How to Cast Vote without Voter ID Card: ଚଳିତ ବର୍ଷ ନଭେମ୍ବର ମାସରେ ଦେଶର ୫ ରାଜ୍ୟରେ ଅନୁଷ୍ଠିତ ହେଉଛି ବିଧାନସଭା ନିର୍ବାଚନ। ମତଦାନ ଲାଗି ନିର୍ବାଚନ ଆୟୋଗ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ରାଜନୈତିକ ଦଳର ନେତାଙ୍କ ସହ କର୍ମକର୍ତ୍ତା ଏବଂ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇସାରିଛନ୍ତି। ଖୁବ ଶୀଘ୍ର ନିର୍ବାଚନ ଲଢୁଥିବା ପ୍ରାର୍ଥୀ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନସାଧାରଣ। ହେଲେ ନିର୍ବାଚନ ସମୟରେ ଏପରି କିଛି ଲୋକଙ୍କୁ ଦେଖିବାକୁ ମିଳିଥାଏ ଯେଉଁମାନଙ୍କ ପାଖର ଭୋଟର ପରିଚୟ ପତ୍ର ନଥାଏ। ତାହେଲେ କ'ଣ ସେମାନେ ବିନା ଭୋଟ ପରିଚୟ ପତ୍ରରେ କୌଣସି ନିର୍ବାଚନରେ ମତଦାନ କରିପାରିବେ। ଏନେଇ କ'ଣ ରହିଛି ଆଇନ ସେ ସମ୍ପର୍କରେ ଜାଣନ୍ତୁ।


COMMERCIAL BREAK
SCROLL TO CONTINUE READING

କିଏ ଦେଇପାରିବେ ଭୋଟ?
ସରଳ ଭାଷାରେ କହିବାକୁ ଗଲେ ସେହି ଲୋକ ଭୋଟ ଦେଇପାରିବେ ଯାହାର ନାମ ଭୋଟ୍ ତାଲିକାରେ ରହିଛି। ଯଦି ଜଣେ ବ୍ୟକ୍ତିଙ୍କ ନାମ ଭୋଟର ପରିଚୟ ପତ୍ର ତାଲିକାରେ ନାହିଁ ତାହେଲେ ସେହି ବ୍ୟକ୍ତି ଭୋଟ୍ ଦେଇପାରିବେ ନାହିଁ। ନିର୍ବାଚନ ପୂର୍ବରୁ ଆପଣଙ୍କୁ ଭୋଟର ତାଲିକାରେ ଆପଣଙ୍କ ନାଁ ରହିଛି ନା ନାହିଁ ତାହା ଯାଞ୍ଚ କରିବାକୁ ହେବ। ଭୋଟର ତାଲିକାରେ ଆପଣଙ୍କ ନାଁ ନାହିଁ ତାହେଲେ ଆପଣଙ୍କୁ ଆପଣଙ୍କ ନାଁ ଭୋଟର ତାଲିକାରେ ଯୋଡିବାକୁ ହେବ। ଭୋଟର ତାଲିକାରେ ଆପଣଙ୍କ ନାଁ ଯୋଡ଼ି ହେବା ପରେ ଯାଇ ଆପଣ ଭୋଟ୍ ଦେବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତି। ଭୋଟର ତାଲିକାରେ ନାମ ଯୋଡିବା ପାଇଁ କିଛି ସର୍ତ୍ତ ରହିଛି। ଯାହା ପୂରଣ ହେବା ପରେ ଯାଇ ଜଣେ ବ୍ୟକ୍ତି କୌଣସି ନିର୍ବାଚନରେ ଭୋଟ୍ ଦେଇପାରିବେ। ଏନେଇ ରହିଥିବା ସର୍ତ୍ତ ହେଉଛି ଯେକୌଣସି ବ୍ୟକ୍ତିଙ୍କର ବୟସ ୧୮ ବର୍ଷ ହୋଇଥିବ ଏବଂ ସେ ଜଣେ ଭାରତୀୟ ନାଗରିକ ହେବା ଆବଶ୍ୟକ। 


