MP Suspension Process in Parliament of India: ସଂସଦର ଶୀତକାଳୀନ ଅଧିବେଶନ ସମୟରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟଜନକ ଘଟଣା। ଜଣଙ୍କ ପରେ ଜଣେ ବିରୋଧି ଦଳର ୭୮ ଜଣ ସାଂସଦଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୪୧ ସାଂସଦଙ୍କୁ ସଂସଦରୁ ନିଲମ୍ବିତ କରାଯାଇଛି। ଲୋକସଭାରୁ ୩୩ ଏବଂ ରାଜ୍ୟସଭାରୁ ୪୫ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ପୂର୍ବରୁ ୧୪ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା। ମଙ୍ଗଳବାର ରାଜ୍ୟସଭାରୁ ଯେଉଁ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା ସେମାନେ ସଂସଦର ପାହାଚରେ ବସି ବିରୋଧ ପ୍ରଦର୍ଶନ କରିଥିଲେ।


COMMERCIAL BREAK
SCROLL TO CONTINUE READING

ସଂସଦରୁ ସାଂସଦଙ୍କୁ ନିଲମ୍ବନ ନେଇ କ'ଣ ରହିଛି ନିୟମ?
ସଂସଦର ଶୀତକାଳୀନ ଅଧିବେଶନ ସମୟରେ ସଂସଦରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୪୧ ସାଂସଦଙ୍କୁ ନିଲମ୍ବିତ କରାଯାଇ ସାରିଛି। ସାଂସଦଙ୍କ ନିଲମ୍ବିତ ହେବାର ଖବର ଆସିବା ଏବେ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି। କେଉଁ ନିୟମ ଦ୍ୱାରା ସାଂସଦଙ୍କୁ ସଂସଦରୁ ନିଲମ୍ବିତ କରାଯାଇପାରିବ? ଯେତେବେଳେ ସାଂସଦ ଗୃହ କାର୍ଯ୍ୟର ବାଧା ସୃଷ୍ଟି କରନ୍ତି, ସେତେବେଳେ ତାଙ୍କୁ ବାଚସ୍ପତି କିମ୍ବା ଗୃହର ଅଧ୍ୟକ୍ଷ ନିଲମ୍ବିତ କରିପାରିବେ।


କିପରି ସୃଷ୍ଟି ହୋଇଥାଏ ସମସ୍ୟା?
ଅନେକ ଥର ସାଂସଦ ସଂସଦରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବା ପାଇଁ ପର୍ଯ୍ୟାପ୍ତ ସମୟ ପାଆନ୍ତି ନାହିଁ। ଏଭଳି ପରିସ୍ଥିତିରେ ଏପରି ବ୍ୟାଘାତ ସୃଷ୍ଟି ହୋଇଥାଏ। ବେଳେବେଳେ ରାଜନୈତିକ କାରଣରୁ କିଛି ଦଳ ସଂସଦୀୟ  କାର୍ଯ୍ୟରେ ବାଧା ସୃଷ୍ଟି କରିଥାନ୍ତି। ସରକାରଙ୍କ ଅଣ ଉତ୍ତରଦାୟୀ ମନୋଭାବ ମଧ୍ୟ ଏହାର ଏକ କାରଣ ହୋଇପାରେ। ଅନେକ ସମମୟରେ ଗୃହରେ ମନ୍ତ୍ରୀମଣ୍ଡଳର ପ୍ରତିରୋଧକ ମନୋଭାବ ବ୍ୟାଘାତ ସୃଷ୍ଟି କରିବାର କାରଣ ହୋଇଯାଏ।


Also Read: MP Suspension India: ସାଂସଦ ନିଲମ୍ବନରେ ରେକର୍ଡ ଭାଙ୍ଗିଲା ସଂସଦ; ବିଦା ହେଲା ୬୫ ସଦସ୍ୟ


