Himachal Pradesh Assembly Election 2022: ଆଉ ୪ ଦିନ ପରେ ହେବାକୁ ଯାଉଛି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ। ଏହା ମଧ୍ୟରେ ମଙ୍ଗଳବାର ଦିନ ହିମାଚଳ ପ୍ରଦେଶ କଂଗ୍ରେସକୁ ଲାଗିଛି ଏକ ବଡ଼ ଝଟକା ଲାଗିଛି। ନିର୍ବାଚନର ଠିକ୍ ପୂର୍ବରୁ ୨୬ ଜଣ କଂଗ୍ରେସରେ ନେତା ବିଜେପିରେ ଯୋଗଦେବା ପାଇଁ ଦଳ ଛାଡ଼ିଛନ୍ତି। ହିମଚଳ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ଧର୍ମପାଲ ଠାକୁର ଖଣ୍ଡଙ୍କ ନେତୃତ୍ୱରେ ଅସନ୍ତୁଷ୍ଟ ଦଳୀୟ ନେତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ହିମାଚଳ ପ୍ରଦେଶରେ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହେବ। ହିମାଚଳ ପ୍ରଦେଶରେ ମୋଟ  ୬୮ ବିଧାନସଭା ସିଟ୍ ରହିଛି। ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୧୨ ତାରିଖରେ ଅନୁଷ୍ଠିତ ମତଦାନ। ଆସନ୍ତା ୮ ଡିସେମ୍ବରରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ। 


COMMERCIAL BREAK
SCROLL TO CONTINUE READING

ଦଳ ବଦଳ କରି ବିଜେପିରେ ସାମିଲ ହୋଇଥିବା ଅଧିକାଂଶ ନେତା ଶିମଲା ନିର୍ବାଚନମଣ୍ଡଳୀର ଅଛନ୍ତି। ଯେଉଁଠାରୁ  ସଞ୍ଜୟ ସୁଦଙ୍କୁ (Sanjay Sood) ଦଳ ମୈଦାନରେ ଓଲ୍ହାଇଥିଲା। କଂଗ୍ରେସ ଛାଡିଥିବା ନେତା ହର୍ଷ ମହାଜନଙ୍କ ସହିତ ଥିଲେ। ଯିଏକି ୨୮ ସେପ୍ଟେମ୍ବର ରେ କଂଗ୍ରେସ ଛାଡି ବିଡେପିରେ ଯୋଗ ଦେଇଥିଲେ।  ହର୍ଷ ଦଳ ଛାଡ଼ିବାପରେ ଅଭିଯୋଗ କରିଥିଲେ ଯେ କଂଗ୍ରେସ ଦଳ ଦିଗହୀନ ହୋଇଥିବାବେଳେ ଦଳରେ ଦୂରଦୃଷ୍ଟିର ଅଭାବ ରହିଛି ।


ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର (Chief Minister Jai Ram Thakur) କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିବା ସମସ୍ତ ନେତାଙ୍କୁ ସ୍ୱାଗତ ଜଣାଇବା ସହିତ କହିଛନ୍ତି ଯେ, "ଆସନ୍ତୁ ଦଳର ଐତିହାସିକ ବିଜୟ ପାଇଁ  ମିଳିମିଶି ଭାବେ କାର୍ଯ୍ୟ କରିବା। " ନଭେମ୍ବର ୧୨ ତାରିଖରେ ହିମାଚ ପ୍ରଦେଶରେ ମତଦାନ ଅନୁଷ୍ଠିତ ହେବ ଏବଂ ୮ ଡିସେମ୍ବରରେ ଭୋଟ୍ ଗଣନା କରାଯିବ।


ଗତ ୨୦୧୭ ବିଧାନସଭା ନିର୍ବାଚନରେ ମୋଟ ୬୮ ସିଟ୍  ମଧ୍ୟରୁ ବିଜେପି ୪୪ ଏବଂ କଂଗ୍ରେସ ୨୧ ସିଟ୍ ମିଳିଥିଲା। ୨୦୧୨  ନିର୍ବାଚନରେ କଂଗ୍ରେସ ୩୬ ସିଟ୍ ଜିତି ସରକାର ଗଠନ କରିଥିବା ବେଳେ ଏବଂ ବିଜେପି  କେବଳ ୨୬ ସିଟ୍ ପାଇଥିଲା।