ଏହି ରାଜ୍ୟର ପୌର ନିର୍ବାଚନରେ ବିଜେପିକୁ ମିଳିଲା ବଡ଼ ସଫଳତା, ଜାଣନ୍ତୁ କ`ଣ ରହିଛି କଂଗ୍ରେସର ସ୍ଥିତି
Gujarat Municipal Election Results 2021: ଗାନ୍ଧୀନଗର ସମେତ ୩ଟି ପୌରସଂସ୍ଥାରେ BJP ର ବାଜିମାତ୍, ସେପଟେ ଦେବଭୂମି-ଦ୍ୱାରକା ଜିଲ୍ଲାର ଭାନୱଡ ପୌରସଂସ୍ଥାକୁ ବିଜେପିଠୁ ଛଡ଼ାଇ ନେଲା Congress ।
ନୂଆଦିଲ୍ଲୀ: Gujarat Municipal Election Results 2021: ଭାରତୀୟ ଜନତା ପାର୍ଟି (BJP) ମଙ୍ଗଳବାର ଗାନ୍ଧିନଗର ମ୍ୟୁନିସିପାଲିଟି କର୍ପୋରେସନ୍ (ଜିଏମସି) (Gandhinagar Municipal Corporation-GMC) ରେ ନିଜର କ୍ଷମତା ବଜାୟ ରଖିଛି ଓ ଅନ୍ୟ ଦୁଇଟି ପୌରସଂସ୍ଥାରେ ମଧ୍ୟ ବିଜୟ ହାସଲ କରିଛି । ସେପଟେ କଂଗ୍ରେସ (Congress) ଦେବଭୂମି-ଦ୍ୱାରକା ଜିଲ୍ଲାର ଭାନୱଡ ପୌରପାଳିକାକୁ ବିଜେପି (BJP) ଠାରୁ ଛଡ଼ାଇ ନେଇଛି । ଜିଏମସିରେ ଭୋଟ୍ ଗଣନା ମଙ୍ଗଳବାର ସକାଳ ୯ଟାରୁ ଆରମ୍ଭ ହେବା ପରଠାରୁ ବିଜେପି ଆଗୁଆ ରହିଥିଲା । ଶେଷରେ କଂଗ୍ରେସ (Congress) ଓ ଆମ୍ ଆଦମୀ ପାର୍ଟି (AAP) କୁ ବିପୁଳ ବ୍ୟବଧାନରେ ବିଜେପି (BJP) ମାତ୍ ଦେଇଛି ।
ନିର୍ବାଚନ ଫଳାଫଳ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) କହିଛନ୍ତି ଯେ ସମଗ୍ର ଗୁଜୁରାଟ ଓ ଗାନ୍ଧିନଗର ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନର ଫଳାଫଳ ଗୁଜୁରାଟ ଓ ବିଜେପି (BJP) ର ଲୋକଙ୍କ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ନିଶ୍ଚିତ କରୁଛି । ଆମକୁ ବାରମ୍ବାର ଆଶୀର୍ବାଦ ଦେଇଥିବାରୁ ଧନ୍ୟବାଦ । ତୃଣମୂଳ ସ୍ତରରେ କଠିନ ପରିଶ୍ରମ କରିଥିବାରୁ ସମସ୍ତ ବିଜେପି କର୍ମୀଙ୍କୁ ଅଭିନନ୍ଦନ ।
ଏଥି ସହ ଗୃହମନ୍ତ୍ରୀ ଅମିତ ଶାହା (Home Minister Amit Shah) କହିଛନ୍ତି ଯେ ଗାନ୍ଧୀନଗର ମ୍ୟୁନିସିପାଲିଟି କର୍ପୋରେସନ୍ ତଥା ଅନ୍ୟାନ୍ୟ ସ୍ଥାନୀୟ ସଂସ୍ଥା ଉପ-ନିର୍ବାଚନରେ ବିଜେପିର ଏହି ବୃହତ ବିଜୟ ଦର୍ଶାଉଛି ଯେ ବିଜେପି ସରକାରଙ୍କ ବିକାଶ ଭିତ୍ତିକ ତଥା ଗରିବ କଲ୍ୟାଣ ନୀତିରେ ଗୁଜରାଟର ଲୋକଙ୍କ ବିଶ୍ୱାସ ରହିଛି । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି । ମୁଁ ଲୋକମାନଙ୍କୁ ମୋର ହୃଦୟରୁ ଧନ୍ୟବାଦ ଜଣାଉଛି ।
