Politics of Power Change: ବିଧାନସଭାରେ କ୍ଷମତା ପରିବର୍ତ୍ତନ,ରାଜ୍ୟସଭାରେ ବଢିଲା ହୃଦକମ୍ପନ
NDA in Rajya Sabha: ବିଜେପି ନେତ୍ୱାଧିନ ଏନଡିଏ ମେଣ୍ଟରୁ ଜେଡିୟୁ ବିଦା ହେବା ପରେ ଏବେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରକୁ ରାଜ୍ୟସଭାରେ ଝଟକା ଲାଗିଛି।
NDA in Rajya Sabha: ପୁଣି ଥରେ ବିହାର ରାଜନୀତିରେ ବିଜେପି ସହ ମେଣ୍ଟ ଭାଙ୍ଗିଛନ୍ତି ଜେଡିୟୁ ନେତା ନୀତିଶ କୁମାର। ବର୍ତ୍ତମାନ ସେ ମହାଗଠବନ୍ଧନ ସହ ମେଣ୍ଟ କରି ରାଜ୍ୟରେ ଏକ ନୂଆ ସରକାର ଗଠନ କରିଛନ୍ତି। ବିଜେପି ନେତ୍ୱାଧିନ ଏନଡିଏ ମେଣ୍ଟରୁ ଜେଡିୟୁ ବିଦା ହେବା ପରେ ଏବେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରକୁ ରାଜ୍ୟସଭାରେ ଝଟକା ଲାଗିଛି।
ବର୍ତ୍ତମାନ ରାଜ୍ୟସଭାରେ (Rajya Sabha) ୫ ଜଣ ଜେଡିୟୁ (JDU) ରାଜ୍ୟସଭା ସାଂସଦ (Rajya Sabha MP) ଅଛନ୍ତି। ସେମାନଙ୍କ ମଧ୍ୟରୁ ରାଜ୍ୟସଭା ଉପାଧ୍ୟକ୍ଷ (Rajya Sabha Deputy Chairman) ହରିବଂଶ ନାରାୟଣ ସିଂହ (Harivansh Narayan Singh) ହେଉଛନ୍ତି ଅନ୍ୟତମ। ଜେଡିୟୁ, ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟରେ (BJP led NDA Alliance) ଏକ ସହଯୋଗ ହୋଇଥିଲେ ମଧ୍ୟ ରାଜ୍ୟସଭାରେ ବିଜେପି (BJP) ପାଖରେ ସଂଖ୍ୟାଗରିଷ୍ଠତା ନଥିଲା। ବିଗତ ତିନି ବର୍ଷ ମଧ୍ୟରେ ଏନଡିଏ ମେଣ୍ଟ ଛାଡିଥିବା ଦଳଙ୍କ ତାଲିକାରେ ଜେଡିୟୁ ତୃତୀୟ ସ୍ଥାନରେ ରହିଛି। ପୂର୍ବରୁ ଶିବସେନା (Shiv Sena) ଏବଂ ଶିରୋମଣି ଅକାଳୀ ଦଳ (Shiromani Akali Dal) ମଧ୍ୟ ଏନଡିଏ ମେଣ୍ଟ ଛାଡି ସାରିଛନ୍ତି। ଗତ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ତେଲୁଗୁ ଦେଶମ ପାର୍ଟି (Telugu Desam Party) ଏନଡିଏ ମେଣ୍ଟ ଛାଡି ଦେଇଛି।
