Gujarat First Phase Election 2022: ଚଳିତ ଗୁଜୁରାଟ ବିଧାନସଭା ନିର୍ବାଚନ (Gujarat Assembly Election 2022) ପାଇଁ ସମସ୍ତ ରାଜନୈତିକ ଦଳ ଜୋରଦାର ପ୍ରଚାରରେ ଲାଗିଛନ୍ତି । ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ନିର୍ବାଚନୀ (Gujarat First Phase Election 2022) ପ୍ରଚାର ଆଜି (ମଙ୍ଗଳବାର) ଅର୍ଥାତ ନଭେମ୍ୱର ୨୯ର ସନ୍ଧ୍ୟା ୫ଟାରେ ଶେଷ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ୮୯ଟି ଆସନ ପାଇଁ ଡିସେମ୍ବର ୧ରେ ମତଦାନ ହେବ । ମୁଖ୍ୟ ନିର୍ବାଚନ ଅଧିକାରୀ ପି ଭାରତୀ ସୋମବାର କହିଛନ୍ତି ଯେ, ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟରେ ୮୯ଟି ଆସନରେ ହେବାକୁ ଥିବା ନିର୍ବାଚନ ପାଇଁ ମୋଟ ୭୮୮ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି । ଏଭଳି ପରିସ୍ଥିତିରେ ଆଜି ଗୁଜୁରାଟରେ ଅନେକ ନିର୍ବାଚନୀ ରାଲି ଦେଖିବାକୁ ମିଳିବ । ଭାରତୀୟ ଜନତା ପାର୍ଟି (BJP) ତରଫରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ (Amit Shah) ଆଜି ଦାହୋଦ, ଖେଡା ଏବଂ ଅହମ୍ମଦାବାଦରେ ଜନସଭା ଓ ରୋଡ୍ ଶୋ' କରିବେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା (JP Nadda) ମଧ୍ୟ ୩ଟି ରାଲିରେ ସମ୍ବୋଧିତ କରିବେ । ସେପଟେ ଆମ୍ ଆଦମୀ ପାର୍ଟି (AAP) ମଧ୍ୟ ରୋଡ୍ ଶୋ' କରିବ ।


COMMERCIAL BREAK
SCROLL TO CONTINUE READING

ଗୁଜୁରାଟ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୭୮୮ ପ୍ରାର୍ଥୀଙ୍କ ଭାଗ୍ୟ ବାଜିରେ ରହିଛି । ଏଭଳି ପରିସ୍ଥିତିରେ ପ୍ରତ୍ୟେକ ଦଳ ଆଜି ନିର୍ବାଚନ ପ୍ରଚାରରେ ସଂପୂର୍ଣ୍ଣ ବଳ ଲଗାଉଥିବାର ଦେଖିବାକୁ ମିଳିବ । ଅମିତ ଶାହ ଆଜି ୪ଟି ଜନସଭା କରିବେ । ଅନ୍ୟପକ୍ଷରେ ଜେ.ପି ନଡ୍ଡା ଦେବଗଡ଼ ବରିଆରେ ଏକ ସାଧାରଣ ସଭା, ଭାବନଗରରେ ରୋଡ୍ ଶୋ' ଏବଂ ରାବପୁରାରେ ସାଧାରଣ ସଭା କରିବେ । ବାସ୍ତବରେ ଏଥର ଗୁଜୁରାଟ ନିର୍ବାଚନରେ ​​ବିଜେପିକୁ କଡ଼ା ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ୁଛି । କାରଣ ଆମ୍ ଆଦମୀ ପାର୍ଟି ମଧ୍ୟ ତୃତୀୟ ଦଳ ଭାବେ ମୈଦାନକୁ ଓହ୍ଲାଇଛି ।


