India will play Tamil Card, ନୂଆଦିଲ୍ଲୀ: ଚୀନକୁ ଚେକ୍ ଦେବାକୁ ଭାରତ ଏକ ବଡ ଯୋଜନା କରିଛି। ଏଥର ସିଧାସଳଖ ଚୀନକୁ ନୁହଁ ବରଂ ଶ୍ରୀଲଙ୍କା ସହ ଲଢେଇ କରିବ। ଏଥିପାଇଁ ରଣନୀତି ପ୍ରସ୍ତୁତ ହୋଇଯାଇଛି। ଭାରତ ଅନୁଭବ କଲାଣି ଯେ, ଚୀନର ଅନୁପ୍ରବେଶ ଅଟକାଇବାକୁ ହେଲେ ଶ୍ରୀଲଙ୍କାକୁ ଟାର୍ଗେଟ କରିବାକୁ ପଡିବ। ଆଉ ଏଥିପାଇଁ ମୋଦି ସରକାର ଶ୍ରୀଲଙ୍କାର ବର୍ତ୍ତମାନ ପରିସ୍ଥିତିକୁ ନେଇ ତାମିଲ କାର୍ଡ ଖେଳିବେ। ଗତ ସେପ୍ଟେମ୍ବର ୨ ତାରିଖରେ ଜେନେଭାରେ ଶ୍ରୀଲଙ୍କାକୁ ଭାରତ ଘେରିଛି।


COMMERCIAL BREAK
SCROLL TO CONTINUE READING

ନିକଟରେ ଚୀନର ଏକ ଗବେଷଣା ଜାହାଜକୁ ଶ୍ରୀଲଙ୍କା ନିଜ ଜଳ ସୀମାରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲା। ଗତମାସରେ ହମ୍ବନଟୋଟା ବନ୍ଦରରେ ଚୀନର ଜାହାଜ ଲାଗିଥିଲା। ଯାହାକୁ ନେଇ ଭାରତ ଚିନ୍ତା ପ୍ରକଟ କରିଛି। ଭାରତ ଅନୁମାନ କରିଛି ଯେ, ବଙ୍ଗୋପସାଗରରେ ଚୀନ ଗୁଇନ୍ଦାଗିରି କରିଛି, ଯାହା ତାର ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ବିପଦ। ଏହି ମାମଲାରେ ଘେରିବା ପାଇଁ ଭାରତ ଗତ ରବିବାର ଦିନ ଜେନେଭା ବୈଠକରେ ଶ୍ରୀଲଙ୍କାର ରାଜନୈତିକ ପ୍ରସଙ୍ଗ ଉଠାଇଥିଲା। ଶ୍ରୀଲଙ୍କାରେ ମୂଳ ତାମିଲଙ୍କ ସମସ୍ୟାର ସମାଧାନ ପାଇଁ ସରକାର କୌଣସି ରାନୈତିକ ପଦକ୍ଷେପ ନେଉନଥିବା ଭାରତ ଅଭିଯୋଗ କରିଛି।


Also Read: ୟୁକ୍ରେନ ରାଷ୍ଟ୍ରପତି Volodymyr Zelenskyଙ୍କୁ ହତ୍ୟା ପ୍ରୟାସ!