ସାଂସଦଙ୍କୁ କିଏ କରିପାରିବେ ନିଲମ୍ବନ?
କେବଳ ଲୋକସଭା ବାଚସ୍ପତି ଏବଂ ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖରେ ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ସାଂସଦଙ୍କୁ ସଂସଦରୁ ନିଲମ୍ବନ କରିବାର ଅଧିକାର ରହିଛି। ଯାହା ଦ୍ୱାରା ସଂସଦୀୟ ପ୍ରକ୍ରିୟା ସଠିକ୍ ଭାବରେ ଜାରି ରହିପାରିବ। 


ଲୋକସଭା ପାଇଁ କ'ଣ ରହିଛି ନିୟମ?
ନିୟମ ୩୭୩ ଅନୁଯାୟୀ, ଯଦି ଜଣେ ସାଂସଦଙ୍କ ଆଚରଣରେ କୌଣସି ଧରଣର ଗଡ଼ବଡ଼ ଧରା ପଡି଼ଥାଏ ସେତେବେଳେ ତାଙ୍କୁ ବାଚସ୍ପତି କିମ୍ବା ଗୃହର ଅଧ୍ୟକ୍ଷ ନିଲମ୍ବିତ କରିପାରିବେ। ନିୟମ ୩୭୪ ଅନୁଯାୟୀ ଗୃହରେ ଯେଉଁ ସଦସ୍ୟ ବାଚସ୍ପତିଙ୍କ ଅଧିକାରକୁ ଅବମାନନା କରିଥାନ୍ତି କିମ୍ବା ଗୃହକାର୍ଯ୍ୟ ପରିଚାଳନା ସମ୍ପର୍କିତ ନିୟମ ପାଳନ କରିନ୍ତି ନାହିଁ ତାଙ୍କୁ ନିଲମ୍ବନ କରାଯାଇପାରିବ। ନିୟମ ୩୭୪-ଏ ଅନୁଯାୟୀ ଗୁରୁତର ଅଭିଯୋଗ ମାମଲାରେ ବାଚସ୍ପତି କୌଣସି ସଦସ୍ୟଙ୍କୁ ଗୃହକୁ ଆସିବାକୁ ବନ୍ଦ କରିପାରିବେ। ଏହି ନିୟମ ଅନୁଯାୟୀ କୌଣସି ସାଂସଦ ସ୍ୱତଃପ୍ରବୃତ୍ତ ଭାବରେ ନିଲମ୍ବିତ ହୋଇଯାନ୍ତି। ଯାହା ଅତି କମରେ କ୍ରମାଗତ ଭାବରେ ପାଞ୍ଚଟି ବୈଠକ ପାଇଁ ହୋଇପାରେ କିମ୍ବା ଅଧିବେଶନର ଅବଶିଷ୍ଟ ସମୟ ପାଇଁ ଲାଗୁ ହୋଇପାରେ।


Also Read: MP Suspension in India: ଯେବେ ସଂସଦରୁ ନିଲମ୍ବିତ ହୋଇଥିଲେ ୬୩ ସାଂସଦ; ଜାଣନ୍ତୁ ୩୪ ବର୍ଷର ପୁରୁଣା ଇତିହାସ


 


ରାଜ୍ୟସଭା ପାଇଁ କ'ଣ ରହିଛି ନିୟମ?
ନିୟମ ୨୫୫ ଅନୁଯାୟୀ, ରାଜ୍ୟସଭା ଅଧ୍ୟକ୍ଷ ଅସଦାଚରଣ ପାଇଁ କୌଣସି ସଦସ୍ୟଙ୍କୁ ନିଲମ୍ବନ କରିପାରିବେ। ନିୟମ ୨୫୬ ଅନୁଯାୟୀ ଯେକୌଣସି ସାଂସଦଙ୍କୁ ମଧ୍ୟ ରାଜ୍ୟସଭାରୁ ନିଲମ୍ବିତ କରାଯାଇପାରିବ। ରାଜ୍ୟସଭାରୁ ସାଂସଦଙ୍କ ନିଲମ୍ବନ ଗୃହର ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ ହୋଇଥାଏ।