Jayanarayan Mishra: ଗିରଫ ହେବେ କି ଜୟ ନାରାୟଣ (Jayanarayan Mishra) ? ରାଜ୍ୟରେ ଏବେ ଜୟ ନାରାୟଣ ତାତି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ନ ହେଉଣୁ ଏଵେ ରାଜ୍ୟ ସାରା ଜୟ ନାରାୟଣଙ୍କ ବିବାଦ ମୁଣ୍ଡ ଟେକିଛି। ଧନୁପାଲି ଥାନା ଅଧିକାରୀଙ୍କୁ ଜୟ ନାରାୟଣ ଧକ୍କା ମାରିବା ଘଟଣା ନେଇ ରାଜ୍ୟରେ ଜୋର ଧରିଛି ରାଜନୀତି । ଏନେଇ ଜୟ ନାରାୟଣ ମିଶ୍ର (BJP leader Jayanarayan Mishra ) ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, 'ଜଣେ ଥାନା ଅଧିକାରୀ (Dhanupali police station IIC)  , ମୋତେ ଖରାପ ବ୍ୟବହାର ଦେଖାଇବା ସହ  ମୋ ଗୋଡକୁ ଚକୁଡିଦେଲେ,ପରେ ମଁ ତାଙ୍କୁ ଠେଲିଦେଲି । ସେଥିପାଇଁ ମୁଁ କ୍ଷମା ମାଗିବି ନା ଓଡିଶା ସରକାର ମୋତେ କ୍ଷମା ମାଗିବେ । ଆଇଆଇସି ଡ୍ୟୁଟିରେ ନଥିବା ବେଳେ , ସେ କାହିଁକି ଆସି ମୋ ଗୋଡକୁ ଚକୁଡି ଦେଲେ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। ଯେଉଁଟା କ୍ୟାମେରାରେ ଦେଖାଯାଇନି । ମୁଁ ଜଣେ ସାଧାରଣ ମଣିଷ । ମହାତ୍ମା ଗାନ୍ଧୀ ନୁହେଁ ଯେ, ଗୋଟେ ଗୋଡକୁ ଚକୁଡିଦେଲା ପରେ ଆଉ ଗୋଟେ ଗୋଡକୁ ଦେଖାଇବି । ନିରପେକ୍ଷ ତଦନ୍ତ ହେଲେ ମୁଁ ସହଯୋଗ ନିଶ୍ଚିତ ଭାବରେ କରିବି। '


COMMERCIAL BREAK
SCROLL TO CONTINUE READING

ଗତ ୧୫ ତାରିଖରେ ସମ୍ବଲପୁରରେ ବିଜେପି ତରଫରୁ ଆଇନ ଅମାନ୍ୟ ଆନ୍ଦୋଳନ ସହ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ଆଧାର କରି ଏକ ରାଲି ସହ ଆନ୍ଦୋଳନର ଡାକରା ଦିଆଯାଇଥିଲା। ଯାହାର ନେତୃତ୍ୱ ନେଇଥିଲେ ବିଜେପିର ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ସେହିଦିନ ରାଲିଟି ଆଶା ପାଲି ସ୍କୁଲ ଠାରୁ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ରାଜ୍ୟ ସରକାରଙ୍କର ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା ଏବଂ ନବ ଦାସଙ୍କ ହତ୍ୟାର CBI ତଦନ୍ତ ଦାବି କରିଥିଲେ ବିଜେପିର ଆଗ ଧାଡି ନେତାମାନେ। 


Also Read : Jayanarayan Mishra: ମହିଳା ଥାନାଧିକାରୀଙ୍କ ସହ ଧସ୍ତାଧସ୍ତି ମାମଲା: ଫସିଲେ ଜୟ ନାରାୟଣ ମିଶ୍ର, ଇସ୍ତଫା ଦାବି କଲା BJD


