢ଼ିବେ ବୋଲି ରଘୁ ଶର୍ମା ଆଶା ପ୍ରକଟ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଅନ୍ୟପକ୍ଷରେ ହାର୍ଦ୍ଦିକ ପଟେଲ (Hardik Patel) ମଧ୍ୟ ସଙ୍କେତ ଦେଇଛନ୍ତି ଯେ, ଅସନ୍ତୋଷର କାରଣ ଯାହା ଅଛି ତାହା ଶୀଘ୍ର ସମାଧାନ ହେବ । ଗୁଜୁରାଟର ଲୋକଙ୍କ ଉନ୍ନତି ପାଇଁ ସେ କଂଗ୍ରେସ ସହିତ ରହି ନିଜ ତରଫରୁ ଯାହା କରିପାରିବେ ତାହା କରିବେ । ମୋର ନିଜ ବରିଷ୍ଠ ନେତାଙ୍କ ସହ କୌଣସି ମତଭେଦ ହୋଇ ନାହିଁ । ଯଦିଓ ବ୍ୟକ୍ତିଗତ ଦୂରତା ଥାଏ, ମୁଁ ନିଶ୍ଚିତ ଯେ ଏହା ଶେଷ ହେବ । ମୁଁ ପାର୍ଟି ସହିତ ଅଛି ଓ ଗୁଜରାଟର ୬.୫ କୋଟି ଲୋକଙ୍କ ଉନ୍ନତି ପାଇଁ କାମ କରିବାକୁ ଚାହୁଁଛି ।


ଏଠାରେ କହି ରଖୁଛୁ ଯେ, ବିଗତ ଦିନରେ କଂଗ୍ରେସରେ ତାଙ୍କୁ ଅଣଦେଖା କରାଯାଉଛି ବୋଲି ହାର୍ଦ୍ଦିକ ପଟେଲ ଅଭିଯୋଗ କରିଥିଲେ । ତେବେ ଏଥିପାଇଁ ସେ ରାଜ୍ୟ ୟୁନିଟକୁ ଦାୟୀ କରିଛନ୍ତି । କଂଗ୍ରେସର ଆଉ ଏକ ପାଟିଦାର ଚେହେରା ନରେଶ ପଟେଲ (Naresh Patel) ଙ୍କୁ ସ୍ଥାନ ଦେବାକୁ ଯାଉଛନ୍ତି ବୋଲି ଆଲୋଚନା ଚାଲିଥିଲା । ଏହା କୁହାଯାଉଥିଲା ଯେ ନରେଶ ପ୍ରଶାନ୍ତ କିଶୋର (Prashant Kishor) ଙ୍କ ପସନ୍ଦ । ତେବେ ପ୍ରଶାନ୍ତ କିଶୋର ମଧ୍ୟ କଂଗ୍ରେସରେ ଯୋଗ ଦେଇ ନ ଥିବାରୁ ନରେଶ ପଟେଲଙ୍କ ଦଳରେ ଯୋଗଦେବାକୁ ନେଇ ଅନିଶ୍ଚିତା ଦେଖାଦେଇଛି ।


ଏହା ବି ପଢ଼ନ୍ତୁ:-ପୁଣି ଆମେରିକା ସମେତ ସାରା ଦୁନିଆର ଟେନସନ୍ ବଢ଼ାଇଲେ କିମ୍ ଜଙ୍ଗ


ଏହା ବି ପଢ଼ନ୍ତୁ:-ପୁଟିନଙ୍କୁ ବି ହୋଇଛି ହିଟଲଙ୍କ ପରି ଭୟଙ୍କର ରୋଗ! ସାମ୍ନାକୁ ଆସିଲା ଭିଡିଓ


ସେପଟେ ବିଗତ ଦିନରେ କଂଗ୍ରେସ ସ୍ପଷ୍ଟ କରିଥିଲା ଯେ, ପ୍ରଶାନ୍ତ କିଶୋର ଜଣେ ରଣନୀତିଜ୍ଞ । ନିର୍ବାଚନକୁ କିପରି ଅନୁକୂଳ କରାଯିବ ଓ ଖରାପ କରାଯିବ ସେନେଇ ରାଜନୈତିକ ରଣନୀତିଜ୍ଞଙ୍କ ଭୂମିକା ରହିଛି । ପ୍ରକାଶ ଥାଉକି, ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେବା ନେଇ ହୋଇଥିବା କଳ୍ପନା ଜଳ୍ପନା ସମୟରେ ହାର୍ଦ୍ଦିକ କହିଥିଲେ ଯେ ସେ ଏହି ବିଷୟରେ ଅଧିକ ଜାଣନ୍ତି ନାହିଁ ଓ ସେ ଜାଣିବାକୁ ମଧ୍ୟ ଚାହାଁନ୍ତି ନାହିଁ । ସୂଚନାଯୋଗ୍ୟ, ଗତକାଲି ହାର୍ଦ୍ଦିକ ପଟେଲଙ୍କ ପିତାଙ୍କ ମୃତ୍ୟୁ ବାର୍ଷିକୀରେ ଏକ ଧାର୍ମିକ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ହାର୍ଦ୍ଦିକ କଂଗ୍ରେସ ନେତାଙ୍କ ସମେତ ବିଜେପି ନେତା ଓ ଗୁଜୁରାଟର ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ କରିଥିଲେ । କିନ୍ତୁ ବିଜେପିରୁ କୌଣସି ନେତା ଆସିନଥିଲେ ।