ଆମ୍ ଆଦମୀ ପାର୍ଟି ତରଫରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁଜୁରାଟରେ ଅନେକ ରୋଡ୍ ଶୋ' ତଥା ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । କେଜ୍ରିୱାଲ ଲିଖିତ ଭାବେ କହିଛନ୍ତି ଯେ, ଏଥର ଗୁଜୁରାଟରେ ଆପର ସରକାର ଗଠନ ହେଉଛି । ଗୁଜୁରାଟ ନିର୍ବାଚନ ପାଇଁ ଆପ୍ ଦଳ ପୂରା ବଳ ଲଗାଇଛି । ପ୍ରଥମ ପର୍ଯ୍ୟାୟ ପ୍ରଚାରର ଶେଷ ଦିନରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ AAP ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିବ । ଭଗବନ୍ତ ମାନ ୬ଟି ରୋଡ୍ ଶୋ' କରିବେ ଓ ଆପ୍ ପ୍ରାର୍ଥୀମାନଙ୍କ ପାଇଁ ଜନସାଧାରଣଙ୍କ ଠାରୁ ଭୋଟ୍ ମାଗିବେ । ସେପଟେ ଏଥର ଗୁଜୁରାଟ ନିର୍ବାଚନ ପ୍ରଚାରରେ କଂଗ୍ରେସ (Congress),  ଆମ୍ ଆଦମୀ ପାର୍ଟି (AAP) ଓ ଭାରତୀୟ ଜନତା ପାର୍ଟି (BJP) ଠାରୁ ବହୁ ପଛରେ ରହିଛି । ତେବେ ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାରର ଶେଷ ଦିନରେ ମଲ୍ଲିକାର୍ଜୁନ ଖର୍ଗେଙ୍କ ସମେତ ବହୁ ଭେଟେରାନ କଂଗ୍ରେସ ନେତା ପ୍ରଚାର ଅଭିଯାନରେ ନଜର ଆସିବେ । 


ଅଧିକ ପଢ଼ନ୍ତୁ:-କିଏ ସେ IPS ଲକ୍ଷ୍ମୀ ସିଂହ, ଯାହାଙ୍କୁ ଯୋଗୀ ସରକାର ଦେଇଛନ୍ତି ପୋଲିସ କମିଶନରଙ୍କ ଦାୟିତ୍ୱ


ପ୍ରଥମ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀ 


ପୂର୍ବତନ ମନ୍ତ୍ରୀ ପୁରୁଷୋତ୍ତମ ସୋଲଙ୍କି 
୬ ଥର ବିଧାୟକ କୁମ୍ୱରଜୀ ବାଭାଲିଆ 
ମୋର୍ବୀରୁ କାନ୍ତିଲାଲ ଅମୃତିଆ 
ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିୱାବା
ଗୁଜୁରାଟର ଆପ୍ ଅଧ୍ୟକ୍ଷ ଗୋପାଳ ଇଟାଲୀୟା


ଆପଣଙ୍କୁ କହି ରଖୁଛୁ ଯେ, ପ୍ରଥମ ପର୍ଯ୍ୟାୟରେ ଗୁଜୁରାଟର ୮୯ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ । ଏଥିପାଇଁ ଡିସେମ୍ବର ୧ରେ ମତଦାନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ୭୮୮ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଡିସେମ୍ବର ୫ରେ ୯୩ଟି ଆସନରେ ମତଦାନ ଅନୁଷ୍ଠିତ ହେବ ଓ ଫଳାଫଳ ଡିସେମ୍ବର ୮ରେ ଘୋଷଣା କରାଯିବ । ଭାରତୀୟ ଜନତା ପାର୍ଟି ୨୭ ବର୍ଷ ଧରି ଗୁଜରାଟରେ ଶାସନ କରୁଛି । ଗତ କିଛି ବର୍ଷ ଧରି କଂଗ୍ରେସର ଲୋକପ୍ରିୟତାର ଗ୍ରାଫ୍ କ୍ରମାଗତ ଭାବରେ ତଳକୁ ଖସୁଥିବାର ନଜରକୁ ଆସିଛି । ଏଭଳି ପରିସ୍ଥିତିରେ ପିଏମ ମୋଦିଙ୍କ ଜନ୍ମ ତଥା କର୍ମକ୍ଷେତ୍ର ଗୁଜରାଟରେ ନିର୍ବାଚନରେ ​​ଜିତିବାରେ ବିଜେପିକୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ି ନାହିଁ । ତେବେ ଏଥର ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା । ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ବହୁତ ଭଲ ପ୍ରଦର୍ଶନ କରିଥିଲା । ଏଭଳି ପରିସ୍ଥିତିରେ କଂଗ୍ରେସକୁ ହାଲୁକା ଭାବେ ଗ୍ରହଣ କରାଯାଇପାରିବ ନାହିଁ । ସେପଟେ ଆମ୍ ଆଦମୀ ପାର୍ଟି ମଧ୍ୟ ମୈଦାନରେ ଅଛି । ଆପ୍ ଦିଲ୍ଲୀ ଓ ପଞ୍ଜାବରେ ନିଜର ଜଲୱା ଦେଖାଇ ସାରିଛି । ଗୁଜୁରାଟ ନିର୍ବାଚନରେ ଆପ୍ ମୈଦାନକୁ ଓହ୍ଲାଇବା ପରେ ଲଢ଼େଇ ଆକର୍ଷଣୀୟ ଓ ତ୍ରିକୋଣୀୟ ଦେଖାଯାଉଛି ।