ସୂଚନାଯୋଗ୍ୟ, ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ସମେତ ସମଗ୍ର କ୍ୟାବିନେଟକୁ ବଦଳାଇବା ପରେ ଜିଏମସି ନିର୍ବାଚନ ବିଜେପି ପାଇଁ ଏକ ପରୀକ୍ଷା ଭାବରେ ଦେଖାଯାଉଥିଲା । ଚଳିତ ବର୍ଷ ଫେବୃଆରୀରେ ଅନୁଷ୍ଠିତ ନିଗମ ନିର୍ବାଚନରେରେ ମଧ୍ୟ ଦଳ ଜିତିଥିଲା ।
GMC ଫଳାଫଳ
ରାଜ୍ୟ ନିର୍ବାଚନ କମିଶନର (ସିଏସି) ଦ୍ୱାରା ପ୍ରକାଶିତ ଅନ୍ତିମ ଆକଳନ ଅନୁଯାୟୀ, ଜିଏମସିରେ ଥିବା ୪୪ଟି ଆସନ ମଧ୍ୟରୁ ବିଜେପି ୪୧ଟି ଆସନ, କଂଗ୍ରେସ ୨ଟି ଏବଂ ଆପ୍ ଗୋଟିଏ ଆସନ ଜିତିଛି । ଅନ୍ୟ ୩ଟି ଦେବଭୂମି-ଦ୍ୱାରକା ଜିଲ୍ଲାର ଓଖା, ଭାନୱଡ ଏବଂ ବନାସକାଣ୍ଠା ଜିଲ୍ଲାର ଥାରା ପୌରସଂସ୍ଥା ପାଇଁ ମଧ୍ୟ ମତଗଣନା ହୋଇଥିଲା ।
ଭୋଟ ଗଣତି ପରେ ରାଜ୍ୟ ନିର୍ବାଚନ କମିଶନରଙ୍କ ଦ୍ୱାରା ପ୍ରକାଶିତ ଅନ୍ତିମ ଆକଳନ ଅନୁଯାୟୀ, ବିଜେପି ଥାରାରେ ଥିବା ୨୪ଟି ଆସନ ମଧ୍ୟରୁ ୨୦ଟି ଜିତିଥିବାବେଳେ କଂଗ୍ରେସ ୪ଟି ପାଇଛି । ଅନ୍ୟପକ୍ଷରେ, ଓକା ମ୍ୟୁନିସିପାଲିଟିର ୩୬ଟି ଆସନ ମଧ୍ୟରୁ ୩୪ଟି ଜିତି ବିଜେପି ନିଜର କ୍ଷମତା ବଜାୟ ରଖିଥିବା ବେଳେ ବାକି ଦୁଇଟି ଆସନ କଂଗ୍ରେସକୁ ଯାଇଛି ।
ଭାନୱଡରେ ବିଜେପିକୁ ଝଟକା
ତେବେ ଭାନୱଡରେ ବିଜେପିକୁ ଏକ ଝଟକା ଲାଗିଛି । ଏଠାରେ କଂଗ୍ରେସ ୨୪ଟି ଆସନ ମଧ୍ୟରୁ ୧୬ଟି ଜିତିଛି ଓ ବିଜେପି ମାତ୍ର ୮ଟି ସିଟ୍ ପାଇଛି । ୧୯୯୫ରୁ ଭାନୱଡ ବିଜେପି ଦଖଲରେ ଥିଲା ।
ଅଧିକ ପଢ଼ନ୍ତୁ:-ନିଜ ଲୋକସଭା ଆସନରେ ହିଁ ଅସୁବିଧାର ସାମ୍ନା କରୁଛନ୍ତି ରାହୁଲ! ୱାୟନାଡରୁ ଆଉ ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ଇସ୍ତଫା
ଅଧିକ ପଢ଼ନ୍ତୁ:-୨୪ ଘଣ୍ଟାରେ ଆରମ୍ଭ ହେବ ମୌସୁମୀ ବାହୁଡା ପ୍ରକ୍ରିୟା, ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଅଧିକ ପଢ଼ନ୍ତୁ:-ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ମିଳିବ ଡବଲ ମହଙ୍ଗା ଭତ୍ତାର ଲାଭ
ଅଧିକ ପଢ଼ନ୍ତୁ:-୩୦ ଘଣ୍ଟା ଅଟକ ରହିବା ପରେ ପ୍ରିୟଙ୍କା ଗାନ୍ଧୀ ଗିରଫ