Jignesh Mevani: ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ (Congress) ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି। ଗୁଜୁରାଟ କଂଗ୍ରେସ (Gujarat Congress)ର କାର୍ଯ୍ୟକାରୀ ସଭାପତି ତଥା ବିଧାୟକ ଜିଗ୍ନେଶ ମେଓ୍ବାଣୀ (Jignesh Mevani) ସମେତ ଅନ୍ୟ ୧୮ ଜଣଙ୍କୁ ୬ ମାସ ଜେଲ (Jail) ଦଣ୍ଡାଦେଶ ହୋଇଛି। ୨୦୧୬ରେ ଦଙ୍ଗା ତଥା ବେଆଇନ ଭାବେ ଭିଡ ଏକତ୍ରିତ କରିଥିବା ମାମଲାରେ ଜିଗ୍ନେଶ ମେଓ୍ବାଣୀ ଏବଂ ଅନ୍ୟମାନଙ୍କ ବିରୋଧରେ ଅହମ୍ମଦାବାଦ କୋର୍ଟ ଶୁକ୍ରବାର ଦିନ ରାୟ ଶୁଣାଇଛନ୍ତି। ଏହି ମାମଲା ମେଓ୍ବାଣୀ ଏବଂ ତାଙ୍କ ସହଯୋଗୀ ମାନଙ୍କ ଦ୍ୱାରା ରାସ୍ତା ଅବରୋଧ କରିବା ସମ୍ବନ୍ଧୀୟ ଥିଲା। ବାସ୍ତବରେ ଗୁଜରାଟରେ ବିଧାନସଭା ନିର୍ବାଚନ ଚଳିତ ବର୍ଷ ଡିସେମ୍ବରରେ ହେବାର ସମ୍ଭାବନା ରହିଛି। ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ପିଏନ୍ ଗୋସ୍ୱାମୀ ମଧ୍ୟ ମେଓ୍ବାଣୀ ଏବଂ ଅନ୍ୟମାନଙ୍କ ଉପରେ ଜୋରିମାନା ଲଗାଇଛନ୍ତି। ଏହା ବ୍ୟତୀତ ଅକ୍ଟୋବର ୧୭ ପର୍ଯ୍ୟନ୍ତ ତାଙ୍କ ଦଣ୍ଡାଦେଶ ସ୍ଥଗିତ ରଖାଯାଇଛି ଯାହା ଦ୍ବାରା ସେମାନେ ଆବେଦନ କରିପାରିବେ।


COMMERCIAL BREAK
SCROLL TO CONTINUE READING

କଂଗ୍ରେସ ନେତା (Congress Leader) ଜିଗ୍ନେଶ ମେଓ୍ବାଣୀ ଗୁଜୁରାଟ ବିଶ୍ୱବିଦ୍ୟାଳୟ (Gujarat University) ନିକଟରେ ୨୦୧୬ ମସିହାରେ ରାସ୍ତା ରୋକୋ (Road Block) ଆୟୋଜନ କରିଥିଲେ। ଯେଉଁଥିରେ ସେ ବିଶ୍ୱବିଦ୍ୟାଳୟର ଆଇନ ବିଭାଗର ନାମ ଡ. ବାବାସାହେବ ଆମ୍ବେଦକର ଭବନ ନାମରେ ନାମିତ କରିବାର ଦାବି କରାଯାଇଥିଲା। ଏହି ମାମଲାରେ କୋର୍ଟ ମେଓ୍ବାଣୀଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ବ୍ୟତୀତ ୧୮ ଜଣଙ୍କୁ ମଧ୍ୟ ଛଅ ମାସ ଦଣ୍ଡିତ କରାଯାଇଛି। ଏହା ହେଉଛି ଦ୍ୱିତୀୟ ଘଟଣା ଯୋଉଁଥିରେ, କଂଗ୍ରେସ ନେତାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହାପୂର୍ବରୁ ମେଓ୍ବାଣୀ ବିନା ଅନୁମତିରେ ମେହସାନାରେ ଏକ ରାଲି ଆୟୋଜନ କରି ତିନି ମାସ ଜେଲ ଯାଇଥିଲେ।


ବିଧାୟକ ଜିଗ୍ନେଶ ମେଓ୍ବାଣୀ, ଏନସିପି ନେତା ରେଶମା ପଟେଲ, ସୁବୋଧ ପାରମାରଙ୍କ ଉପରେ ରାଲି କରି ସରକାରଙ୍କ ବିଜ୍ଞପ୍ତିକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ରେଶମା ପଟେଲ ରାଷ୍ଟ୍ରବାଦୀ ମହିଳା କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଅଛନ୍ତି। ଉନ୍ନାଓରେ ଦଳିତଙ୍କୁ ପିଟିବା ମାମଲା ସାମ୍ନାକୁ ଆସିବା ପରେ ୧୨ ଜୁଲାଇ ୨୦୧୭ରେ 'ଆଜାଦୁ କୁଚ' ନାମରେ ମେହସାଣା ପାଖରେ ବନାସକାଣ୍ଠା ଠାରେ ରାଲି ବାହାର କରାଯାଇଥିଲା।