କ'ଣ ବିନା ଭୋଟର ପରିଚୟ ପତ୍ରରେ କରିପାରିବେ ମତଦାନ?
ଯଦି ଆପଣଙ୍କ ପାଖରେ ଭୋଟର ପରିଚୟ ପତ୍ର ନାହିଁ, ତଥାପି ଆପଣ ତଥାପି ଭୋଟ୍ ଦେଇପାରିବେ। ହେଲେ ଭୋଟ ଦେବା ପାଇଁ ଆପଣଙ୍କ ନାମ ନିଶ୍ଚିତ ଭାବରେ ଭୋଟର ତାଲିକାରେ ରହିବା ଆବଶ୍ୟକ। ଯଦି ଭୋଟର ତାଲିକାରେ କୌଣସି ପ୍ରାର୍ଥୀଙ୍କ ନାଁ ନାହିଁ, ତାହାଲେ ସେ ଭୋଟ୍ ଦେଇ ପାରିବେ ନାହିଁ। ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଭୋଟର ପରିଚୟ ପତ୍ର ନାହିଁ ମାତ୍ର ତାଙ୍କ ନାଁ ଭୋଟର ତାଲିକାର ରହିଛି ତାହେଲେ ସେ ଭୋଟ ଦେଇପାରିବେ। ଏଭଳି ପରିସ୍ଥିତିରେ ଆପଣ ଅନ୍ୟ ପରିଚୟ ପତ୍ର ପ୍ରମାଣ ଦେଖାଇ ଭୋଟ୍ ଦେଇପାରିବେ। ଏନେଇ ଆପଣଙ୍କୁ ଭୋଟର ପରିଚୟ ପତ୍ର ବ୍ୟତୀତ, ଆଧାର କାର୍ଡ, ମନରେଗା ଜବ କାର୍ଡ, ବ୍ୟାଙ୍କ ପାସବୁକ୍, ବୀମା ସ୍ମାର୍ଟ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ୍ କାର୍ଡ, ପାସପୋର୍ଟ ଆଦି ପରିଚୟ ପତ୍ର ଦେଖାଇ ଭୋଟ୍ ଦେଇପାରିବେ। ହେଲେ ଭୋଟ ଦେବା ବେଳେ ଏକ ସରକାରୀ ଫଟୋ ଆଇଡି କାର୍ଡ ରହିବା ଆବଶ୍ୟକ।


କିପରି ଭୋଟର ତାଲିକାରେ ଯାଞ୍ଚ କରିପାରିବେ ନିଜ ନାମ?
ଯଦି ଆପଣଙ୍କ ନାମ ଭୋଟ୍ ତାଲିକାରେ ନାହିଁ ତାହେଲେ ଆପଣ ଅନ ଲାଇନ୍ ମାଧ୍ୟମ ମାଧ୍ୟମରେ ଭୋଟ୍ ତାଲିକାରେ ଆପଣଙ୍କ ନାଁ ଯୋଡିପାରିବେ। ଆପଣ ନିଜ ଫୋନ୍ ମାଧ୍ୟମରେ ନାମ ଯୋଡିପାରିବେ। ଏପରିକି ଆପମ ଆପଣଙ୍କ ନାମ ସ୍ଥାନାନ୍ତର କରିପାରିବେ କିମ୍ବା ଭୋଟର ପରିଚୟ ପତ୍ରରେ କୌଣସି ପରିବର୍ତ୍ତନ କରିପାରିବେ। ଏହା ବ୍ୟତୀତ ଆପଣ ଅନଲାଇନ୍ ମାଧ୍ୟମ ମାଧ୍ୟମରେ ମଧ୍ୟ ଜାଣିପାରିବେ ଯେ ଆପଣଙ୍କର ନାମ ଭୋଟର ତାଲିକାରେ ରହିଛି ନାଁ ନାହିଁ। ଏହା ପରେ ଯାଇ ଆପଣ ମତଦାନ କେନ୍ଦ୍ର ନିର୍ଦ୍ଦିଷ୍ଟ କରି ଭୋଟ୍ ଦେଇପାରିବେ।