ସେମାନେ ଉଦବୋଧନ ଦେଇ କହିଥିଲେ ଯେ ପୂର୍ବରୁ କ୍ରାଇମ ବ୍ରାଞ୍ଚ ଦ୍ୱାରା ଯାହା ତଦନ୍ତ କରାଯାଇଛି ସବୁଠାରେ ଫଳ ଶୂନ ରହିଛି ସେଥିପାଇଁ ରାଜ୍ୟ ସରକାର ଯଦି ମନ୍ତ୍ରୀ ହତ୍ୟାକାରୀ ପାଇଁ ତତ୍ପର ତା ହେଲେ CBI ତଦନ୍ତ କରନ୍ତୁ। ସଭା ସମାପନ ହେବା ପରେ ଏ ସବୁ ଅଭିଯୋଗ ନେଇ ବିଜେପି କର୍ମୀ ଜିଲ୍ଲାପାଳ କାର୍ଯ୍ୟାଳୟକୁ ପଶୁଥିବା ବେଳେ ପୋଲିସ ସେମାନଙ୍କର ରାସ୍ତା ଅବରୋଧ କରିଥିଲେ। ତାହାକୁ ନେଇ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ତା ପରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଆଗକୁ ଆସି ସେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯିବା ପାଇଁ ଆସିବା ବେଳେ ତାଙ୍କୁ ଅଟକାଇଥିଲେ ଧନୁପାଲି ଥାନା IICଙ୍କ ସହ ପୋଲିସ କର୍ମଚାରୀ। ସେଇଠି ସେ ତୁମେ କିଏ ମତେ ଅଟକାଇବା ପାଇଁ ବୋଲି କହିଥିଲେ। ଥାନା ଅଧିକାରୀ କହିଥିଲେ ଯେ ମୁଁ ଧନୁପାଲି ଥାନା IIC। ତା ପରେ ଆରମ୍ଭ ହୋଇଥିଲା ଆରୋପ ପ୍ରତ୍ୟାରୋପର ପର୍ବ। ପରିସ୍ଥିତି ଅଣାୟତ ପରିସ୍ଥିତି ହେବା ସହିତ  ଧସ୍ତାଧସ୍ତି ପର୍ଯ୍ୟନ୍ତ କଥାଯାଇଥିଲା। ଦୁହେଁ ଦୁହିଁଙ୍କୁ ଠେଲାପେଲା କରୁଥିବାର ଦେଖିବାକୁ ମିଳିଥିଲା। ଏଭଳି କି ମହିଳା ଥାନା ଅଧିକାରୀ ଅଭିଯୋଗ କରିଥିଲେ ଯେ ବିଧାୟକ ତଥା ବିରୋଧୀ ଦଳ ନେତା ପ୍ରଥମେ ତାଙ୍କୁ ଧକ୍କା ଦେବା ସହ ଚାପୁଡ଼ା ମାରିଥିଲେ। କିନ୍ତୁ ଅପରପକ୍ଷରେ ଜୟ ନାରାୟଣ ମଧ୍ୟ ଅଭିଯୋଗ କରିଥିଲ ଯେ ଥାନା ଅଧିକାରୀ ତାଙ୍କୁ ପ୍ରଥମେ ଧକ୍କା ଦେଇ ଚାପୁଡ଼ା ମାରିଥିଲେ। ଏ ପ୍ରସଙ୍ଗକୁ ନେଇ ୧୫ତାରିଖ ସନ୍ଧ୍ୟାରେ ପ୍ରଥମେ ଧନୁପାଲି IIC ଟାଉନ ଥାନାରେ ଜୟ ନାରାୟଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ। 


