ମୁମ୍ୱାଇ: ହନୁମାନ ଚାଳିଶା ପଠନକୁ ନେଇ ବିବାଦରେ ଗିରଫ ହୋଇଥିବା ସାଂସଦ ନବନୀତ ରାଣା ଜେଲରୁ ମୁକୁଳିଛନ୍ତି। ସାଂସଦ ନବନୀତ ରାଣା ବାଇକୁଲା ମହିଳା ଜେଲରୁ ବାହାରିବା ପରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମୁମ୍ୱାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ଆଗରେ ହନୁମାନ ଚାଳିଶା ପାଠ କରି ଦମ୍ପତ୍ତି ଗିରଫ ହୋଇଥିଲେ।


COMMERCIAL BREAK
SCROLL TO CONTINUE READING

ଗତକାଲି ସାଂସଦ ନବନୀତ ରାଣା ଓ ତାଙ୍କ ସ୍ୱାମୀ ବିଧାୟକ ରବି ରାଣାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ଉଭୟଙ୍କୁ ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକା ଓ କିଛି ସର୍ତ୍ତ ସହ କୋର୍ଟ ଜାମିନ ପ୍ରଦାନ କରିଥିଲେ। ସାଂସଦ ନବନୀତ ରାଣା ବାଇକୁଲା ମହିଳା ଜେଲରୁ ବାହାରିବା ପରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯାଇଛନ୍ତି। ବିଧାୟକ ପତି ରବି ରାଣା ମଧ୍ୟ ଆଉ କିଛି ସମୟ ପରେ ଜେଲରୁ ବାହାରିବା ନେଇ ସୂଚନା ମିଳିଛି। ଗତକାଲି ଉଭୟଙ୍କୁ ବେଲ ମିଳିସାରିଥିବା ବେଳେ ଆଇନଗତ ପ୍ରକ୍ରିୟା ପରେ ଆଜି ତାଙ୍କୁ ଜେଲରୁ ବାହାରିବାକୁ ଅନୁମତି ମିଳିଛି।


ଗତ ଏପ୍ରିଲ ୨୩ରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ଆଗରେ ହନୁମାନ ଚାଳିଶା ପାଠ କରିବା ଘୋଷଣା କରିଥିଲେ ଦମ୍ପତି। ହନୁମାନ ଚାଳିଶା ପାଠ କରିବା ଘୋଷଣା ପରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ପାଇଁ ଉଭୟ ନେତାଙ୍କୁ ଦାୟୀ କରି ମୁମ୍ବାଇ ପୋଲିସ ଗିରଫ କରିଥିଲା । ଜାମିନ ଖାରଜ ହେବା ପରେ ଉଭୟଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ କୋର୍ଟ।