ଗତ କିଛି ମାସ ହେବ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ସହ ରାଜନୈତିକ ଅସ୍ଥିରତା ଲାଗି ରହିଛି। ୨୦୧୨ ଜଣଗଣନା ଅନୁସାରେ ଶ୍ରୀଲଙ୍କାରେ ୧୧ ପ୍ରତିଶତରୁ ଊର୍ଦ୍ଧ୍ୱ ତାମିଲ ବାସବାସ କରନ୍ତି। କିନ୍ତୁ ପ୍ରଥମରୁ ହିଁ ଅଭିଯୋଗ ହେଉଛି ଯେ, ଶ୍ରୀଲଙ୍କାରେ ତାମିଲଙ୍କୁ ଅଣଦେଖା କରାଯାଉଛି। ସେଠାକାର ସରକାର ସେମାନଙ୍କ ପ୍ରତି ଦ୍ୱିତୀୟ ସ୍ତରର ନାଗରିକ ଭଳି ବ୍ୟବହାର କରନ୍ତି। ବିଭିନ୍ନ ସମୟରେ ଶ୍ରୀଲଙ୍କାରେ ତାମିଲଙ୍କୁ ନିର୍ଯ୍ୟାତନ ଦେଉଥିବା ନେଇ ମାନବାଧିକାର ମାମଲା ମଧ୍ୟ ଉଠିଛି। ଯାହାର ଫାଇଦା ନେଇ ଭାରତ ଏବେ ନିଜ ସୁରକ୍ଷା ପାଇଁ ରଣନୀତି ପ୍ରସ୍ତୁତ କରିଛି।


ଗତ କିଛି ବର୍ଷ ହେଲେ ଭାରତ କାର ପଡୋଶୀ ରାଷ୍ଟ୍ରଙ୍କୁ ନେଇ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଟିପ୍ପଣୀ କରିବାଠାରୁ ଦୂରେଇ ରହିଛି। ବିଶେଷ କରି ମାନବାଧିକାର କ୍ଷୁର୍ଣ୍ଣ ଓ ଶ୍ରୀଲଙ୍କାରେ ତାମିଲଙ୍କ ଉପରେ ହେଉଥିବା ଅନ୍ୟାୟ ଭଳି ମାମଲାରେ ନୂଆଦିଲ୍ଲୀ ଚୁପ ରହିଛି। କିନ୍ତୁ ଏହି ସବୁ ସମସ୍ୟାର ରାଜନୈତିକ ସମାଧାନ ପାଇଁ କଲମ୍ବକୁ ଦାବି କରିଛି। କିନ୍ତୁ ଅନ୍ତର୍ଜାତୀୟ ସ୍ତରରେ ତାହାକୁ ଉଠାଇ ନାହିଁ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ବାଧ୍ୟ କରିଛି। ଫଳରେ ତାମିଲନାଡୁ ସରକାରରେ ସହଯୋଗୀ ଥିବା DMK ସହ ମିଶି ମୋଦି ସରକାର, ଶ୍ରୀଲଙ୍କାକୁ ଘେରି ଚୀନକୁ ପାନେ ଦେବ।


Also Read: SCO summit: ପିଏମ ମୋଦି-ପୁଟିନ କରିବାକୁ ଯାଉଛନ୍ତି ବୈଠକ; ଏହା ରହିଛି ଏଜେଣ୍ଡା


ଶ୍ରୀଲଙ୍କାର ହମ୍ବାନଟୋଟାରେ ଲାଗିଥିବା ଚୀନର ଜାହାଜକୁ ଗୁଇନ୍ଦା ପୋତ ବୋଲି ଭାରତ ସନ୍ଦେହ କରୁଛି। ଆଉ ଯଦି ସନ୍ଦେହ ସତ ହୋଇଥାଏ ତେବେ ଏହା ଭାରତର ସୁରକ୍ଷା ପ୍ରତି ବିପଦ। ନିକଟରେ ଶ୍ରୀଲଙ୍କା ଗସ୍ତ କରୁଥିବା ଭାରତୀୟଙ୍କୁ ନୌସେନା ପକ୍ଷରୁ ଚୀନ ଜାହାଜ ପ୍ରତି ସତର୍କ କରାଯାଇଛି। ଫଳରେ ଦ୍ୱୀପରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଥିଲା। ଯାହା ସେଠାକାର ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବ ପକାଇଥିଲା। ଏବେ ଅନ୍ତର୍ଜାତୀୟ ସ୍ତରରେ ଶ୍ରୀଲଙ୍କାର ତାମିଲଙ୍କ ସ୍ଥିତି ପ୍ରସଙ୍ଗ ଉଠାଇ କଲମ୍ବୋକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଭାରତ ଚାହୁଁଥିବା ଆଲୋଚନା ହେଉଛି।