ତାକୁ ଆଧାର କରି ବିଜେପି ମହିଳା ମୋର୍ଚା ତରଫରୁ ମଧ୍ୟ ଟାଉନ ଥାନା ରେ ଏତଲା ଦିଆଯାଇଥିଲା। ପରବର୍ତ୍ତି ସମୟରେ ପୋଲିସ ଅଫିସର ସଂଘ ଓ ହାବିଲଦାର କନେଷ୍ଟବଳ ସଂଘ ତରଫରୁ ମୁଖ୍ୟ ସାଶନ ସଚିବଙ୍କ ଉଦ୍ଦେଶ୍ୟରେ RDCଙ୍କ ଜରିଆରେ ଏବଂ DGଙ୍କ ଉଦେଶ୍ୟରେ ଉତ୍ତରାଞ୍ଚଳ IG ଙ୍କ ଜରିଆରେ ଜୟନାରାୟଣଙ୍କର ନିସର୍ତ୍ତ କ୍ଷମା ପ୍ରାର୍ଥନା ପାଇଁ ଦାବି କରିଥିଲେ। ଯଦି ଏଘଟଣାରେ ଜୟ ନାରାୟଣ ଗିରଫ ହେବେ ତା ହେଲେ ଏହା ରାଜ୍ୟର ପ୍ରଥମ ଐତିହାସିକ ଘଟଣା ହେବ ଯେ ଜଣେ ବିରୋଧୀ ଦଳ ନେତା ଜଣେ କର୍ତ୍ତବ୍ୟରତ ପୋଲିସ ଅଧିକାରୀଙ୍କୁ ହାତ ଉଠାଇବା ଅପରାଧରେ ଗିରଫ। ଏବେ ଏହି ଘଟଣାକୁ ନେଇ ରାଜ୍ୟ ଉଠୁଛି ପଡୁଛି। ବିଜେଡି, ରାଜ୍ୟରେ ଜୟ ନାରାୟଣ ଇସ୍ତଫା ଦିଅନ୍ତୁ ଏବଂ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିକ୍ଷୋଭ କରୁଥିବା ବେଳେ ବିଜେପି ମଧ୍ୟ କହୁଛି ଯେ ନବ ଦାସ ହତ୍ୟାକାଣ୍ଡକୁ ଚପାଇ ଦେବା ପାଇଁ ରାଜ୍ୟ ସରକାରଙ୍କର ଏଇଟା ଗୋଟିଏ ଗୁପ୍ତ ଷଡଯନ୍ତ୍ର। ଏବେ ଗୋଟିଏ ପ୍ରସଙ୍ଗ ଆସୁଛି ଯେ ଏଇ ଘଟଣା ପ୍ରାୟୋଜିତ ନାଁ ଆକଷ୍ମିକ ! ସରକାର ନବ ଦାସ ହତ୍ୟାକାଣ୍ଡକୁ ବାଟବଣା କରିବା ପାଇଁ ଏ ସବୁ ଗୋଟି ଚାଳନା କରି ନାହାନ୍ତି ତ। ଘଟଣାସ୍ଥଳରେ ଏତେ ପୋଲିସ ଅଧିକାରୀ ଥିବା ସତ୍ୱେ କାହିଁକି ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଜୟ ନାରାୟଣଙ୍କ ସମ୍ମୁଖକୁ ଛଡ଼ାଯାଇଥିଲା ?