ବର୍ତ୍ତମାନ ଜେଡିୟୁ ଏନଡିଏ ମେଣ୍ଟ ଛାଡିଥିବାରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ରାଜ୍ୟସଭାରେ କୌଣସି ବିଲ୍ ପାରିତ କରିବା ପାଇଁ ୱାଏସଆରସିପି (YSRCP) ଏବଂ ବିଜେଡି (BJD) ଉପରେ ଅଧିକ ନିର୍ଭର କରିବାକୁ ପଡିବ। ବର୍ତ୍ତମାନ ରାଜ୍ୟସଭାରେ ୨୩୭ ଜଣ ସଦସ୍ୟ ଅଛନ୍ତି। ବର୍ତ୍ତମାନ ୮ ସିଟ୍ ଖାଲି ରହିଛି। ବର୍ତ୍ତମାନ ରାଜ୍ୟସଭାରେ ଜାମୁ କାଶ୍ମୀରର ୪, ତ୍ରିପୁରାର ଗୋଟିଏ ଏବଂ ତିନୋଟି ମନୋନୀତ ଆସନ ଖାଲି ରହିଛି। ବର୍ତ୍ତମାନ ରାଜ୍ୟସଭାରେ ବହୁମତ ସଂଖ୍ୟା ୧୧୯ ରହିଛି। ଗୃହରେ ଏନଡିଏ ମେଣ୍ଟ ପାଖରେ ୫ ଜଣ ମନୋନୀତ ଏବଂ ଜଣେ ସ୍ୱାଧିନ ସଦସ୍ୟଙ୍କୁ ମିଶାଇ ୧୧୫ ଜଣ ସାଂସଦ ରହିଥିଲେ। ମାତ୍ର ଜେଡିୟୁ ମେଣ୍ଟ ଛାଡିବା ପରେ ଏବେ ଏନଡିଏ ପାଖର ସାଂସଦ ସଂଖ୍ୟା ୧୧୦ ହୋଇଯାଇଛି। ଯାହା ଆବଶ୍ୟକୀୟ ବହୁମତ ଠାରୁ ୯ କମ।
ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ରାଜ୍ୟସଭାରେ ୩ ଜଣ ସାଂସଦଙ୍କୁ ମନୋନୀତ କରାଯାଇପାରେ। ଅନ୍ୟପଟେ ତ୍ରିପୁରାରେ ଖାଲି ପଡ଼ିଥିବା ଗୋଟିଏ ଆସନରେ ନିର୍ବାଚନ ଅନୁଷ୍ଠିତ ହେଲେ ମଧ୍ୟ ତାହାା ବିଜେପି ଖାତାକୁ ଯିବ। ହେଲେ ଏହା ପରେ ମଧ୍ୟ ଏନଡିଏ ସାଂସଦଙ୍କ ସଂଖ୍ୟା ୧୧୪ ହେବ। ଯାହା ସଂଖ୍ୟାଗରିଷ୍ଠତା ପାଇଁ ଯଥେଷ୍ଟ ନୁହେଁ।
ରାଜ୍ୟସଭାରେ ଗୁରୁତ୍ୱପୂର୍ଣ୍ଣ ବିଲ ପାସ କରିବା ପାଇଁ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ସରକାରକୁ ୱାଏସଆରସିପି ଏବଂ ବିଜେଡି ଭଳି ଦଳ ଉପରେ ନିର୍ଭର ରହିବାକୁ ପଡ଼ିବ। ନିକଟରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ୱାଏସଆରସିପି ଏବଂ ବିଜେଡି ବ୍ୟତୀତ ଶିରୋମଣି ଅକାଳୀ ଦଳ, ବହୁଜନ ସମାଜ ପାର୍ଟି, ତେଲୁଗୁ ଦେଶମ ପାର୍ଟି ଆଦି ଦଳର ସମର୍ଥନ ମିଳିଛି।
Also Read: Bihar Politics: ଏନଡିଏ ସରକାର ଜାରି ରଖିବାକୁ ନୀତିଶ କୁମାରଙ୍କୁ କାହିଁକି ମନାଇଲା ନାହିଁ ବିଜେପି?
ବର୍ତ୍ତମାନ ରାଜ୍ୟସଭାରେ କେତେ ଅଛନ୍ତି ଏନଡିଏ ମେଣ୍ଟର ସାଂସଦ?
ବିଜେପି: ୯୧
ଏଆଇଏଡିଏମକେ:
ଆରପିଆଇଏ: ୧
ଏଜିପି: ୧
ୟୁପିପିଏଲ: ୧
ଏନପିପି:
ଏମଏନଏଫ: ୧
ପିଏମକେ: ୧
ଟିଏମସି-ଏମ: ୧
ସ୍ୱାଧିନ: ୧
ମନୋନୀତ: ୫