ଏହି ରାଜ୍ୟରେ କଂଗ୍ରେସକୁ ଲାଗିଲା ବଡ଼ ଝଟକା, ବିଜେପିର ବୃହତ ବିଜୟ
Gujarat Municipal Election Results 2021: ପୁଣିଥରେ ବିଜେପି (BJP) ନିଜର ଗଡ଼ ଗୁଜୁରାଟରେ କ୍ଲିନ୍ ସ୍ୱିପ୍ କରିଛି ଏବଂ କଂଗ୍ରେସ (Congress) କୁ ପରାଜୟର ସାମ୍ନା କରିବାକୁ ପଡିଛି ।
ନୂଆଦିଲ୍ଲୀ: Gujarat Municipal Election Results 2021: ଗୁଜରାଟର ୬ଟି ମହାନଗର ନିଗମର ନିର୍ବାଚନ ଫଳାଫଳ ଆସିଯାଇଛି । ଏହି ନିର୍ବାଚନରେ କଂଗ୍ରେସ (Congress) କୁ ବଡ଼ ଝଟକା ଲାଗିଛି । ଅନ୍ୟପକ୍ଷେ ଶାସକ ଦଳ ବିଜେପିକୁ ବୃହତ ବିଜୟ ମିଳିଛି । ସେହିପରି ପ୍ରଥମ ଥର ପାଇଁ ରାଜ୍ୟରେ ନିର୍ବାଚନ ଲଢୁଥିବା ଆମ ଆଦମୀ ପାର୍ଟି (AAP) କୁ ମଧ୍ୟ ସଫଳତା ମିଳିଛି । TV9 ଗୁଜୁରାଟୀ ନ୍ୟୁଜ୍ ଚ୍ୟାନେଲ ଅନୁଯାୟୀ, ୬ଟି ନିଗମର ୫୭୬ଟି ଆସନର ଫଳାଫଳ ଆସିଯାଇଛି । ପୁଣିଥରେ ବିଜେପି (BJP) ନିଜର ଗଡ଼ ଗୁଜୁରାଟରେ କ୍ଲିନ୍ ସ୍ୱିପ୍ କରିନେଇଛି ଏବଂ କଂଗ୍ରେସକୁ ପରାଜୟର ସାମ୍ନା କରିବାକୁ ପଡିଛି । ମୋଟ ୫୭୬ ଆସନ ମଧ୍ୟରୁ ବିଜେପି ୪୭୫ଟି ଆସନ ଜିତିଛି ।
ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ଘୋଷଣା କଲା ଅନେକ ସ୍ୱତନ୍ତ୍ର ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍
ଗୁଜୁରାଟ ନିଗମ ନିର୍ବାଚନରେ ବିଜେପିର କ୍ଲିନ ସ୍ୱିପ୍
ମୋଟ ଆସନ -୫୭୫
ବିଜେପି -୪୮୩
କଂଗ୍ରେସ - ୫୫
ଆପ-୨୭
AIMIM-୦୭
ଅନ୍ୟ- ୦୪
ଅଧିକ ପଢ଼ନ୍ତୁ:-ପେଟ୍ରୋଲ-ଡିଜେଲ: ଏହି ୪ଟି ରାଜ୍ୟ ହ୍ରାସ କଲେ ଟ୍ୟାକ୍ସ, ଏବେ କେନ୍ଦ୍ର-ବାକି ରାଜ୍ୟ ଉପରେ ବଢ଼ିଲା ଚାପ
ସୁରଟରେ ଆମ୍ ଆଦମୀ ପାର୍ଟି ଚମତ୍କାର ପ୍ରଦର୍ଶନ ପ୍ରଦର୍ଶନ କରି ୨୭ଟି ଆସନ ଜିତିଛି । ଏଥି ସହ ବିଜେପିର ଗଡ଼ ଅହମ୍ମଦାବାଦରେ ୭ଟି ଆସନରେ AIMIM ଜିତିଛି । କଂଗ୍ରେସ ପୁଣି ଥରେ ବିଜେପିର ଅଜେୟ ରଥକୁ ରୋକି ପାଇବାରେ ସମ୍ପୂର୍ଣ୍ଣ ଅସଫଳ ରହିଛି ।
ଅଧିକ ପଢ଼ନ୍ତୁ:-LPG ସବସିଡିର ଟଙ୍କା ଯଦି ଆପଣଙ୍କ ଆକାଉଣ୍ଟରେ ଆସୁନାହିଁ, ତେବେ କରନ୍ତୁ ଏହି କାମ
ସୂଚନାଯୋଗ୍ୟ, ୬ଟି ନିଗମର ୫୭୬ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିଗମଗୁଡ଼ିକ ହେଉଛି - ଅହମ୍ମଦାବାଦ, ସୁରଟ, ଭଡୋଦରା, ରାଜକୋଟ, ଭାବନଗର, ଜାମନଗର । ଫେବୃଆରୀ ୨୩ ସକାଳ ୯ଟାରୁ ଭୋଟ୍ ଗଣନା ଆରମ୍ଭ ହୋଇଥିଲା । ପୁଣିଥରେ ସମସ୍ତ ମହାନଗର ନିଗମ ବିଜେପି ନିଜ ଦଖଲକୁ ନେଇଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ୪୬.୦୮ ପ୍ରତିଶତ ଲୋକ ଏହି ନିର୍ବାଚନରେ ଭୋଟ୍ ଦେଇଛନ୍ତି । ଏହି ନିର୍ବାଚନରେ ବିଶେଷ କଥା ହେଉଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟି ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଛି । ଆପ୍ ସମସ୍ତ ୬ଟି ନିଗମରେ ନିର୍ବାଚନ ଲଢିଛି ।