କିନ୍ତୁ ସେ ଯାହା ବି ହେଉ ଜଣେ କାର୍ଯ୍ୟରତ ମହିଳା ଅଧିକାରୀଙ୍କୁ ହାତ ଲଗାଇବା ସେ ପୁଣି କାର୍ଯ୍ୟରତ ଥିବା ସମୟରେ ତାହା କେତେ ଯୁକ୍ତିଯୁକ୍ତ ସେ ବିଷୟ ନେଇ ଏବେ ବଡ଼ ପ୍ରଶ୍ନ। ଜୟ ନାରାୟଣ ପୁଣି ଜଣେ ସାଧାରଣ ଲୋକ ନୁହନ୍ତି। ସେ ବର୍ତ୍ତମାନ ପଶ୍ଚିମ ଓଡ଼ିଶାର କେନ୍ଦ୍ର ବିନ୍ଦୁ ସମ୍ବଲପୁରର ବିଧାୟକ। ପୂର୍ବରୁ ରାଜ୍ୟରେ ମିଳିତ ସରକାର ଥିବା ସମୟରେ ତାଙ୍କୁ ପରିବହନ ମନ୍ତ୍ରୀ ଦାୟିତ୍ୱ ମଧ୍ୟ ତୁଲାଇ ସାରିଛନ୍ତି। ଏବେ ରାଜ୍ୟ ବିଜେପି ତାଙ୍କୁ ପୁଣି ବିରୋଧୀ ଦଳ ନେତା ଭାବରେ ଚୟନ କରିଛି। ସେ ଏବେ ଜଣେ କ୍ୟାବିନେଟ ପାହ୍ୟା ମନ୍ତ୍ରୀଙ୍କ ଠାରୁ କିଛି କମ ତାଙ୍କର ପାୱାର। ଜଣେ ବ୍ୟକ୍ତି ଯଦି ଏଭଳି ପଦ ପଦବୀରେ ଥାଆନ୍ତି, ସେ କୌଣସି ଅପରାଧରେ ଲିପ୍ତ ହୁଅନ୍ତି ତାଙ୍କୁ କିଭଳି ଗିରଫ କରାଯିବ। ଯଦି ବିଧାନସଭା ଅଧିବେସନ ଚାଲୁଥିବ ତା ହେଲେ ବାଚସ୍ପତିଙ୍କ ଅନୁମତି ନେଇ କିମ୍ବା ସେ ଯଦି ଅନ୍ୟ କେଉଁଠି ଥିବେ ତା ହେଲେ ସ୍ଥାନୀୟ ଏସ ପି କିମ୍ବା IG ଙ୍କ ଅନୁମତି ନେବାକୁ ପଡିଥାଏ। କିନ୍ତୁ ଏବେ ଆରୋପ ପ୍ରତ୍ୟାରୋପର ପର୍ବ ରାଜ୍ୟ ସାରା ଚାଲିଛି। ଦେଖାଯାଉ ରାଜ୍ୟ ସରକାର କିମ୍ବା ସ୍ଥାନୀୟ ପୋଲିସ ବିଭାଗ ଏଭଳି ଏକ ଘଟଣାକୁ କିଭଳି ଭାବରେ ନେଉଛନ୍ତି। ସେ ଯାହା ବି ହେଉ ଜୟ ହେଉଛନ୍ତି ଜଣେ ଦାୟିତ୍ୱ ସମ୍ପର୍ଣ୍ଣ ବ୍ୟକ୍ତିତ୍ୱ ସେ ପୁଣି ଜଣେ ମହିଳା ଅଧିକାରୀଙ୍କୁ ହାତ ଲଗାଇବା ଠିକ ହେଲା ନାହିଁ ବୋଲି ସାଧାରଣରେ ଗୁଞ୍ଜରଣ ସୃଷ୍ଟି ହେଉଛି। ଏବେ ଘଟଣାକୁ ଦୁଇ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ ତରଫରୁ କୌଣସି ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ତଥାପି ଦେଖାଯାଉ କଣ ପଦକ୍ଷେପ ଗ୍ରହଣ କରାଯାଉଛି। କିନ୍ତୁ ତଥାପି ରାଜ୍ୟର ଆଇନ କାନୁନ ବ୍ୟବସ୍ଥାକୁ ନେଇ ସାଧାରଣ ରେ ପ୍ରଶ୍ନ ଉଠୁଛି ଯେ ଗିରଫ ହେବେ କି ଜୟ ନାରାୟଣ !



ସମ୍ବଲପୁରରୁ ଅଜୟ କୁମାର ନାଥ, ଜି ଓଡିଶା ନ୍ୟୁଜ୍