General Election:  ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ (General Election) ଗୋଟିଏ ବର୍ଷରୁ ଖୁବ କମ ଦିନ ସମୟ ରହିଯାଇଛି। ଏଥିପାଇଁ ରାଜ୍ୟରେ ରାଜନୈତିକ ପାଣିପାଗ ବେଶ ଉଷ୍ମ ହୋଇ ପଡ଼ିଛି। ଉଭୟ ଶାସକ ଓ ବିରୋଧୀ ନିଜର ରଣନୀତିକୁ ମଜବୁତ କରିବାରେ ଲାଗି ପଡିଛନ୍ତି। ଏହାରି ମଧ୍ୟରେ ଶାସକ (Ruling Party) ବିଜେଡ଼ି (BJD) ନିଜର ସାଂଗଠନିକ ପରିବର୍ତ୍ତନ କରିବା ନେଇ ହେଉଥିବା ଗୁଜବରେ ଏକ ରକମର ପୂର୍ଣ୍ଣଛେଦ ପକାଇଛି। ସାଧାରଣ ନିର୍ବାଚନ (General Election) ପାଇଁ ବର୍ତ୍ତମାନ ଦଳରେ କୌଣସି ପ୍ରକାର ସାଂଗଠନିକ ପରିବର୍ତ୍ତନ ହେବ ନାହିଁ ବୋଲି ଦଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା। 


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ୮ ଥର ସଭାପତି ରହିସାରିଲେଣି। ନିର୍ଦ୍ୱନ୍ଦ୍ୱରେ ସେ କ୍ରମାଗତ ଭାବେ ଦଳର ସଭାପତି ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ତେବେ ବିଜେଡ଼ିର ସମ୍ବିଧାନ ଅନୁଯାୟୀ ପ୍ରତି ୩ ବର୍ଷରେ ଥରେ ଦଳର ସାଂଗଠନିକ ପରିବର୍ତ୍ତନ ପାଇଁ ନିର୍ବାଚନ ହୋଇଥାଏ। ଏହି ନିର୍ବାଚନରେ ସଭାପତି ମଧ୍ୟ ଚୟନ ହୋଇଥାନ୍ତି। ଶେଷ ଥର ପାଇଁ ଏହି ନିର୍ବାଚନ ୨୦୨୦ ମସିହାରେ ହୋଇଥିଲା। ଏହି ନିର୍ବାଚନ ୨୦୧୯ ମସିହାରେ ହେବାର ରହିଥିଲା । ମାତ୍ର ସେହି ବର୍ଷ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବାରୁ ଏହି ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ଫଳରେ ଏହି ନିର୍ବାଚନ ପର ବର୍ଷ ଅର୍ଥାତ ୨୦୨୦ରେ ଅନୁଷ୍ଠିତ ହୋଇଥିଲା। 


ବିଜେଡ଼ିର ସମ୍ବିଧାନ ଅନୁଯାୟୀ ଏହି ନିର୍ବାଚନ ଚଳିତ ବର୍ଷ ହେବାର ଥିଲା। ମାତ୍ର ଏହି ନିର୍ବାଚନକୁ ପୁନର୍ବାର ସ୍ଥଗିତ ରଖାଯାଇଥିବା ନେଇ ସୂଚନା ରହିଛି। ତେବେ ଏହି ନିର୍ବାଚନ ତଥା ସାଂଗଠନିକ ବୈଠକ ଆସନ୍ତା ୨୦୨୫ରେ ଅନୁଷ୍ଠିତ ହେବ ବୋଲି ଦଳର ଜଣେ ବରିଷ୍ଠ ନେତା ନାଁ ପ୍ରକାଶ ନ କରି ସୂଚନା ଦେଇଛନ୍ତି। ୨୦୨୪ରେ ସାଧାରଣ ନିର୍ବାଚନ ପରେ ଏହି ବୈଠକ ଅନୁଷ୍ଠିତ ହେବ। ତେବେ ଏନେଇ କେବଳ ଦଳର ସଭାପତି ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। 


ସେପଟେ ବିଜେପି ରାଜ୍ୟ ସଭାପତିରେ ମଧ୍ୟ କୌଣସି ପରିବର୍ତ୍ତନ କରିବ ନାହିଁ। ଏହି ସମୟରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳ ଏଠାରେ ଭଲ ପ୍ରଦର୍ଶନ କରୁଛି। ତେଣୁ ତାଙ୍କୁ ବର୍ତ୍ତମାନ ବଦଳାଇବାର କୌଣସି ସମ୍ଭାବନା ନାହିଁ। ସେ ୨୦୨୪ ବିଧାନସଭା ନିର୍ବାଚନ ଶେଷ ପର୍ଯ୍ୟନ୍ତ ବାଚସ୍ପତି ଭାବରେ କାର୍ଯ୍ୟ କରିବେ। ବିଜେପିର କାର୍ଯ୍ୟନିର୍ବାହୀ ବୈଠକରେ କୁହାଯାଇଛି ଯେ ଦଳର ଜାତୀୟ ସଭାପତି ଜେପି ନଡ୍ଡା ଜୁନ ୨୦୨୪ ପର୍ଯ୍ୟନ୍ତ ତାଙ୍କ ପଦବୀରେ ରହିବେ।


Also Read: Dakota Plane: ଓଡ଼ିଶା ଫେରିଲା ଡାକୋଟା, ବିଜୁ ବାବୁଙ୍କ ବିମାନ ଦେଖିବାକୁ ଜମିଲା ଭିଡ଼


Also Read: Assembly Election 2023 Date: ତିନୋଟି ରାଜ୍ୟପାଇଁ ନିର୍ବାଚନ ତାରିଖ ଘୋଷଣା କଲା ନିର୍ବାଚନ ଆୟୋଗ, ଜାଣନ୍ତୁ ତାରିଖ ଓ ସମୟ