Pipili Bypoll ପୂର୍ବରୁ BJD ମୁହାଁ ଶତାଧିକ BJP-କଂଗ୍ରେସ କର୍ମୀ
ମନ୍ତ୍ରୀ ସମୀର ରଂଜନ ଦାସ (Samir Dash) ଙ୍କ ବାସଭବନରେ ପିପିଲି ବିଜେଡ଼ି ବିଧାୟକ ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ଉପସ୍ଥିତିରେ ବହୁ କଂଗ୍ରେସ କର୍ମୀ ବିଜେଡି ଦଳରେ ମିଶିଛନ୍ତି। କଣ୍ଟି ପଂଚାୟତରୁ ୧୦୦ ରୁ ଊର୍ଦ୍ଧ୍ୱ କର୍ମୀ ଓ ନେତା ବିଜେଡ଼ିରେ ବିଦ୍ଧିବଧ ଭାବେ ସାମିଲ ହୋଇଛନ୍ତି।
ଭୁବନେଶ୍ୱର: ଆଉ କେଇଟା ଦିନ ପରେ ପିପିଲିରେ ପୁଣି ଥରେ ଭୋଟ ପଡିବ। ଏଥିପାଇଁ ସମସ୍ତ ଦଳ ଜୋରସୋରରେ ପ୍ରଚାର ଚଲାଇଛନ୍ତି। କିନ୍ତୁ ଏହି ସମୟରେ ବିରୋଧି ବିଜେପି ଓ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି। କାରଣ ନିୟମିତ ଭାବେ ଉଭୟ ଦଳର ଶତାଧିକ କର୍ମୀ ବିଜେଡିରେ ସାମିଲ ହେଉଛନ୍ତି। ଏହି କ୍ରମରେ ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସଙ୍କ ସରକାରୀ ବାସଭବନରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି।
ମନ୍ତ୍ରୀ ସମୀର ରଂଜନ ଦାସ (Samir Dash) ଙ୍କ ବାସଭବନରେ ପିପିଲି ବିଜେଡ଼ି ବିଧାୟକ ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ଉପସ୍ଥିତିରେ ବହୁ କଂଗ୍ରେସ କର୍ମୀ ବିଜେଡି ଦଳରେ ମିଶିଛନ୍ତି। କଣ୍ଟି ପଂଚାୟତରୁ ୧୦୦ ରୁ ଊର୍ଦ୍ଧ୍ୱ କର୍ମୀ ଓ ନେତା ବିଜେଡ଼ିରେ ବିଦ୍ଧିବଧ ଭାବେ ସାମିଲ ହୋଇଛନ୍ତି। ବିଜେଡି ଦଳର ସଭାପତି ତଥା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ସହ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଏହି ନେତାମାନେ ବିଜେଡିରେ ମିଶିଛନ୍ତି। ଯାହା ଦଳକୁ ଅଧିକ ସୁଦୃଢ କରିବ ବୋଲି ମନ୍ତ୍ରୀ କହିଛନ୍ତି।
Also Read: ଚୀନ-ପାକ୍ ଛାତିରେ ଛନକା! ଆଜି White Houseରେ QUAD ସମ୍ମିଳନୀ, ସାମିଲ ହେବେ PM Modi
ସେପଟେ ପିପିଲି ଉପନିର୍ବାଚନ (Pipili Bypoll) ରେ ବିଜେଡି (BJD) ଦଳର ପାର୍ଥି ହୋଇଥିବା ରୁଦ୍ର ମହାରଥୀ କହିଛନ୍ତି, ପିପିଲି (Pipili) ରେ ଯାହା ବି ଉନ୍ନତି ହୋଇଛି ମୁଖ୍ୟମନ୍ତ୍ରୀ (Naveen Patnaik) ଓ ପ୍ରଦୀପ ମହାରଥୀ କରିଛନ୍ତି। ପିପିଲିବାସୀ ଜାଣିଛନ୍ତି ଦୀର୍ଘଦିନ ହେବ କିଏ ତାଙ୍କ ସୁଖ ଦୁଃଖରେ ପାଖରେ ଠିଆ ହୋଇଥିଲା। ବିରୋଧୀ ବିରୋଧ କରିବେ କିନ୍ତୁ ଅଂଚଳର ବିକାଶ କରିବା ମୋର ଲକ୍ଷ୍ୟ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଗୁରୁବାର ପିପିଲି ବ୍ଲକର ନୂଆଶାସନ ପଞ୍ଚାୟତରେ ଶରତ ଚନ୍ଦ୍ର ଦାଶଙ୍କ ନେତୃତ୍ତ୍ୱରେ ୩୦ରୁ ଊର୍ଦ୍ଧ୍ୱ BJP ପରିବାର ବିଦ୍ଧିବଦ୍ଧ ଭାବରେ BJD ରେ ସାମିଲ ହୋଇଥିଲେ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଆଳି, ଡେଲାଙ୍ଗ ଏବଂ ଦାନଗଦିରେ ଆୟୋଜିତ ମିଶ୍ରଣ ପର୍ବରେ ଅନ୍ୟ ଦଳର ନେତା ଓ କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଏହି ଯୋଗଦାନ ଓଡ଼ିଶା ହକର ଲଢ଼େଇକୁ ଜୋରଦାର କରିବା ସହ ଜନ କଲ୍ୟାଣକାରୀ କାର୍ଯ୍ୟ ପାଇଁ ଆମ ସଂକଳ୍ପକୁ ଆହୁରି ମଜବୁତ କରିବ ବୋଲି ସମୀର ଦାସ କହିଛନ୍ତି।