Haryana Home Minister Anil Vij, ଚଣ୍ଡିଗଡ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିଜ ରୋକଠୋକ ସ୍ୱଭାବ ପାଇଁ ବେଶ ଜଣାଶୁଣା। ଏଥର ତାଙ୍କ ଆକ୍ରୋସର ଶିକାର ହୋଇଛନ୍ତି ନିଜ ଦଳଳ ମନ୍ତ୍ରୀ। ସଭା ମଝିରେ ହରିୟାଣାର ଗୃହମନ୍ତ୍ରୀ ଅନିଲ ଭିଜଙ୍କ ଉପରେ ଅମିତ ଶାହା ବିଗିଡିଛନ୍ତି। ଅନିଲଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ସମୟ ଜ୍ଞାନ ଦେଇଛନ୍ତି। ସାଢେ ଆଠ ମିନିଟର ଭାଷଣ ଭିତରେ ଅନିଲଙ୍କୁ ସେ ଚାରିଥର ବାଧା ଦେଇଥିଲେ।  


COMMERCIAL BREAK
SCROLL TO CONTINUE READING

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦୀର୍ଘ ସମୟ ଅଭିଭାଷଣ ଦେବାରୁ ହରିୟାଣା ଗୃହମନ୍ତ୍ରୀ ଅନୀଲ ବିଜଙ୍କୁ ଅପମାନିତ ହେବାକୁ ପଡିଛି। ସାଢ଼େ ଆଠ ମିନିଟର ଭାଷଣରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କୁ ଚାରିଥର ବାଧା ଦେଇଥିଲେ। ବିଜଙ୍କୁ ସେ ସ୍ମରଣ କରାଇଥିଲେ ଯେ, ତାଙ୍କୁ କହିବା ପାଇଁ ମାତ୍ର ପାଞ୍ଚ ମିନିଟ୍ ସମୟ ଦିଆଯାଇଛି। ହରିୟାଣାର ସୁରଜକୁଣ୍ଡରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ କର୍ମଶାଳାର ଉଦଘାଟନ ବେଳେ ଏହି ଘଟଣା ଘଟିଥିଲା। ବିଜୟ ବିଜ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମୁଖ୍ୟ ବକ୍ତା ଥିଲେ। ଏହି ପରିପେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଶେଷରେ ବକ୍ତବ୍ୟ ଦେବାର ଥିଲା।


Also Read: ଦିଲ୍ଲୀ ହାଇକୋର୍ଟରେ ମୋଦି ସରକାରଙ୍କ ବିରୋଧରେ ପିଟିସନ ଦାଖଲ କଲେ ବିଜେପି ନେତା


କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଅନିଲ ବିଜ୍ କୃତଜ୍ଞତା ଜଣାଇବେ ବୋଲି ଆଶା କରାଯାଉଥିଲା। କିନ୍ତୁ ସେ କେନ୍ଦ୍ରମନ୍ତ୍ରୀଙ୍କୁ କୃତଜ୍ଞତା ନ ଜଣାଇ ହରିୟାଣାର ଇତିହାସ, ସବୁଜ ବିପ୍ଳବରେ ଏହାର ଅବଦାନ, ଅଲିମ୍ପିକ୍ସରେ ରାଜ୍ୟର ପ୍ରଦର୍ଶନ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ କ୍ରୀଡା ଭିତ୍ତିଭୂମିର ପ୍ରଶଂସା କରିଥିଲେ। ଏପରିକି ସେ ପ୍ରତି ସପ୍ତାହରେ ଅନୁଷ୍ଠିତ ଅଭିଯୋଗ ସମାଧାନ ଅଧିବେଶନ ବିଷୟରେ ମଧ୍ୟ କହିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଏହା ଶୁଣିବା ପରେ ଅମିତ ଶାହା, ବିଜଙ୍କୁ ସମୟଜ୍ଞାନ ଦେଇଥିଲେ।



ଅମିତ ଶାହା କହିଥିଲେ, "ଅନିଲ ଜୀ, ଆପଣଙ୍କୁ କହିବା ପାଇ ପାଞ୍ଚ ମିନିଟ ସମୟ ଦିଆଯାଇଛି। ଆପଣ ସାଢେ ଆଠ ମିନିଟ୍ ଭାଷଣ ଦେଲେଣି। ଦୟାକରି ଆପଣଙ୍କ ଭାଷଣ ଶେଷ କରନ୍ତୁ। ଏହା ଏଭଳି ଲମ୍ବା ଭାଷଣ ଦେବାର ସ୍ଥାନ ନୁହେଁ। ଏହାକୁ ସଂକ୍ଷିପ୍ତ ରଖନ୍ତୁ।" କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମଧ୍ୟ ହରିୟାଣା ମନ୍ତ୍ରୀ  କିଛି ସେକେଣ୍ଡ ମାଗି ଆହୁରି ଭାଷଣ ଦେବା ଆରମ୍ଭ କରିଦେଲେ। ଶେଷରେ ଶାହା ବିରକ୍ତ ହୋଇ କହିଛନ୍ତି, "ଅନିଲ ଜୀ, ଦୟାକରି ମୋତେ କ୍ଷମା କରନ୍ତୁ। ଏହା କାମ କରିବ ନାହିଁ। ଏହାକୁ ଶେଷ କରନ୍ତୁ।"


Also Read: Election Commission: ଅଖିଲେଶ ଯାଦବଙ୍କ ଲାଗି ବଢିଲା ଅଡୁଆ, ନୋଟିସ ଜାରି କଲା ECI


ସୂଚନାଯୋଗ୍ୟ, ଗୁରୁବାର ଠାରୁ ହରିୟାଣାରେ ଦୁଇ ଦିନିଆ କେନ୍ଦ୍ର ମନ୍ତ୍ରଣାଳୟ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏଥିପେ ନଅ ରାଜ୍ୟର ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଓ ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଇନ ଶୃଙ୍ଖଳା ଏବଂ ଜାତୀୟ ସୁରକ୍ଷା ଉପରେ ଆଲୋଚନା କରାଯାଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ବୋଲି ସୂଚନା ମିଳିଛି।