ପାଟନା: ଚଳିତ ବର୍ଷ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ (Bihar Assembly Poll 2020) ଲାଗି ପ୍ରାର୍ଥୀ ଘୋଷଣା କରିଛି ଏନଡିଏ (NDA) ମେଣ୍ଟରେ ସାମିଲ ଥିବା ଜିତନରାମ ମା଼ଞ୍ଝି (Jitanram Manjhi) ଙ୍କ ନେତୃତ୍ୱାଧିନ ହିନ୍ଦୁସ୍ତାନ ଆୱାମୀ ମୋର୍ଚ୍ଚା-ହାମ (HAM-Hindustan Awami Morcha)। ଏଥର ରାଜ୍ୟର ୭ଟି ଆସନରେ ନିର୍ବାଚନ ଲଢିବ ହାମ ।


COMMERCIAL BREAK
SCROLL TO CONTINUE READING

ଏନଡିଏ ମେଣ୍ଟରେ ଅଂଶୀଦାର ଥିବା ଦଳ ହେଉଛନ୍ତି ହାମ, ଜନତାଦଳ ୟୁନାଇଟେଡ-ଜେଡିୟୁ (JDU-Janata Dal United), ବିଜେପି (BJP), ବିକାଶଶୀଳ ଇନସାନ ପାର୍ଟି-ଭିଆଇପି (Vikassheel Insaan Party-VIP)। ବିହାରର ମୋଟ ୨୪୩ ବିଧାନସଭା ଆସନରୁ ଜେଡିୟୁ ୧୨୨, ବିଜେପି ୧୨୧ ଆସନରେ ପ୍ରତିଦ୍ୱନ୍ଦିତା କରିବ ଦଳ ଭାଗରେ ପଡିଥିବା ମୋଟ ଆସନରୁ ୭ଟି ଆସନ ସହଯୋଗୀ ହାମକୁ ଛାଡିଛି ଜେଡିୟୁ । 
 
ଦଳକୁ ମିଳିଥିବା ଆସନ ମଧ୍ୟରୁ କିଏ କେଉଁ ଠାରୁ ଦଳୀୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିବ ସେ ନେଇ ସୋମବାର ବିଳମ୍ୱିତ ରାତ୍ରୀରେ ଘୋଷଣା କରିଛନ୍ତି ହାମ ଅଧ୍ୟକ୍ଷ । ନିଜେ ଜିତନରାମ ମାଞ୍ଝି ଇମାମଗଞ୍ଜ ଆସନରୁ ପ୍ରତିଦ୍ୱନ୍ଦିତା କରିବେ । ସେହିପରି ବାରାଚଟ୍ଟୀରୁ ଜ୍ୟୋତି ଦେବୀ, କୁଟୁମ୍ବାରୁ ଶ୍ରବଣ ଭୂଇଁୟା, କସବାରୁ ରାଜେନ୍ଦ୍ର ଯାଦବ,  ସିକନ୍ଦରାରୁ ପ୍ରଫୁଲ ସିଂହ, ଟୋକାରୀରୁ ଅନିଲ କୁମାର, ମୁଖଦମପୁରରୁ ଦେବେନ୍ଦ୍ର ମାଞ୍ଝି ପ୍ରମୁଖ ହାମ ଟିକେଟରେ ନିର୍ବାଚନ ଲଢିବ ।  


ଏନଡିଏରେ ସାମିଲ ହେବା ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ-ଆରଜେଡି (RJD-Rastriya Janata Dal) ନେତୃତ୍ୱାଧିନ ମହାମେଣ୍ଟ (Grand Aliance) ରେ ସାମିଲ ଥିଲା ହାମ । ଜେଡିୟୁ ସୁପ୍ରିମୋ ତଥା  ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର (CM Nitish Kumar) ଙ୍କ ଉଦ୍ୟମ ବଳରେ  ଏନଡିଏରେ ପୁନର୍ବାର ସାମିଲ ହୋଇଥିଲେ ଜିତନରାମ ମାଞ୍ଝି  ।