New Copy of Indian Constitution: ଜାରି ରହିଛି ସଂସଦର ସ୍ୱତନ୍ତ୍ର ଅଧିବେଶନ। ସଂସଦର ସ୍ୱତନ୍ତ୍ର ଅଧିବେଶନ ଜାରି ରହିଥିବା ବେଳେ କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ଏନେଇ କଂଗ୍ରେସ ନେତା ଜଣଙ୍କ କହିଛନ୍ତି କେନ୍ଦ୍ର ସରକାର ଭାରତୀୟ ସମ୍ବିଧାନରୁ ସମାଜବାଦୀ ଏବଂ ଧର୍ମନିରପେକ୍ଷ ଶବ୍ଦ ହଟାଇ ଦେଇଛନ୍ତି। ଏହି ଦୁଇ ଶବ୍ଦକୁ ସମ୍ବିଧାନରୁ ଅତି ଚତୁରତାର ସହ ହଟାଇ ଦିଆଯାଇଛି। ଦେଶର ସମ୍ବିଧାନରୁ ସମାଜବାଦୀ ଏବଂ ଧର୍ମନିରପେକ୍ଷ ଶବ୍ଦ ହଟାଯିବା ଚିନ୍ତାର ବିଷୟ।


COMMERCIAL BREAK
SCROLL TO CONTINUE READING

ସରକାରଙ୍କ ଉଦ୍ଦେଶ୍ୟରେ ତ୍ରୁଟି ରହିଛି: ଅଧିର ରଞ୍ଜନ ଚୌଧୁରୀ
କଂଗ୍ରେସ ସଂସଦୀୟ ଦଳ ନେତା (Congress Parliamentary Party Leader) ଅଧିର ରଞ୍ଜନ ଚୌଧୁରୀ (Congerss Leader Adhir Ranjan Chowdhury) କେନ୍ଦ୍ର ସରକାରଙ୍କ (Govt of India) ବିରୋଧରେ ଅଭିଯୋଗ ଆଣି କହିଛନ୍ତି ଯେ ଯଦି ସେମାନେ କିଛି କହିବାକୁ ଚେଷ୍ଟା କରନ୍ତି ତାହେଲେ ସରକାର କହିବେ ଯେ ଯାହା ଆରମ୍ଭରୁ ଥିଲା ତାହାକୁ ସରକାର ଦେଉଛନ୍ତି। କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷି କଂଗ୍ରେସ ନେତା ଜଣଙ୍କ କହିଛନ୍ତି ଯେ ସରକାରଙ୍କ ଉଦ୍ଦେଶ୍ୟରେ ତ୍ରୁଟି ରହିଛି। ଭାରତୀୟ ସମ୍ବିଧାନରୁ (Constitution of India) ସମାଜବାଦୀ ଏବଂ ଧର୍ମନିରପେକ୍ଷ ଶବ୍ଦକୁ (Secular and Socialist Word in Indian Constitution) ଅତି ଚତୁରତାର ସହ ହଟାଇ ଦିଆଯାଇଛି। ଆପଣଙ୍କୁ କହିରଖୁଛୁ ଯେ ୧୯୭୬ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ସରକାରଙ୍କ (Indira Gandhi Govt) ସମୟରେ ଭାରତୀୟ ସମ୍ବିଧାନରେ ସମାଜବାଦୀ ଏବଂ ଧର୍ମନିରପେକ୍ଷ ଶବ୍ଦ ଅନ୍ତର୍ଭୂକ୍ତ ହୋଇଥିଲା।


ବର୍ଷିଲେ ଅଧିର ରଞ୍ଜନ ଚୌଧୁରୀ; ଜବାବ ରଖିଲେ ସରକାର 
ଏହି ପ୍ରସଙ୍ଗରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ ସରକାରଙ୍କ ବିରୋଧରେ ବର୍ଷିଛନ୍ତି। ଏନେଇ କଂଗ୍ରେସ ନେତା ଜଣଙ୍କ କହିଛନ୍ତି ଯେ କେନ୍ଦ୍ର ସରକାର ଦେଶର ସମ୍ବିଧାନ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛନ୍ତି। ଏହାର ଜବାବ ରଖି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ (Union Law Minister Arjun Ram Meghwal) କହିଛନ୍ତି ଯେ ଆମେ ଏହାର ଉତ୍ତର ରଖିସାରିଛୁ। କଂଗ୍ରେସ ସଂସଦୀୟ ଦଳ ନେତାଙ୍କ ଅଭିଯୋଗର ଜବାବ ରଖି କେନ୍ଦ୍ର ଆଇନ ମନ୍ତ୍ରୀ କହିଛନ୍ତି ଯେ ସାଂସଦଙ୍କ ପ୍ରଦାନ କରାଯାଇଥିବା କପି (copy of indian constitution) ରେ ସମ୍ବିଧାନ ପ୍ରସ୍ତାବନାର ମୂଳ ସଂସ୍କରଣ (Original Version of Preamble of Indian Constitution) ରହିଛି। ସାମ୍ବିଧାନିକ ସଂଶୋଧନ (Amendment of India Constitution) ପରେ ସମାଜବାଦୀ ଏବଂ ଧର୍ମନିରପେକ୍ଷ ଶବ୍ଦ ଯୋଡ଼ା ଯାଇଛି।